ଦେଖନ୍ତୁ ଭିଡିଓ – ଲକଡାଉନ ରେ ମାଣ୍ଡିଆ ଗଣି କରିଲେ ବିଶ୍ୱ ରେକର୍ଡ, ଚର୍ଚ୍ଚା ରେ ଏବେ ଏହି ଯୁବକ ,ଶୁଣିଲେ ଆଶ୍ଚର୍ଯ୍ୟ ହେବେ !!

ଖବର ଜୀବନଚର୍ଯ୍ୟା

ସାରା ଦେଶରେ ଏବେ ଲକଡାଉନ ସଟଡାଉନ ର ମାହୋଲ। କାରଣ କୋରନା କୁ ମୁକାବିଲା କରିବା ପାଇଁ ଲକଡାଉନ ହିଁ ସବୁଠାରୁ ବଡ଼ ରାସ୍ତା। ଲକଡାଉନ ସଂକ୍ରମଣ ବ୍ୟାପିବାରୁ ସିନା ବଞ୍ଚାଇ ଦେଉଚି କିନ୍ତୁ ଘରୁ ନବାହାରି ଲୋକେ ଏବେ ବିରକ୍ତ ହେଇ ଗଲେଣି। କିଛି ଗାଲୁଆ ଲୋକ ତ ନିୟମ ବି ମାନୁନାହାନ୍ତି। କହୁଛନ୍ତି ଘରେ ବସି ଆମକୁ ବିରକ୍ତ ଲାଗୁଚି ଆମେ ବାହାରକୁ ନଗଲେ ଘରେ ଏତେ ଦିନ କଣ କରିବୁ। ମାତ୍ର ଏହି କେହିବି ଏ ସମୟର ସଦୁପଯୋଗ କରୁନାହାନ୍ତି।

ଏହି ଯୁବକ ଜଣଙ୍କ କିନ୍ତୁ ଜଣେଇ ଦେଇଛନ୍ତି ଘରେ ବସି ବି ଆମେ ବହୁତ କିଛି ନୂଆ ଜିନିଷ କରି ପାରିବା କେବଳ କରିପାରିବ ଦୃଢ଼ ମନବଳ ଥିବା ଆଵଶ୍ୟକ।ହଁ ଆଜ୍ଞା ଆମେ ଆପଣଙ୍କୁ କହୁଚୁ ମହାରାଷ୍ଟ୍ର ର ଏକ ଯୁବକ ଙ୍କ ବିଷୟରେ। ଯୁବକ ଜଣଙ୍କ ଏହି ଲକଡାଉନରେ ନିଜ ପରିଶ୍ରମ ବଳରେ ବିଶ୍ୱ ରେକର୍ଡ କାଟିବାରେ ସମର୍ଥ ହେଇଛନ୍ତି। ଆପଣ ନିଶ୍ଚିତ ଭାବୁଥିବେ ସେ ଘରେ ବସି ଏମିତି କଣ କଲେ ଯେ ବିଶ୍ୱ ରେକର୍ଡ କାଟିଦେଲି।ତେବେ ଆସନ୍ତୁ ଜାଣିବେ ସମ୍ପୂର୍ଣ୍ଣ ଘଟଣାଟି ବିଷୟରେ।

ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଶିବମୋଗାରେ । ସେହି ଶିବମୋଗାରେ ରହୁଥିବା ଜଣେ ବିବିଏ ଛାତ୍ର ଅଭିଷେକ ସୂକ୍ଷ୍ମ ଶସ୍ୟ ଜାତୀୟ ଖାଦ୍ୟ ମାଣ୍ଡିଆ କୁ ଗଣନା କରି ସାରା ବିଶ୍ୱରେ ରେକର୍ଡ କାଟିଛନ୍ତି।ତେବେ ଏକ କେଜି ମାଣ୍ଡିଆରେ ମୋଟ 4,04,882 ଟି ମାଣ୍ଡିଆ ଅଛି ବୋଲି ସେ ଗଣି କହିଛନ୍ତି। ତାଙ୍କର ଏହି ସୁନ୍ଦର ପ୍ରୟାସ ପାଇଁ ସେ ସେ ଏବେ ବେଶ ଚର୍ଚ୍ଚାରେ। ଯୁବକ ଜଣଙ୍କ ଯାହା କରିଛନ୍ତି ସେ କାମ ଅନ୍ୟ କାହା କରିବା ଅସମ୍ଭବ।
ଯେତେବେଳେ ତାଙ୍କୁ ଏହି ବିଷୟରେ ପଚରା ଯାଇଥିଲା ସେ କହିଥିଲେ ତାଙ୍କୁ ଏହି କାମ କରିବା ପାଇଁ ପ୍ରାୟ 87 ଘଣ୍ଟା 35 ମିନିଟ ସମୟ ଲାଗିଥିଲା ।

ଏହାକୁ ବେସରକାରୀ ସଂସ୍ଥା ଦ୍ଵାରା ଟେଷ୍ଟିଙ୍ଗ ବି କରାଯାଇଥିଲା ଏବଂ ତାଙ୍କର ଗଣନା ସମ୍ପୂର୍ଣ୍ଣ ଠିକ ଥିବା ଜଣାପଡିଥିଲା। ଏହାପରେ ସେ ଏହି ମାଣ୍ଡିଆ ଭିତରୁ ୫୦୦ ଟି ଲେଖାଏଁ ମାଣ୍ଡିଆ ନେଇ ଗୋଟିଏ ଗୋଟିଏ ପ୍ୟାକେଟ କରିଥିଲେ। ସାଧାରଣତଃ ଗୋଟେ କେଜି ମାଣ୍ଡିଆରେ କେତୋଟି ମାଣ୍ଡିଆ ଅଛି ଜାଣିବେ ଏହା ଆମ ସମଝ ର ବାହାରେ। କିନ୍ତୁ ଅଭିଷେକ ଙ୍କ ମୁଣ୍ଡକୁ ଏହି ଅଜବ ଚିନ୍ତା ଟି ଆସିଲା ଏବଂ ସେ ତାଙ୍କ ପ୍ରୟାସ ରେ ସଫଳ ବି ହେଲେ। ତାଙ୍କର ଏହି ସଫଳତା ଦେଖି ପରିବାର ଲୋକେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *