୩ ବର୍ଷ ର ପୁଅକୁ ଦିଆଗଲା୧୬ କୋଟି ଟଙ୍କାର ଇଞ୍ଜେକ୍ସନ ! ଶୁଣିଲେ ଆପଣ ବି ଆଶ୍ଚର୍ଯ ହେବେ

ଖବର ବିଶେଷ

୩ ବର୍ଷୀୟ ଶିଶୁ ଆୟାଂଶ ଏବେ ନୂଆ ଜୀବନ ପାଇଛି। ଆଉ ଏ ସବୁ ସମ୍ଭବ ହୋଇପାରିଛି ୬୫ ହଜାର ଲୋକଙ୍କ ଆଶୀର୍ବାଦ ଫଳରେ। ବିରଳ ରୋଗ ସ୍ପାଇନାଲ୍ ମସ୍କ୍ୟୁଲାର ଆଟ୍ରୋଫିରେ ଦୀର୍ଘ ଦିନ ଧରି ପୀଡ଼ିତ ହୋଇ ହସ୍ପିଟାଲ ବେଡ୍ ରେ ମରଣ ସହ ଲଢେ଼ଇ କରୁଥିବା ଛୋଟ ପିଲାଟି ଏବେ ନୂଆ ଜୀବନ ପାଇ ଫେରିଛି। ଶିଶୁ ଆୟାଂଶ ଗୁପ୍ତାକୁ ଏହି ବିରଳ ରୋଗରୁ ମୁକ୍ତି ପାଇବା ପାଇଁ ଦିଆଯାଇଛି ଜୋଲଜେନ୍ସମା ନାମକ ଏକ ଇଞ୍ଜେକ୍ସନ। ଯାହାର ଦାମ୍ ୧୬ କୋଟି ଟଙ୍କା। ଯାହାକୁ ବିଶ୍ଵର ସବୁଠୁ ଦାମୀ ଇଞ୍ଜେକ୍ସନ ବୋଲି କୁହାଯାଉଛି। ଏହି ଇଂଜେକ୍ସନ ନେବା ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛି ଆୟାଂଶ।


ତେବେ ସୂଚନା ଥାଉକି, ଆୟାଂଶ ଗୁପ୍ତା ନାମକ ଏକ ଶିଶୁଟି ସ୍ପାଇନଲ୍ ମସ୍କୁଲର ଆଟ୍ରୋଫି ନାମକ ଏକ ରୋଗରେ ଆକ୍ରାନ୍ତ ଥିଲା । ତେବେ ଆୟାଂଶର ଏହି ରୋଗର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଥିଲା, ଏଥିପାଇଁ ଏକ ଦାମୀ ଔଷଧର ଆବଶ୍ୟକ ଥିଲା, ଯାହାର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା । ଆୟାଂଶ ଗୁପ୍ତାଙ୍କ ପରିବାର ନିଜ ଦମରେ ଏତେ ପରିମାଣର ଅର୍ଥ ସଂଗ୍ରହ କରିପାରିନଥିାନ୍ତେ। କିନ୍ତୁ ଆୟାନଙ୍କୁ ନୂଆ ଜୀବନ ଦେବା ପାଇଁ ଏକ ଅନଲାଇନ୍ ଅଭିଯାନ ଆରମ୍ଭ ହୋଇଥିଲା । ଆୟାଂଶର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ତାଙ୍କ ବାପା-ମା AyaanshFightsSMA ନାମକ ଏକ ଟ୍ୱିଟର ଆକାଉଣ୍ଟ ତିଆରି କରିଥିଲେ।

ଏତେ ପରିମାଣର ଟଙ୍କା ଯୋଗାଡ କରିବାରେ ଆୟାଂଶଙ୍କ ପିତାମାତାଙ୍କୁ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏଵଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟୀ ମାନେ ମଧ୍ୟ ସାହାଯ୍ୟ କରିଥିଲେ। ଏହା ସହିତ ହଜାର ହଜାର ଲୋକ ଏଥିରେ ଯୋଗ ଦେଇ ଆର୍ଥିକ ସହାୟତା କରିଥିଲେ । ଶେଷରେ ଏହି ଜେନେଟିକ୍ ରୋଗରେ ପୀଡିତ ଶିଶୁକୁ ନୂଆ ଜୀବନ ଦେବା ପାଇଁ ୧୬ କୋଟି ଟଙ୍କା ସଂଗ୍ରହ ସମ୍ଭବ ହୋଇପାରିଥିଲା।
ବୁଧବାର ଦିନ ହାଇଦ୍ରାବାଦର ରେନବୋ ହସ୍ପିଟାଲରେ ଆୟାନଙ୍କୁ ସବୁଠାରୁ ମହଙ୍ଗା ଔଷଧ ଜୋଲଜେନ୍ସମାର ଡୋଜ୍ ଦିଆଯାଇଥିଲା।

ଏହି ଅଭିଯାନରେ ୬୨,୪୫୦ ଲୋକ ସହଯୋଗ କରିଥିଲେ ଏବଂ ଏହି କ୍ରାଉଡ୍ ପାଣ୍ଠିରୁ ୧୪.୮୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଏହି ଇଂଜେକ୍ସନ ଆମେରିକାରୁ ଭାରତକୁ ଆସିଥିଲା। ମାନବିକତା ଦୃଷ୍ଟିରୁ କେନ୍ଦ୍ର ସରକାର ଇଂଜେକ୍ସନ ଉପରୁ ସଂପୂର୍ଣ୍ଣ ଅର୍ଥାତ ୬ କୋଟିର ଆମଦାନୀ ଶୁଳ୍କ ଛାଡ଼ କରିଥିଲେ। ଆୟାଂଶଙ୍କ ପିତା ଯୋଗେଶ ଗୁପ୍ତା ଓ ମା’ ରୂପଲ ଗୁପ୍ତା କେବେବି ଭାବିନଥିଲେ ଯେ ,ସେମାନେ ଏତେ ପରିମାଣର ଟଙ୍କା ଯୋଗାଡ କରିପାରିବେ। କିନ୍ତୁ ଲୋକ ମାନଙ୍କ ସାହାଯ୍ୟ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ଆୟାଂଶଙ୍କ ସହ ତାଙ୍କର ପିତା ମାତା ସମସ୍ତ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *