ସବୁଠୁ ଅଧିକ ଥର ବିବାହ କରିଛନ୍ତି ଏହି ଅଭିନେତ୍ରୀ ! ନାମ ଜାଣିଲେ ଆଶ୍ଚର୍ଯ ହେବେ

ମନୋରଞ୍ଜନ

ନମସ୍କାର ବନ୍ଧୁଗଣ, ଆଜି ଆପଣମାନେ ଜାଣିପାରିବେ ଯେ ବଲୀଉଡ ର ଏହି ସବୁ ଆକ୍ଟରେସ ମାନେ ପ୍ରାୟ କେତେ ଥର ବିବାହ କରିଛନ୍ତି |
୧- ଏଥିମଧ୍ୟରୁ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି କିରଣ ଖେର। ସେ ପ୍ରାୟ ଦୁଇ ଥର ବିବାହ କରିଛନ୍ତି। କିରଣ ଖେର ଙ୍କ ପ୍ରଥମ ବିବାହ ଗୌତମ ବେରୀ ଙ୍କ ସହ ହେଇଥିଲା କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ର ଛାଡପତ୍ର ହେଇଗଲା ଏବଂ ଦ୍ୱିତୀୟ ବିବାହ ବଲିଉଡ ଅଭିନେତା ଅନୁପମ ଖେର ଙ୍କ ସହ ହେଇଗଲା ଏବଂ ସେମାନେ ବହୁ ଖୁସି ରେ ରହୁଛନ୍ତି।


୨- ତାଙ୍କ ପରେ ଆସୁଛନ୍ତି ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ‘ହୀନା’ ଚଳଚ୍ଚିତ୍ର ରୁ ପରିଚୟ ପାଇଥିବା ଜେବା ବକ୍ତିୟାର। ଜେବା ଚାରିଥର ବିବାହ କରିଛନ୍ତି। ପ୍ରଥମ ସ୍ୱାମୀ ସଲମାନ ବଲୀୟାନ, ଦ୍ୱିତୀୟ ସ୍ୱାମୀ ହେଲେ ଅଦନାନ ସାମୀ, ତୃତୀୟ ସ୍ୱାମୀ ହେଲେ ଜାବେଦ ଜାଫ୍ରି, ଏବଂ ଚତୁର୍ଥ ସ୍ୱାମୀ ହେଲେ ସୋହେଲ ନିଗାରୀ ।


୩- ଏବେ ଆସୁଛନ୍ତି ତୃତୀୟ ଅଭିନେତ୍ରୀ ସେ ହେଉଛନ୍ତି ସୁନିଧି ଚୋହ୍ବାନ। ସେ ଜଣେ ପ୍ରସିଦ୍ଧ ଗାୟିକା ସେ ମଧ୍ୟ ଦୁଇ ଥର ବିବାହ କରିଛନ୍ତି। ପ୍ରଥମ ବିବାହ ୧୮ ବର୍ଷ ରେ ବବି ଖାନ ଙ୍କ ସହ କରିଥିଲେ ଏବଂ ଦ୍ୱିତୀୟ ବିବାହ ହିତେଶ ସୋଲଙ୍କି ଙ୍କ ସହ ୨୦୧୨ ରେ କରିଥିଲେ।


୪- ଚତୁର୍ଥ ଅଭିନେତ୍ରୀ ହେଲେ ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ ନିଲମ କୋଠାରି ମଧ୍ୟ ଦୁଇ ଥର ବିବାହ କରିଛନ୍ତି। ପ୍ରଥମ ବିବାହ ଠିକ ରେ ଚାଲିନଥିଲା ଏବଂ ଛାଡପତ୍ର ପରେ ସେ ଦ୍ୱିତୀୟ ବିବାହ ବଲିଉଡ ଅଭିନେତା ସମୀର ସୋନି ଙ୍କ ସହ କରିଥିଲେ।


୫- ପଞ୍ଚମ ଅଭିନେତ୍ରୀ ହେଲେ ନିଲିମା ଅଂଜିମ ତିନିଥର ବିବାହ କରିଥିଲେ। ପ୍ରଥମ ସ୍ୱାମୀ ହେଲେ ପଙ୍କଜ କପୂର, ଦ୍ୱିତୀୟ ସ୍ୱାମୀ ହେଲେ ରାଜେଶ ଖଟ୍ଟର ଏବଂ ତୃତୀୟ ସ୍ୱାମୀ ହେଲେ ଓସ୍ତାଦ ରାଜା ଅଲ୍ଲୀ ଖାନ।


୬- ଷଷ୍ଠ ଅଭିନେତ୍ରୀ ହେଲେ ବିନ୍ଦିଆ ଗୋସ୍ୱାମୀ। ତାଙ୍କ ପ୍ରଥମ ବିବାହ ବଲିଉଡ ଅଭିନେତା ବିନୋଦ ମେହେରା ଙ୍କ ସହ ହେଇଥିଲା ଏବଂ ଛାଡପତ୍ର ପରେ ଦ୍ୱିତୀୟ ବିବାହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେ.ପି ଦତ୍ତା ଙ୍କ ସହ ବିବାହ କରିଥିଲେ।

୭- ସପ୍ତମ ଅଭିନେତ୍ରୀ ହେଲେ ଯୋଗୀତା ବାଲି। ତାଙ୍କ ପ୍ରଥମ ବିବାହ କିଶୋର କୁମାର ଙ୍କ ସହ ହୋଇଥିଲା ଏବଂ ଦ୍ୱିତୀୟ ବିବାହ ମିଥୁନ ଚକ୍ରବର୍ତ୍ତୀ ଙ୍କ ସହ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *