ସରକାରଙ୍କ ନୂଆ ନିୟମ: ଏଣିକି ୨ ନୁହେଁ , ଜନ୍ମ କରିପାରିବେ ୩ ଟି ସନ୍ତାନ !

ଖବର ଜୀବନଚର୍ଯ୍ୟା

ବିଶ୍ବରେ ଥିବା ସବୁ ରାଷ୍ଟ୍ର ମାନଙ୍କ ମଧ୍ୟରୁ ଚାଇନାର ଜନସଂଖ୍ୟା ସର୍ବାଧିକ ଅଟେ। ତେବେ ଚୀନରେ ବର୍ତ୍ତମାନ ଲଗାତାର ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିକୁ ଦେଖି ଚୀନ୍ ସରକାର ଏବେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଣିକି ଦେଶର ପ୍ରତ୍ୟେକ ପିତା ମାତା ଏବେ ୩ ଟି ସନ୍ତାନକୁ ଜନ୍ମ ଦେଇପାରିବେ। ଏ ନେଇ ଆଜି ଚୀନ୍ ସରକାର ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଜିନପିଙ୍ଗ୍ ଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଆଗକୁ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ସୂଚନା ଅନୁଯାୟୀ, ଏକ ଜନଗଣନା ରିପୋର୍ଟ ଅନୁସାରେ ଚୀନରେ ଗତ କିଛି ବର୍ଷ ଧରି ଲଗାତାର ଜନ୍ମହାର ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଅନ୍ୟପକ୍ଷେ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ହାର ଅଧିକ ରହିଛି। ତେବେ ପୂର୍ବରୁ ଅର୍ଥାତ୍ ଦେଶରେ ଦମ୍ପତିମାନେ ଦୁଇ ସନ୍ତାନ ଜନ୍ମ କରିବାକୁ ଆଇନ ଜାରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଶିଶୁହାର ବହୁ ମାତ୍ରାରେ ହ୍ରାସ ପାଉଥିବାରୁ ଦେଖି ଦେଶର ଭବିଷ୍ୟତ ମାନବ ସମ୍ବଳକୁ ଦୃଷ୍ଟିରେ ରଖି ସରକାର ପୁରୁଣା ଆଇନକୁ ସଂଶୋଧନ କରିଛନ୍ତି।

୧୯୭୦ ରେ ଚୀନ୍ ସରକାର ଦେଶର ଦୃତ ଗତିରେ ବଢ଼ୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି କେତେକ ଅଞ୍ଚଳରେ ଗୋଟିଏ ସନ୍ତାନ ଜନ୍ମ କରିବାର ଆଇନ ପ୍ରଣୟନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦେଶବ୍ୟାପୀ ପ୍ରଣୟନ କରାଯାଇଥିଲା। କିନ୍ତୁ ୨୦୦୯ ମସିହାରେ ଏହି ପୁରୁଣା ଆଇନ୍ କୁ ସଂଶୋଧନ କରି ଚୀନ୍ ସରକାର ଦମ୍ପତ୍ତି ମାନଙ୍କୁ ଗୋଟିଏ ସନ୍ତାନ ଥିବା କ୍ଷେତ୍ରରେ ୨ ଟି ସନ୍ତାନ କରିପାରିବେ ବୋଲି ଅନୁମତି ଦେଇଥିଲା। ଏହି ଆଇନକୁ ୨୦୧୪ରେ ଦେଶବ୍ୟାପୀ ଲାଗୁ କରଯାଇଥିଲା। ଏହି ଆଇନ ପରଠୁ ଦେଶରେ ଶିଶୁହାର ଦ୍ରୁତ ବେଗରେ ହ୍ରାସ ପାଇଥିଲା।


ଚଳିତ ବର୍ଷର ଏକ ରିପୋର୍ଟ ଅନୁଯାୟୀ, ୨୦୧୦ରୁ ୨୦୨୦ ମଧ୍ୟରେ ଚୀନର ଜନସଂଖ୍ୟା ବୃଦ୍ଧି ହାର ୦.୫୩ ପ୍ରତିଶତ ଥିଲା। ୨୦୦୦ରୁ ୨୦୧୦ ମଧ୍ୟରେ ଏହା ବଢ଼ି ୦.୫୭ ପ୍ରତିଶତ ହୋଇଥିଲା । ୨୦୧୬ ମସିହାରେ ଦେଶର ଶିଶୁ ଜନ୍ମହାର ୧୮ ନିୟୁତ ଥିଲା। ହେଲେ ୨୦୨୦ ମସିହା ବେଳକୁ ଏହା କମି ୧୨ ନିୟୁତରେ ପହଞ୍ଚିଥିଲା।ତେବେ ପୁରୁଣା ଆଇନରେ ସଂଶୋଧନ ଆଣିବା ଦ୍ଵାରା ଏପରି ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ବର୍ତ୍ତମାନ ଭବିଷ୍ୟତ ପାଇଁ ଶିଶୁ ଜନ୍ମହାରରେ ବୃଦ୍ଧି ନିହାତି ଜରୁରୀ ଅଟେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଆଜି ଠାରୁ ଏହି ନୂତନ ଆଇନ ଜାରି କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *