ସାରା ଦେଶରେ ଏବେ ଜାରି ରହିଛି କରୋନାର ଦ୍ବିତୀୟ ଲହରର ଭୟାବହତା।।ଏହି ଦ୍ବିତୀୟ ଲହର କରୋନା ର ପ୍ରଥମ ଲହର ଠାରୁ ଯଥେଷ୍ଟ ଶକ୍ତିଶାଳୀ ରହିଛି।ଏହା ଦିନ କୁ ଦିନ ଅତି କ୍ଷୀପ୍ର ଗତିରେ ବ୍ଯାପିବାରେ ଲାଗିଛି ।ଏହା ଗୋଟେ ପରେ ଗୋଟେ ରାଜ୍ୟକୁ ମାଡ଼ି ଚାଲିଛି।ସାରା ଦେଶର ସଂକ୍ରମଣ ର ସ୍ଥିତି ଏବେ ଏତେ ଭୟଙ୍କର ରହିଛି ଯେ ହସପିଟାଲ ରେ ବେଡ୍ ଖଣ୍ଡେ ମିଳିବା କଷ୍ଟକର ହୋଇପଡିଛି।ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ସମେତ ବଢ଼ି ଚାଲିଛି ମୃତ୍ୟୁ ହାର ମଧ୍ୟ । ଏଭଳି ପରିସ୍ଥିତିରେ ଅକ୍ସିଜେନର ସମସ୍ୟା ମଧ୍ୟ ଦେଖାଦେଇଛି ।
ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି।ଏଭଳି କଠିନ ପରିସ୍ଥିତିରେ ପ୍ରତିଦିନ ହସ୍ପିଟାଲ୍ ରୁ ଏଭଳି କରୁଣ ଦୃଶ୍ୟ ସମ୍ନାକୁ ଆସୁଛି ଯାହା ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ।ଏବେ ଅଧିକାଂଶ କୋଭିଡ୍ ହସପିଟାଲରୁ ରୋଗୀଙ୍କ ପ୍ରତି ହେଉଥିବା ଅବହେଳା ସାମ୍ନାକୁ ଆସୁଛି। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର କୋଭିଡ୍ ସେଣ୍ଟର ରେ।ଯେଉଁଠି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃ- ତ୍ୟୁ ବରଣ କରିଥିଲେ ।ହେଲେ ମୃ- ତ ଦେହଟି ଦୀର୍ଘ ୬ ଘଣ୍ଟା ଧରି ସେହି ବେଡ୍ ରେ ପଡ଼ିରହିଥିଲେ ମଧ୍ୟ କୌଣସି ବି ସ୍ବାସ୍ଥ୍ୟ କର୍ମୀ ମୃ- ତ ଦେହକୁ ସେଠାରୁ ନେଇନଥିଲେ।
ସବୁଠୁ ଆଶ୍ଚର୍ଯ୍ୟର ଘଟଣା ହେଉଛି,ରୋଗୀ ଜଣଙ୍କ ମୃ-ତ୍ୟୁ ହୋଇସାରିବା ପରେ ମଧ୍ୟ କୌଣସି ସ୍ବାସ୍ଥ୍ୟ କର୍ମୀ ଏହା ଜାଣିନଥିଲେ।ମୃ- ତ୍ୟୁ ହୋଇ ସାରିବା ପରେ ସେ ମୃ- ତ ବ୍ୟକ୍ତିଙ୍କ ଅକ୍ସିଜେନ ଶାଚୁରେଶନ ଚେକ୍ କରିବା ପାଇଁ ଆସିଥିଲେ।ହେଲେ ସେ ମୃ- ତ ଜାଣିବା ପରେ ସେଠାରୁ ସ୍ଵାସ୍ଥ୍ୟ କର୍ମୀ ମାନେ ଫେରିଯାଇଥିଲେ ମଧ୍ୟ ମୃ- ତ ଶରୀରକୁ ସେଠାରୁ ନେବା ପାଇଁ କୌଣସି ବନ୍ଦୋବସ୍ତ କରିନଥିଲେ।ପରେ ସ୍ବାସ୍ଥ୍ୟ କର୍ମୀ ସେହି ୱାର୍ଡ କୁ ଖାଦ୍ୟ ଦେବା ପାଇଁ ଆସିଥିଲେ ମଧ୍ୟ ମୃ- ତ ଶରୀରକୁ କେହି ଥରେ ଦୃଷ୍ଟି ଦେଇନଥିଲେ।।
ସେହି ୱାର୍ଡ଼ ରେ ମୃ- ତକଙ୍କୁ ଲାଗି ଅନେକ କରୋନା ସଂକ୍ରମିତ ମଧ୍ୟ ଚିକିତ୍ସିତ ହେଉଥିଲେ।ମୃ- ତ ଦେହ ପ୍ରତି ଏଭଳି ଅମାନବିକତା ଦେଖି ସଭିଙ୍କ ମନୋବଳ ଯେ କେତେ ପ୍ରଭାବିତ ହେଉଥିବା ତାହା ଆପଣ ଜାଣିପାରୁଥିବେ ଭିଡିଓଟିରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ଅମା- ନ- ବିକତା ସହିତ ହସପିଟାଲ ପରିସରର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।ଯେଉଁଠି ରୋଗୀ ଚିକିତ୍ସିତ ହେଉଥିବା ୱାର୍ଡରେ ଅଳିଆ ଗଦା ସଦୃଶ ମେଡିସିନ ଗଦା ହୋଇଛି।
ଏହା ସହିତ ହସ୍ପିଟାଲ୍ ରେ ପାଣି ଓ ବିଦ୍ୟୁତ୍ ବିତରଣର ଘୋର ସମସ୍ୟା ଥିବା ସାମ୍ନାକୁ ଆସିଛି। ଏକ କୋଭିଡ୍ ସେଣ୍ଟର ର ଏଭଳି ଦୃଶ୍ୟ ବାସ୍ତବରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵ ହିନତାକୁ ହିଁ ବୁଝାଏ।ଏହି ଭିଡିଓ ଏବେ ଭାଇରାଲ ହେବା ପରେ ଆଗକୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସଚେତନ ହୋଇପାରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।