ପ୍ରେମିକ ବୋହିବେ ପ୍ରେମିକା ଙ୍କ ହେଲମେଟ ଖର୍ଚ !! ଆଶ୍ଚର୍ଯ ଲାଗିଲେ ବି ସତ

ଖବର ବିଶେଷ

କମିଶନରେଟ ପୋଲିସ କୁ ଲୋକଙ୍କ ସୁରକ୍ଷା ଚିନ୍ତା ।ଏବେ ଆଉ ଗୋଟିଏ ନୁହେଁ ଏବେ ସବୁ ବାଇକ ବାଲା ଦୁଇଟି ହେଲମେଟ ପିନ୍ଧିବାକୁ ବାଧ୍ୟ ।ଚଲେଇବା ବାଲା ପିନ୍ଧିବେ ଓ ବସିଲା ବାଲା ବି ପିନ୍ଧିବେ ହେଲମେଟ। ଏହି ନିୟମ ଯଦି ଓ ଲୋକଙ୍କ ସୁରକ୍ଷା ପାଇଁ କରାଯାଇଛି କିନ୍ତୁ ଏହା ଦ୍ୱାରା ଯୁବ ପିଢ଼ି ବହୁତ ହଟ ହଟା ହେଉଛନ୍ତି। ନା ନିଜ ଦୁଃଖ କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି।କଥା କଣ କି ପୋଲିସ ଵାଲା ସିନା ଡବଲ ହେଲମେଟ ନିୟମ ଲାଗୁ କରିଦେଲେ କିନ୍ତୁ ପ୍ରେମୀ ଯୁଗଳ ଙ୍କର କଥା ବୁଝିଲେନି।


ପୂର୍ବରୁ ରସିକ ପ୍ରମିକ ମାନେ ପ୍ରେମିକା ଙ୍କୁ ବାଇକ ପଛରେ ବସାଇ ସହର ସାରା ଘିର ଘିର ହୋଇ ବୁଲୁଥିଲେ ।ଯୁଆଡେ ଇଚ୍ଛା ସିଆଡେ ମାଡି ଯାଉଥିଲେ ।କିନ୍ତୁ ଏବେ ଡବଲ ହେଲମେଟ ହେଲା ଦିନୁ ବୁଲା ବୁଲି ପୁରା ବନ୍ଦ ହୋଇ ଯାଇଛି । କାରଣ ନିଜର ସିନା ଗୋଟିଏ ହେଲମେଟ ଅଛି କିନ୍ତୁ ପ୍ରେମିକା ପାଇଁ ନାହିଁ ।ଆଉ ବିନା ହେଲମେଟ ରେ ବୁଲିଲେ ରାସ୍ତା ମଝିରେ ମାମୁ ମାଡି ବସିବେ । ତାପରେ ମୋଟା ଅଙ୍କ ର ଫାଇନ ପଡିବ ପଇସା ତ ଗଣିବେ ଗଣିବେ ତା ସହ ଇଜତ ଯିବ ।କାରଣ ଘରୁ ସିନା ଭଉଣୀ କି ସମ୍ପର୍କୀୟ ଙ୍କୁ ନେଲେ ଦୁଇଟି ହେଲମେଟ ଧରି ଯାଇହେବ କିନ୍ତୁ ପ୍ରେମିକା ପାଇଁ ତ ଘରେ ହେଲମେଟ ମାଗି ହେବନି ନା ।


କିନ୍ତୁ ଏମିତି କିଛି ପ୍ରେମ ଭକ୍ତ ଅଛନ୍ତି ଯିଏ ନିଜ ସାଇତା ଟଙ୍କାରୁ ପ୍ରେମିକା ଙ୍କ ପାଇଁ ହେଲମେଟ କିଣି ଦେଇଛନ୍ତି। ଫଳରେ ସେମାନଙ୍କୁ ଆଉ ମାମୁଙ୍କ ଡ଼ର ନାହିଁ ଆଉ ସେମାନେ ମନ ଇଛା ବୁଲୁଛନ୍ତି।ଖାଲି ଯାହା ଗାଡିର ଗତି ଟିକେ କମି ଯାଇଛି। ଏଠି ଚିନ୍ତା ହେଉଛି ହେଲମେଟ କୁ ରଖିବ କିଏ କାରଣ ପ୍ରେମିକ ତ ଘରକୁ ନେଇପାରିବନି।ଆଉ ପ୍ରେମିକା ନେଲେ ଧରା ପଡିବା ଭୟ କାରଣ ଥରେ ଘର ଲୋକ ଧରିଲେ ଗୋଟେ ମାଡ଼ ତଳେ ପଡିବନି। ତେବେ ଆପଣ ମାନେ ସଜାଗ ହୋଇ ଯାଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *