ରାଜଧାନୀର ରାଜରାସ୍ତାରେ ଲାଇଭ କି- ଡ -ନା -ପ୍: ଡେଲଟା ଛକ ନିକଟରୁ ଯୁବକଙ୍କୁ ଉଠେଇନେଲେ ଦୁ- ର୍ବୁ- ତ୍ତ

ଖବର ବିଶେଷ

ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗୁଣ୍ଡାରାଜ। ଦିନ ଦ୍ବିପହରରେ ଘଟୁଛି ଅ-ପ-ରା-ଧ। ଅନେକ ସମୟରେ ଲୋକ ମାନଙ୍କ ଆଖି ସାମ୍ନାରେ ସବୁ ଘଟୁଥିଲେ ମଧ୍ୟ ରୋକିବାକୁ କେହି ନାହାନ୍ତି। ଠିକ୍ ସେହିଭଳି କିଛି ଘଟଣା ଘଟିଛି ଗତ କାଲି ରାଜଧାନୀ ଭୁବନେଶ୍ୱର ଠାରେ। ଦିନ ଦ୍ବିପହରରେ ରାଜ ରାସ୍ତା ଉପରୁ ଫିଲ୍ମ୍ ଷ୍ଟାଇଲ ରେ ଜଣେ ଯୁବକଙ୍କୁ ଉଠେଇ ନେଇଛନ୍ତି ଦୁ- ର୍ବୁ- ତ୍ତ ମାନେ। ଘଟଣାଟି ଘଟିଛି ରାଜଧାନୀର ଡେଲଟା ଛକ ନିକଟରେ ।
ଘଟଣାଟି ଥିଲା କିଛି ଏପରି, ଜଣେ ପ୍ରତେକ୍ଷ୍ୟ ଦର୍ଶୀଙ୍କ ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟା ୫:୩୦ ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ବାଇକ ଧରି ଡେଲଟା ଛକ ନିକଟରେ ଥିବା କାର ପାଖକୁ ନେଇଥିଲେ।

ଉକ୍ତ କାରରେ ଥିବା 3 ଜଣ ବ୍ୟକ୍ତି ଯୁବକ ଜଣକୁ ଜ- ବ- ର -ଦ-ସ୍ତି ଗାଡ଼ିରେ ଭର୍ତ୍ତି କରିଥିଲେ। ନିଜକୁ ବ-ଞ୍ଚା-ଇ-ବା ପାଇଁ ଯୁବକ ଜଣକ ଖୁବ ଚିତ୍କାର କରୁଥିଲେ । ଏହି ସବୁ ଘଟଣା ସର୍ବ ସମ୍ମୁଖରେ ହେଉଥିଲେ ମଧ୍ୟ କେହି ବି ଯୁବକ ଜଣଙ୍କୁ ରକ୍ଷା କରିବାରେ ସକ୍ଷମ ହୋଇନଥିଲେ। ଘଟଣା ସ୍ଥଳରେ ଥିବା କିଛି ଯୁବକଙ୍କୁ ର -କ୍ଷା କରିବା ପାଇଁ ଉଦ୍ୟମ କରିଥିଲେ, ହେଲେ ଦୁ-ର୍ବୁ -ତ୍ତ ମାନେ ସେମାନଙ୍କୁ କାର ସମ୍ମୁଖରୁ ନଉଠିଲେ କାର ମ -ଡା- ଇ ଦେବେ କହି ଧ-ମ- କ ଦେଇ ଯୁବକ ଜଣଙ୍କୁ କାରରେ ଭର୍ତ୍ତିକରି କୁଆଡେ ନେଇଯାଇଥିଲେ। ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏ ଜୋତା ମଧ୍ୟ ପଡିଛି।


ତେବେ ଏହି ସମ୍ପୂର୍ଣ୍ଣ ଘଟଣାକୁ ସ୍ଥାନୀୟ ଜଣେ ପ୍ରତେକ୍ଷ୍ୟ ଦର୍ଶୀ ନିଜ ମୋବାଇଲ୍ ଫୋନ ମାଧ୍ୟମରେ ରେକର୍ଡ କରିଛନ୍ତି। ଭିଡିଓଟି ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓ ଟିରୁ ଯୁବକ ଜଣଙ୍କୁ ଅପହରଣ କରାଯାଇଥିବା କାରଟି OD02BE 7656 ନମ୍ବର ବିଶିଷ୍ଟ ଏକ ନୀଳ ରଙ୍ଗର ଟାଟା ନେକ୍ସନ କାର ବୋଲି ଜଣାପଡିଛି। ତେବେ ଅପହରଣ ହୋଇଥିବା ଯୁବକ ଜଣଙ୍କ କିଏ? ଓ ଦୁ-ର୍ବୁ-ତ୍ତ ମାନେ କାହିଁକି ତାଙ୍କୁ ଅ-ପ -ହ- ର- ଣ ନେଲେ? ତାହାର ଉତ୍ତର ଏପର୍ଯ୍ୟନ୍ତ ଜଣା ପଡିନାହିଁ।

 


ତେବେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଦୁ- ର୍ବୁ- ତ୍ତ ମାନେ ଯୁବକ ଜଣଙ୍କୁ ନେଇ ସେଠାରୁ ଚାଲିଯାଇଥିଲେ। ତେବେ ଖୋଦ ରାଜଧାନୀ ଭୁବନେଶ୍ବରରେ ଦିନ ଦ୍ବିପହରରେ ଏଭଳି ସର୍ବ ସମ୍ମୁଖରେ ହେଉଥିବା ଅପରାଧ କାରଣରୁ ରାଜଧାନୀ ଲୋକେ ଘର ବାହାରକୁ ବାହାରିବାକୁ ଭୟ ପାଇଲେଣି। ଏହି ଲାଇଭ କି- ଡ- ନାପ- ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୋଲିସର ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ମୂଳ ଉଦ୍ଦେଶ୍ୟ ସାମ୍ନାକୁ ଆସିପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *