ପୃଥିବୀ ଆଡ଼କୁ ମାଡି ଆସୁଛି ଶକ୍ତିଶାଳୀ ସୌର ଝଡ଼। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେ କୌଣସି ସମୟରେ ଏହା ପୃଥିବୀ ପୃଷ୍ଠରେ ମାଡ଼ ହୋଇପାରେ। ଏହି ଝଡ଼ କାରଣରୁ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭି ପ୍ରଭାବିତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ ପାଇଁ ପ୍ରଭାବିତ ହୋଇପାରେ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଅନୁମାନ ଅନୁଯାୟୀ, ଝଡ ଘଣ୍ଟା ପ୍ରତି ୧୬ ଲକ୍ଷ କିଲୋମିଟର କିମି ବେଗରେ ଆଗକୁ ମାଡି ଆସୁଛି। ହେଲେ ପୃଥିବୀ ନିକଟବର୍ତ୍ତୀ ହେବାପରେ ଏହାର ବେଗ ଆହୁରି ବଢିପାରେ ।
ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବା ପରେ ସାଟେଲାଇଟ୍ ସିଗନାଲ ପ୍ରଭାବିତ ହେବ। ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବାନୁଯାୟୀ, ସୌରମଣ୍ଡଳରେ ବାରମ୍ବାର ବିସ୍ଫୋରଣମାନ ହୋଇଥାଏ। କିନ୍ତୁ ବେଳେ ବେଳେ ଏହି ବିସ୍ଫୋରଣ ବଡ଼ ଧରଣର ହୋଇଥାଏ ଯାହାକି ଦୃତ ବେଗରେ ପୃଥିବୀ ଆଡ଼କୁ ମାଡି ଆସେ। ଏଥିରେ ଥିବା ନ୍ୟୁଟନ ଓ ପ୍ରୋଟନ ପରି ସୌରକଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ସୌର ଝଡ କାରଣରୁ ପୃଥିବୀର ବାହ୍ୟ ବାୟୁମଣ୍ଡଳ ଗରମ ହୋଇଥାଏ, ଯାହାର ସିଧାସଳଖ ପ୍ରଭାବ ଉପଗ୍ରହ ଉପରେ ପଡିଥାଏ।
ଯାହା ଫଳରେ ଜିପିଏସ ନେଭିଗେସନ, ମୋବାଇଲ ଫୋନ୍ ସିଗ୍ନାଲ ଓ ସାଟେଲାଇଟ୍ ଟିଭିରେ ବାଧା ଉତ୍ପନ ହୋଇଥାଏ। ଏହା ସହିତ ବିମାନର ଉଡାଣ, ରେଡିଓ ସିଗ୍ନାଲ, ଯୋଗାଯୋଗ ଓ ପାଣିପାଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ବିଦ୍ୟୁତ ଲାଇନ୍ରେ ଦ୍ରୁତ ଗତିରେ ବିଦ୍ୟୁତ ଶକ୍ତି ପ୍ରବାହିତ ହେବାର ଆଶଙ୍କା ରହିଛି। କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଏଭଳି ଘଟଣା ଘଟିବାର ବହୁତ କମ୍ ସମ୍ଭାବନା ରହିଛି। କାରଣ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏଥିପାଇଁ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିଥାଏ। ମଣିଷ କିମ୍ବା ଜୀବଜନ୍ତୁଙ୍କ ଉପରେ ଏହି ଝଡର କୌଣସି ପ୍ରଭାବ ପଡ଼ିବ ନାହିଁ।
ତେବେ ପୃଥିବୀ ସହିତ ଏହି ସୌର ଝଡ଼ ମାଡ଼ ହେବା ବେଳେ ରଙ୍ଗ ବେରଙ୍ଗର ତରଙ୍ଗ ମାନ ଦେଖିବାକୁ ମିଳିବ। ଏହା ପୃଥିବୀର ଉତ୍ତର ଏବଂ ଦକ୍ଷିଣ ପୋଲରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଵ ବୋଲି କୁହାଯାଉଛି। ତେବେ ଏହା ପୂର୍ବରୁ ୧୮୫୨ ଓ ୧୯୮୯ ମସିହାରେ ଭୟଙ୍କର ସୌର ଝଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ବିଦ୍ୟୁତ୍ ସରବରହରେ ବାଧା ଉପୁଜିଥିଲା ଓ ଆକାଶରୁ ତିନି ଦିନ ଧରି ଉଜ୍ଜଳ ଆଲୋକ ଦେଖିବାକୁ ମିଳିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।