ଶୋଇବା ସମୟରେ ନିଜ ପାଖରେ ରଖନ୍ତୁ ନାହି ଏହି ସବୁ ଜିନିଷ ,ପରିବାର ହୋଇଯିବ ଦରିଦ୍ରତା

ଜୀବନଚର୍ଯ୍ୟା

ନମସ୍କାର ଫ୍ରେନଡ୍ସ, ଯେପରିକି ଆପଣ ମାନେ ଜାଣିଥିବେ ସବୁବେଳେ ଵ୍ରହ୍ମ ମୁହୂର୍ତ୍ତରେ ଉଠିବା ନିହାତି ଆବଶ୍ୟକ ଅଟେ। ଫଳରେ ଏହାଦ୍ୱାରା ଶୁଖ ସମୃଦ୍ଧି ପ୍ରାପ୍ତ କରିଥାଉ ଏବଂ ନିରାଶା ଠାରୁ ବହୁତ ଦୂର ରେ ରହିଥାଉ। ଯେଉଁ ବ୍ୟକ୍ତି ମାନେ ଵ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି ସମାନଙ୍କ ଉପରେ ଦେବା ଦେବୀ ପ୍ରସନ୍ନ ଥାଆନ୍ତି ଓ ଖାସ କରି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ।


ଶାସ୍ତ୍ରାନୁଯାୟୀ, ସକାଳୁ ଉଠି ପୁଣି ଶୋଇବା ପର୍ଯ୍ୟନ୍ତ କରିବା ସବୁ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ଆମ ଜୀବନ ପାଇଁ ବହୁତ ଲାଭମୟ କରିଦିଏ। କିନ୍ତୁ କିଛି ମନୁଷ୍ୟ ଏହି କାର୍ଯ୍ୟକୁ କରିନଥାନ୍ତି । ଶାସ୍ତ୍ର ଅନୁସାରେ ଶୋଇବାବେଳେ ଆମ ଦ୍ୱାରା ଏପରି କିଛି ଭୁଲ କାର୍ଯ୍ୟ ହୋଇଯାଏ ଯାହା ଦ୍ୱାରା କି ଆମକୁ ଆମ ଜୀବନରେ ବହୁତ ସମସ୍ୟାର ସମୁଖୀନ କରିବାକୁ ପଡିଥାଏ ।

ସେହିପରି ଆହୁରି ବହୁତ କଥା କୁହ ଯାଉଛି ଯେପରିକି, ମନୁଷ୍ୟକୁ ଶୋଇବା ବେଳେ ନିଜ ପାଖରେ ଏପରି କିଛି ଜିନିଷ ରଖିବା ଉଚିତ ନୁହେଁ କାହିଁକି ନା ଏହାଦ୍ୱାରା ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ , ରୋଗ ହୋଇଥାଏ ଓ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଖାସ କରି ମହିଳାମାନଙ୍କୁ ଶୋଇବା ବେଳେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।


ମନୁଷ୍ୟକୁ ଶୋଇବା ବେଳେ ନିଜ ଗୋଡ଼କୁ ଦକ୍ଷିଣ ଓ ପୂର୍ବ ଦିଗକୁ ରଖି ଶୋଇବା ଉଚିତ ନୁହେଁ । ଅର୍ଥାତ ଆପଣଙ୍କ ଗୋଡ଼କୁ ଉତ୍ତର ଓ ପଶ୍ଚିମ ଦିଗକୁ ରଖିବା ଉଚିତ ଓ ମୁଣ୍ଡକୁ ପୂର୍ବ ଓ ଦକ୍ଷିଣ ଦିଗକୁ ରଖିବା ଉଚିତ । ଏହାଦ୍ୱାରା ମନୁଷ୍ୟ ଜୀବନ ରେ ଉର୍ଣ୍ଣତି କରିଥାଏ ।

ମନୁଷ୍ୟ ଶୋଇବା ବେଳେ ନିଜ ମୁଣ୍ଡ ପାଖରେ ପାଣି ରଖି ଶୋଇଥାଏ ଏହା ଦ୍ୱାରା ଚନ୍ଦ୍ର ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ । କିଛି ଲୋକ ଶୋଇବା ବେଳେ ଖଟ ପାଖରେ ଜୋତା ବା ଚପଲ ରଖି ଶୋଇଥାନ୍ତି ଏହାଦ୍ୱାରା ଜୀବନରେ ବହୁତ ନକରାତ୍ମକ ପ୍ରଭାବ ପଡିଥାଏ । ଶୋଇବା ସ୍ଥାନରେ ଆଇନା ରଖିବା ଉଚିତ ନୁହେଁ ତାକୁ ଶୋଇବାବେଳେ ନା ଶୋଇକି ଉଥିବା ପରେ ଦେଖିବା ଉଚିତ ନୁହେଁ ଏହାଦ୍ୱାରା ମନୁଷ୍ୟକୁ ଭୟାନକ ସ୍ୱପ୍ନ ଆସିଥାଏ ଓ ଜୀବନରେ ସମସ୍ୟା ଘେରରେ ରହିଥାଏ । ଶୋଇବା ବେଳେ ନିଜ ପାଖରେ କୌଣସି ସୁଗନ୍ଧିତ ତେଲକୁ ରଖିବା ଉଚିତ ନୁହେଁ ତେଲ ନକରାତ୍ମକ ଶକ୍ତିକୁ ନିଜ ଆଡକୁ ଆକର୍ଷିତ କରିଥାଏ ଓ ଏହା ଦ୍ୱାରା ଜୀବନରେ ବହୁତ ଅଶୁଭ ହୋଇଥାଏ ।

ଶୋଇବା ବେଳେ ମୁଣ୍ଡ ପାଖରେ କୌଣସି ପୁସ୍ତକ ରଖିବା ଉଚିତ ନୁହେଁ ଏହା ଦ୍ୱାରା ବୁଦ୍ଧି ଭ୍ରଷ୍ଟ ହୋଇଥାଏ । ଶୋଇବାବେଳେ ନିଜ ମୁଣ୍ଡ ପାଖରେ କୌଣସି ଟଙ୍କା ପଇସା ରଖିବା ଉଚିତ ନୁହେଁ ଏହା ଦ୍ୱାରା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଓ ଧନ ହାନି ହୋଇଥାଏ । ଧନକୁ ତାର ଉଚିତ ସ୍ଥାନରେ ରଖିବା ଉଚିତ ନଚେତ ମା ଲକ୍ଷ୍ମୀଙ୍କ କୁ ପ୍ରଭାଵ ପଡିଥାଏ । ଶୋଇବା ଘରର କୋଣରେ ଝାଡୁକୁ ଠିଆ କରି ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଧନ ହାନି ହୋଇଥାଏ ଓ କଳହ ସୃଷ୍ଟି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *