ବିରାଟ ଙ୍କ ନାମରେ IPL ର ସବୁଠୁ ବଡ ରେକର୍ଡ !!

ଖବର ବିଶେଷ

ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲି କ୍ରିକେଟ୍ ଜଗତ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଖୁବ୍ କମ୍ ଦିନ ରେ ସେ ନୂଆ ନୂଆ ରେକର୍ଡ ନିଜ ନାମ ସହିତ ଯୋଡ଼ିବାରେ ଲାଗିଛନ୍ତି। ବିରାଟ କୋହଲି ଭାରତୀୟ ଆଇପିଏଲ ଟିମ୍ ରୟାଲ ଚାଲେଞ୍ଜ ବାଙ୍ଗାଲୋର ର କ୍ୟାପଟେନ ମଧ୍ୟ। ଏବେ କୋହଲି ଅନ୍ୟ ଏକ ରେକର୍ଡ ନିଜ ନାଆଁ ରେ ଯୋଡିବାରେ ସଫଳ ହୋଇଛନ୍ତି। ବିରାଟ କୋହଲି ଆଇପିଏଲ ଇତିହାସ ର ଏପରି ପ୍ରଥମ ଖେଳାଳି ଯିଏ କି ୬୦୦୦ ରନ ପୁରା କରିଛନ୍ତି।

ବିରାଟ ଆଇପିଏଲ ସିଜନ୍ ୨୦୨୧ ର ୪ ର୍ଥ ରାଜସ୍ଥାନ ରୟାଲ୍ସ୍ ବିପକ୍ଷ ମ୍ୟାଚ୍ ରେ ୱାଙ୍ଖେଡେ ମଇଦାନ ଠାରେ ଏହି କୀର୍ତ୍ତି ହାସଲ କରିଛନ୍ତି। ରାଜସ୍ଥାନ ରୟାଲ କରିଥିବା ୧୭୭ ରନ ର ପିଛା କରି ବିରାଟ କୋହଲି ୧୩ ଓଭର୍ ରେ ଏହି ରେକର୍ଡ ହାସଲ କରିଛନ୍ତି।ସିଜନ୍ ୧୪ ର ପ୍ରଥମ ତିନୋଟି ମ୍ୟାଚ୍ ରେ କୋହଲି ମୋଟ ୭୧ ରନ ବନେଇଥିବା ବେଳେ ରାଜସ୍ଥାନ ରୟାଲସ୍ ବିପକ୍ଷ ମ୍ୟାଚ୍ ରେ ସେ ୪୭ ବଲ୍ ରେ ୭୨ ରନ ବନେଇଥିଲେ।ମ୍ୟାଚ୍ ରେ ସେ ୬ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଏହି ମ୍ୟାଚ୍ ରେ ବିରାଟ କୋହଲି ପ୍ରଥମେ ଟସ୍ ଜିତି ରାଜସ୍ଥାନ ରୟାଲ ସ୍ ର ଟିମ୍ କୁ ପ୍ରଥମେ ବ୍ୟାଟିଂ ପାଇଁ କହିଥିଲେ।

ରାଜସ୍ଥାନ ରୟାଲ ସ୍ ମୋଟ ୧୭୭ ରନ ରେ ଅଲ ଆଉଟ୍ ହୋଇଯାଇଥିଲା।ଜିତିବା ଲକ୍ଷ ନେଇ ରୟାଲ ଚାଲେଞ୍ଜ ବାଙ୍ଗାଲୋର ଟିମ୍ ତରଫ ରୁ ବିରାଟ କୋହଲି ଏବଂ ଦେବଦତ୍ତ ପଡିକଲ୍ ପ୍ରଥମେ ମଇଦାନ କୁ ଉଲ୍ହେଇଥିଲେ।ପଡିକଲ୍ ଏହି ମ୍ୟାଚ୍ ରେ ନିଜ ଆଇପିଏଲ୍ କ୍ୟାରିଅର ର ପ୍ରଥମ ଶତକ ପୁରା କରିଥିଲେ। ସେ ୫୨ ବଲ୍ ରେ ୧୦୧ ରନ ପୁରା କରିଥିଲେ।ଏହି ମ୍ୟାଚ୍ ରେ ଶୂନ ଆଉଟ୍ ରେ ରୟାଲ ଚାଲେଞ୍ଜ ବାଙ୍ଗାଲୋର ୧୬ ଓଭର ରେ ୧୮୧ ରନ କରି ରାଜସ୍ଥାନ ରୟାଲସ୍ ବିପକ୍ଷ ରେ ବିଜୟ ଲାଭ କରିଥିଲେ।ଏଥି ସହିତ ଏହି ସିଜନ୍ ର ପ୍ରଥମ ରୁ ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର ପଏଣ୍ଟ ଟେବୁଲ୍ ର ଶୀର୍ଷ ରେ ରହିଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *