ରକ୍ତଚାପ ବା ବ୍ଲଡ଼ପ୍ରେସର || ଜାଣନ୍ତୁ , କେମିତି ନିୟନ୍ତ୍ରଣ କରିବେ ରକ୍ତଚାପ. . .

ଖବର ଜୀବନଚର୍ଯ୍ୟା

ଆଜି ଏହି ଆର୍ଟିକ୍ଲ ରେ ଆମ୍ଭେ ଆପଣମାନଙ୍କୁ ଜଣାଇଦେବୁ ଯେ ଉଚ୍ଚ ରକ୍ତ ଚାପ କୁ କିପରି ନିୟନ୍ତ୍ରଣ କରିବେ | ତେବେ ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ସେହି ଉପାୟ ଦ୍ଵାରା ଆପଣମାନେ ବୀନା କୌଣସି ଔଷଧ ର ବ୍ୟବହାର କରି ନିଜର ରକ୍ତ ଚାପ କୁ ଠିକ ରଖିପାରିବେ | ତେବେ ଏଥିପାଇଁ ପ୍ରଥମ ଉପାୟ ହେଲା ସୋଡିୟମ ର ସେବନ କୁ କମ କରିବାକୁ ହେବ | ତେବେ ସୋଡିୟମ ସାଧାରଣତଃ ଲୁଣ ରେ ରହିଥାଏ | ତେବେ ଯଦି ଆପଣମାନେ ଲୁଣ ର ସେବନ କମ କରିଦେବେ ତେବେ ସାଧାରଣତଃ ବି.ପି ୫ ରୁ ୬ ମିଲିମିଟର କମ ହୋଇଯିବ |

ତେବେ ଭାରତରେ ସାଧାରଣତଃ ସୋଡିୟମ ୨୦୦୦ ମିଲିଗ୍ରାମ ରୁ ୫୦୦୦ ମିଲିଗ୍ରାମ ପର୍ଯ୍ୟନ୍ତ ସେବନ କରିଥାନ୍ତି | ତେବେ ଆପଣ ଯଦି ଏହାର ସେବନ କୁ ୧/୫ ପର ଡେ କରିଦେଉଛନ୍ତି ତେବେ ଆପଣଙ୍କ ବି.ପି ୫ରୁ ୬ ମିଲିଗ୍ରାମ କମ ହୋଇପାରେ | ତେବେ ଦ୍ଵିତୀୟ ଟି ହେଲା ଏକସରସାଇଜ କରନ୍ତୁ | ବା ସପ୍ତାହ କୁ ପାଞ୍ଚଦିନ ୪୫ ମିନିଟ ଚଳାବୁଲା କରନ୍ତୁ | ତେବେ ଏପରି କରିବା ଦ୍ଵାରା ଆପଣ ଅନେକ ରୋଗ ରୁ ମୁକ୍ତି ପାଇପାରିବେ |ଏହା କରିବା ଦ୍ଵାରା ଆପଣ ରକ୍ତ ଚାପ କୁ ୧୦ ରୁ ୧୨ ମିଲିମିଟର କମ କରିପାରିବେ |

ତୃତୀୟ ରେ ହେଲା ଫାଷ୍ଟଫୁଡ ସେବନ ରୁ ବଞ୍ଚିକି ରୁହନ୍ତୁ |ଯଦି ଆପଣଙ୍କ ମୋଟ ପଣ ଅଛି ତେବେ ଆପଣ ଏକସରସାଇଜ କରିକି ଯଦି ମୋଟ ପଣ କମ କରି ପାରୁଛନ୍ତି ତେବେ ଆପଣଙ୍କ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରଣ ରେ ରହିବ | ଚତୁର୍ଥ ରେ ସବୁବେଳେ ଉତ୍ତମ ଭୋଜନ ର ସେବନ କରନ୍ତୁ ଅର୍ଥାତ ଶସ୍ଯ ଜାତୀୟ ଭୋଜନ ର ସେବନ କରନ୍ତୁ | ଏଥିରେ ଫାଇବର ରହିଥାଏ ଯାହା ହଜମ ହେବାକୁ ବହୁତ ସମୟ ନେଇଥାଏ | ଫଳ ରେ ଆପଣ ମାନଙ୍କୁ ଅଧିକ ଖାଇବାକୁ ଇଚ୍ଛା ହୋଇନଥାଏ | ଏହା ଛଡା ଜୁସ ର ସେବନ ଅଧିକ କରନ୍ତୁ | ଏହା ଛଡା ସବୁଜ ପନିପରିବା ମଧ୍ୟ ଖାଆନ୍ତୁ | ଚର୍ବି ଜାତୀୟ ଖାଦ୍ଯର ସେବନ ନକରି ଟୋନ୍ଡ ମିଲ୍କ ର ସେବନ ମଧ୍ୟ କରି ପାରିବେ |

ଆହୁରି ମଧ୍ୟ ମଦ ର ସେବନ କମ କରନ୍ତୁ | ଏମିତି କରିବା ଦ୍ଵାରା ଆପଣଙ୍କ ବି.ପି ଚାରି ମିଲିମିଟର ପର୍ଯ୍ୟନ୍ତ ହ୍ରାସ ହୋଇଯିବ | ଧୂମ୍ରପାନ ର ସେବନ କମ କରନ୍ତୁ | ତେବେ ସିଗାରେଟ ରେ ନିକୋଟିନ ରହିଥାଏ ଯାହା ରକ୍ତ ଚାପ ର ମାତ୍ରା କୁ ବୃଦ୍ଧି କରାଇଥାଏ | ତେବେ ଧୂମ୍ରପାନ କରୁ ଥିବା ବ୍ୟକ୍ତି ମାନଙ୍କ ପାଖରେ ହାର୍ଟ ରୋଗ ଏବଂ କ୍ୟାନ୍ସର ଦେଖାଯିବା ସାଧାରଣ ହୋଇଥାଏ | ତେବେ କ୍ୟାଫିନ ରୁ ଦୂରେଇ ରୁହନ୍ତୁ ତେବେ କ୍ୟାଫିନ ଯୋଗୁଁ ଆପଣଙ୍କ ରକ୍ତ ଚାପ ୧୦ ମିଲିମିଟର ପର୍ଯ୍ୟନ୍ତ ବଢିପାରେ | ତେବେ ଯେପରିକି କଫି ରେ କ୍ୟାଫିନ ରହିଛି |

ଆହୁରି ମଧ୍ୟ ସବୁବେଳେ ଚିନ୍ତା ରୁ ମୁକ୍ତ ରୁହନ୍ତୁ ତେବେ ଚିନ୍ତା ରୁ ମୁକ୍ତି ପାଇବା ପାଇଁ ସବୁଠାରୁ ଭଲ ଉପାୟ ହେଲା ଆଧ୍ୟାତ୍ମିକ ମାର୍ଗ ରେ ଚାଲିବା ଏବଂ ପ୍ରତିଦିନ ଯୋଗ କରନ୍ତୁ ଏବଂ ଛୋଟ ପିଲା ଏବଂ ବୃଦ୍ଧ ଲୋକ ଙ୍କ ସହ ସମୟ ଅତିବାହିତ କରନ୍ତୁ | ଏହା ଦ୍ଵାରା ବୀନା ଔଷଧ ରେ ମଧ୍ୟ ଆପଣ ଆପଣଙ୍କ ରକ୍ତ ଚାପ କୁ ନିୟନ୍ତ୍ରଣ ରେ ରଖିପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *