ସରକାର ଙ୍କ ଘୋଷଣା ! ୧୦ ଦିନ ଯାଏଁ ଲାଗୁହେବ ଲକଡାଉନ

ଖବର ବିଶେଷ

ଦେଶରେ ଦ୍ଵିତୀୟ ଲଢେଇ ସାଂଘାତିକ ହେଉଛି | ସଂକ୍ରମଣ ବ୍ୟାପୁଥିବାରୁ ଛତିଶଗଡର ରାୟପୁର ଜିଲ୍ଲାରେ ଦଶ ଦିନ ପାଇଁ ଲକଡାଉନ ହେବ | ତେବେ ଏହି ଲକଡାଉନ ସମୟରେ କେବଳ ଜରୁରୀ କାଳୀନ ସେବା କୁ ଛାଡିଦେଲେ ବାକି ସବୁ ବନ୍ଦ ରହିବ | ତେବେ ଏପ୍ରିଲ ୧୯ ରୁ ଆରମ୍ଭକରି ୩୦ ପର୍ଯ୍ୟନ୍ତ ଲକଡାଉନ ରହିବ ବୋଲି ଘୋଷଣା କରିଛନ୍ତି ଛତିଶଗଡ ସରକାର |

ତେବେ ଏନେଇ ପୁରା ଜିଲ୍ଲାକୁ କନ୍ଟେନ୍ଟ ମେଣ୍ଟ ଜୋନ ବୋଲି ଘୋଷଣା କରିଛନ୍ତି ଛତିଶଗଡ ର ଜିଲ୍ଲା ପାଳ | ତେବେ ଲକଡାଉନ ସମୟରେ ଜିଲ୍ଲାର ସମ୍ପୂର୍ଣ ସୀମା ସିଲ ରହିବ | ତେବେ କେବଳ ଔଷଧ ଦୋକାନ ଖୋଲା ରହିବ | ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ଏବଂ ବ୍ଯାଙ୍କ ବନ୍ଦ ରହିବ | ଆହୁରିମଧ୍ୟ ଧାର୍ମିକ ସଂସୃତିକ ଏବଂ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିବ |

ତେବେ ଟେଲିକୋମ , ରେଲୱେ ଏବଂ ଏୟାରପୋର୍ଟ ଚାଲୁ ରହିବ | କ୍ଷୀର, ଖବରକାଗଜ ଏବଂ ଡେଲିଭେରୀ ବୟ କୁ ବି ଅନୁମତି ମିଳିଛି | ତେବେ ଗତ ଛଅ ଦିନ ମଧ୍ୟ ରେ ରାୟପୁର ରେ ୧୦୭୫୫ ନୂଆ କେସ ସାମ୍ନା କୁ ଆସିଥିବାର ଜଣାପଡିଛି | ତେବେ ଏଥିମଧ୍ୟରୁ ୯୩ ଜଣ କରୋନା ରେ ପ୍ରାଣ ହରାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *