ସ୍କୁଲ ଆଇଡି ଦେଖାନ୍ତୁ ଶସ୍ତାରେ ମୋବାଇଲ ନିଅନ୍ତୁ

ଖବର ନିଯୁକ୍ତି ବିଶେଷ

କରୋନା ସ୍ଥିତି ଦିନ କୁ ଦିନ ଶୋଚନୀୟ ହବାରେ ଲାଗିଛି |କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି |ପ୍ରଥମ ଲହର ପରି ଦ୍ଵିତୀୟ ଲହର ମଧ୍ୟ ସାରା ବିଶ୍ଵ ରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି |କରୋନା ର ଏହି ଦ୍ଵିତୀୟ ଲହର ବି ବେସ ଦ୍ରୁତ ଗତି ରେ ବ୍ୟାପି ଚାଲିଛି |ତେଣୁ ପ୍ରଥମ ଲହର ପରି ଦ୍ଵିତୀୟ ଲହର କୁ କାବୁ କରିବା ପାଇଁ ସବୁ ଜାଗା ରେ ପ୍ରୟାସ ଜାରି ରହିଛି |ସ୍କୁଲ ,କଲେଜ ପୁଣି ଥରେ ବନ୍ଦ କରି ଦିଆ ଯାଇଛି |କାରଣ ସ୍କୁଲ କୁ ପିଲା ଆସିଲେ କାଳେ ସଂକ୍ରମିତ ହେବେ ଏବଂ ସଂକ୍ରମଣ ବ୍ୟାପିବ ଏହି ଆଶଙ୍କା କରି ପୁଣି ଥରେ ସ୍କୁଲ ,କଲେଜ ଗୁଡି କୁ ବନ୍ଦ କରି ଦିଅ ଯାଇଛି |

ଏଭଳି ସ୍ଥିତି ରେ ପିଲା ମାନେ ଘରେ ରହି ପାଠ ପଢିବେ |ଏବଂ ଅନଲାଇନ ରେ କ୍ଳାସ କରିବେ |ଏପରି ସ୍ଥିତି ରେ ସାମସଙ୍ଗ ପକ୍ଷ ରୁ ବ୍ୟାକ ଟୁ ସ୍କୁଲ କ୍ୟାମ୍ପେନ ଘୋଷଣା କରା ଯାଇଛି |ଏହି କ୍ୟାମ୍ପେନ ବିଶେଷ କରି ସ୍କୁଲ ଛାତ୍ର ,ଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ପାଇଁ ଉପଲବ୍ଧ |ଛାତ୍ର ,ଛାତ୍ରୀ ଓ ଶିକ୍ଷକ ମାନେ ନିଜ ନିଜ ସ୍କୁଲ ର ଆଇଡି କାର୍ଡ ଦେଖାଇ କମ ଦାମ ରେ ସାମସଙ୍ଗ ର ସ୍ମାର୍ଟ ଫୋନ ଏବଂ ଟାବଲେଟ କିଣି ପାରିବେ |କମ୍ପାନୀ ତରଫ ରୁ ଏହି ଉପହାର ଗ୍ୟାଲାକ୍ସି ଟ୍ୟାବ ଏସ-7 ଓ ଗ୍ୟାଲାକ୍ସି ଟ୍ୟାବ -7 ପ୍ଲସ ଉପରେ ଉପଲବ୍ଧ |ଅର୍ଥାତ ସ୍କୁଲ ଛାତ୍ର ,ଛାତ୍ରୀ କିମ୍ବା ଶିକ୍ଷକ ନିଜ ନିଜ ସ୍କୁଲ ର ପରିଚୟ ପତ୍ର ଦେଖାଇ ଅଳ୍ପ ଦର ରେ ସାମସଙ୍ଗ ର ଏହି ସ୍ମାର୍ଟ ଫୋନ କିମ୍ବା ଟ୍ୟାବ ନେଇ ପାରିବେ |

ସାମସଙ୍ଗ ଇଣ୍ଡିଆ ର ଟାବଲେଟ ବିଜନେସ ର ନିର୍ଦ୍ଦେଶକ ମଧୁର ଚତୁର୍ବେଦୀ କହିଛନ୍ତି ଯେ ବ୍ୟାକ ଟୁ ସ୍କୁଲ କ୍ୟାମପେନ ର ଲକ୍ଷ ହେଉଛି ,ଯେଉଁ ମାନଙ୍କ ପାଖ ରେ ସ୍ମାର୍ଟ ଫୋନ ନାହିଁ ଏବଂ ସେମାନେ ଅନଲାଇନ ପାଠ ପଢା ରେ ହଇରାଣ ହଉ ଛନ୍ତି ସେମାନଙ୍କ ପାଇଁ ଏହା ସହାୟକ ହୋଇ ପାରିବ |ଏହା ସହ ଶିକ୍ଷା କ୍ଷେତ୍ର ରେ ଅଧିକ ରୁ ଅଧିକ ମାତ୍ରା ରେ ଯୋଗ ଦାନ ବଢିବ |ପିଲା ମାନେ ସ୍ମାର୍ଟ ଲରନିଙ୍ଗ ର ଫାଇଦା ଉଠେଇପାରିବେ |ତେବେ ଏହି ଅଫର ର ଲାଭ ପାଇବା କୁ ହେଲେ ପ୍ରଥମେ ସାମସଙ୍ଗ ଷ୍ଟୁଡେଣ୍ଟ ଆଡଭାନ୍ସ ଷ୍ଟେଜ ଉପରେ କ୍ଲିକ କରିବା କୁ ପଡିବ |

ଏହା ପରେ ଆପଣ ଆପଣ ଙ୍କ ବାବଦ ରେ ସବୁ ତଥ୍ୟ ଭରିବା ପରେ ଦଶ ପ୍ରତିଶତ ଡିଶ୍କାଉଣ୍ଟ ରେ ଆପଣ ଙ୍କୁ ସାମସଙ୍ଗ ମୋବାଇଲ କିମ୍ବା ଟ୍ୟାବ / ଟାବଲେଟ ମିଳି ପାରିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.