ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ପୋର୍ଟାଲ କୁ ବହୁତ ବହୁତ ସ୍ଵାଗତ | ଯେପରିକି ଆପଣ ମାନେ ଜାଣିଥିବେ ଅଷ୍ଟ୍ରେଲିଆ ର ବ୍ରିସବେନ ରେ ହେଉଥିବା ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା ଟିମ ଅଷ୍ଟ୍ରେଲିଆ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ ହାସଲ କରି ଋଷଭ ପନ୍ତ ଭାଙ୍ଗିଛନ୍ତି ଧୋନୀଙ୍କ ରେକର୍ଡ ।
ତେବେ ଋଷଭ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ମ୍ୟାଚ୍ରେ ସେ ତାଙ୍କର ୧୦୦୦ ରନ୍ ପୂରଣ କରିଛନ୍ତି, ତାହାବି ପୁଣି ମାତ୍ର ୨୭ଟି ଟେଷ୍ଟ ଇଂନିସ୍ରେ।
ତେବେ ଏଥିସହିତ ଧୋନୀ ୩୨ଟି ଟେଷ୍ଟ ଇଂନିସ୍ ଖେଳି ୧୦୦୦ ରନ୍ ପୂରଣ କରିଥିବା ବେଳେ ପନ୍ତ ମାତ୍ର ୨୭ ଟେଷ୍ଟ ଇଂନିସ୍ରେ ୧୦୦୦ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ଭାରତୀୟ ୱିକେଟ୍ କିପର ଭାବେ ଫାଷ୍ଟେଷ୍ଟ୍ ୧୦୦୦ ରନ୍ କରିବାରେ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଋଷଭ ପନ୍ତ। ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ।
ତେଣୁ ଧୋନୀ ୩୨ ମ୍ୟାଚ୍ ଖେଳି ୧୦୦୦ ରନ୍ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଫାରୁକ୍ ଇଂଜିନୟର, ରିଦ୍ଧିମାନ ସାହା ଓ ନୟନ ମୋଙ୍ଗିଆ ଯଥାକ୍ରମେ ୩୬, ୩୭ ଓ ୩୯ ଟି ଟେଷ୍ଟ ଇଂନିସ ଖେଳି ୧୦୦୦ ରନ୍ ପୂରଣ କରିପାରିଥିଲେ।
ଭାରତଦଳରେ ସପ୍ତମ ୱିକେଟ୍ କିପର୍ ଭାବେ ରିଷଭ ଏହି ରେକର୍ଡ ହାସଲ କରିଛନ୍ତି। ଟେଷ୍ଟ୍ ଇଂନିସ୍ରେ ତାଙ୍କର ହାରାହାରି ରନ୍ ରେଟ୍ ରହିଛି ୪୦.୦୪ ପ୍ରତିଶତ, ଯାହାକି ଟିମ୍ ମଧ୍ୟରେ ସର୍ବାଧିକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |