( Exclusive)”ତୋଫାନ ମଧ୍ୟ ଆସିଲେ ଏମିତି ବସି ରହିଥିବି ” : ହକ୍ ପାଇଁ ଧାରଣାରେ ସେମିତି ବସି ରହିଛନ୍ତି କେ ଦୀପିକା ….

ବିଶେଷ ମନୋରଞ୍ଜନ

କିଛି ଦିନ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିବା ବ୍ରହ୍ମପୁର ସହରର କେ ଦୀପିକା ଓ କେ ଦିନେଶ ଙ୍କ ବିବାଦ ବିଷୟରେ ଆପଣ ମାନେ ଜାଣିଥିବେ। ଆଜିକୁ ଦୀପିକା ଙ୍କ ଧାରଣ ୧୨ ଦିନରେ ପହଂଚିଛି। ପ୍ରେମିକର ଘର ଆଗରେ ନିଜର ସ୍ତ୍ରୀ ର ହକ୍ ଦାବିରେ ଦୀପିକା ଆଜକୁ ୧୨ ଦିନ ହୋଇଯିବ ବସି ରହିଛନ୍ତି।

ବ୍ରହ୍ମପୁର ସହରରେ ଲଗାଣ ବର୍ଷା ସତ୍ତ୍ବେ ଦୀପିକା ବର୍ଷା କୁ ଖାତିର ନକରି ଦିନେଶ ଙ୍କ ଘର ଆଗରେ ସେହିଭଳି ଭାବରେ ବସି ରହିଛନ୍ତି। ଗତକାଲି ତାଙ୍କ ଶାଶୁ ଟେଣ୍ଟ ଭାଙ୍ଗିଦେବା ପରେ ମଧ୍ୟ ଦୀପିକା ଲଗାଣ ବର୍ଷାରେ ଖୋଲା ଆକାଶ ତଳେ ସେହିଭଳି ବସି ରହିଥିଲେ। ଏହାକୁ ଦେଖି କିଛି ସ୍ଥାନୀୟ ଲୋକ ଏକ ପାଲ ଆଣି ବାନ୍ଧିବାକୁ ଚେଷ୍ଟା କରିଥିଲେ ହେଲେ ଦିନେଶ ଙ୍କ ପରିବାର ଲୋକେ ତାକୁ ବି ବିରୋଧ କରିଥିଲେ।

ଦୀପିକା ବର୍ଷା ରାତିରେ ଖୋଲା ଆକାଶ ତଳେ ଏକାକୀ ବସି ରହିଥିଲେ ବି ଏଥିରେ ଦିନେଶ କି ତାଙ୍କ ପରିବାର ଲୋକଙ୍କ ମନ ଟିକେ ବି ତରଳି ନଥିଲା। ଦୀପିକା ଙ୍କ ଧାରଣା ଭାଙ୍ଗିବାକୁ ଦିନେଶ ଙ୍କ ପରିବାର ଶତ ଚେଷ୍ଟା କରୁଛନ୍ତି। କେତେବେଳେ ସେ ଛାତ ରୁ ପାଣି ଫିଙ୍ଗୁଛନ୍ତି ତ ଆଉ କେତେବେଳେ ସେ ଅଳିଆ ଆବର୍ଜ୍ଜନା ଫିଙ୍ଗୁଛନ୍ତି। ହେଲେ ଦୀପିକା ଏକାକୀ ନିଜର ଲଢେଇ ଜାରି ରଖିଛନ୍ତି।


ତାଙ୍କୁ ସ୍ତ୍ରୀ ର ଅଧିକାର ନ ମିଳିଲା ପର୍ଯ୍ୟନ୍ତ କି ତାଙ୍କ ପୁଅକୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ସେ ସେହିଭଳି ଭାବରେ ଦିନେଶ ଙ୍କ ଘର ଆଗରେ ବସି ରହିବେ ବୋଲି। କହିଛନ୍ତି। ଦୀପିକା ଙ୍କୁ ଏଭଳି ଏଭଳି ବସି ରହିଥିବାର ଦେଖିବା ପରେ କିଛି ସ୍ଥାନୀୟ ଲୋକ ଦୀପିକା ଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବର୍ଷା ରୁ ରକ୍ଷା ପାଇବାକୁ ତାଙ୍କୁ ଏକ ଛତା ନେଇ ଦେଇଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ବ୍ରହ୍ମପୁର ଏସପି କହିଛନ୍ତି, ଏହି ମାମଲା କୋର୍ଟ ରେ ଥିବାରୁ ଦୀପିକା ପୋଲିସ ଙ୍କୁ ସହାୟତା କଲେ ହିଁ ଏହି ମାମଲାର ସମାଧାନ ହୋଇପାରିବ। ତେବେ ଏହି ବହୁ ଚର୍ଚ୍ଚିତ ମାମଲା ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published.