ଦେଖନ୍ତୁ Viral ଭିଡିଓ – ଗାଡି ପାର୍କିଂ ପାଇଁ ମନା କଲେ ଟ୍ରାଫିକ ପୋଲିସ , ଉ-ତ-କ୍ଷି-ପ୍ତ ହୋଇ ଯୁବକ ଟ୍ରାଫିକ ପୋଲିସ ସହିତ କଲେ ଏମିତି ….

ଖବର ବିଶେଷ

ଗତ କିଛି ମାସ ଧରି ଲଗାତାର ସୋସିଆଲ ମିଡିଆରେ କିଛି ଲୋକ ମାନଙ୍କର ପୋଲିସ ପ୍ରତି ଦୁ-ର୍ବ୍ୟ-ବ-ହା-ର ର ଭିଡିଓ ଭାଇରାଲ ହେଉଛି। ଆପଣା ମାନେ ଦେଖିଥିବେ ଗତ କିଛି ମାସ ତଳେ ଦିଲ୍ଲୀରେ ଜଣେ ଦମ୍ପତି କୋଭିଡ ନିୟମ ଉଲ୍ଲଙ୍ଘନ କରି ବିନା ମାସ୍କ ରେ କାର୍ ରେ ଯିବା ସମୟରେ ପୋଲିସ ଅଟକାଇବାରୁ , ସେମାନେ ପୋଲିସକୁ ନାନା ଅପଶବ୍ଦ ବ୍ୟବହାର କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଏହି ଘଟଣାକୁ କିଛି ମାସ ନପୁରୁଣୁ ଏବେ ପୁଣି ସେହିଭଳି ସମାନ ଚିତ୍ର ସାମ୍ନାକୁ ଆସିଛି ମୁମ୍ବାଇ ଠାରୁ।

ଏଠି ବି ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ହେଲେ ଫରକ୍ ଖାଲି ଏତିକି ଯେ କେସ୍ ଅଲଗା ଅଲଗା। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକ ମୁମ୍ବାଇର ରାଜରାସ୍ତାରେ ଜଣେ କାର୍ଯ୍ୟରତ ଟ୍ରାଫିକ ପୋଲିସ ଅଧିକାରୀ ଙ୍କୁ ନାନା ଅପଶବ୍ଦ ବ୍ୟବହାର କରି ଗାଳିଗୁଲଜ କରୁଛନ୍ତି। ସେ କହୁଛନ୍ତି, ” ତୋ ଖାକି ବ-ର୍ଦ୍ଦି-କୁ ଫା-ଡ଼ି ତତେ ମ-ଝି-ରୁ ଚି-ରି-ଦେ-ବି। କୋଉ ଥାନାକୁ ଯିବି କହ, ଆସିଯିବି” । ଯୁବକ ଜଣକ ସହ ଜଣେ ମହିଳା ବି ଅଛନ୍ତି। ସେ ବି ଟ୍ରାଫିକ ପୋଲିସକୁ ଚିଲେଇ ଚିଲେଇ କହୁଛନ୍ତି, “ତତେ ବିକ୍ରି କରି ମୋ ଗାଡ଼ି ଠିକ୍ କରିବି, ଆଉ ତା ପରେ ତତେ ଦେଖିନେବି”।

ତେବେ ଘଟଣାଟି ଥିଲା ଏମିତି, ମୁମ୍ବାଇର ମୀରା ରୋଡ ର ପୂର୍ବ ଇଲାକାରେ ଏକ ରାସ୍ତା କଡ଼ରେ ନୋ ପାର୍କିଂ ଜୋନରେ ଏହି ଦମ୍ପତି ନିଜର କାର୍ ପାର୍କିଂ କରିଥିଲେ । ଆଉ ଠିକ୍ ସେହି ସମୟରେ ଉକ୍ତ ସ୍ଥାନରେ କାର୍ଯ୍ୟରତ ଥିବା ଟ୍ରାଫିକ ପୋଲିସ ଅଧିକାରୀ ନୋ ପାର୍କିଂ ଜୋନରେ ପାର୍କିଂ ହୋଇଥିବା ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲେ। ଟ୍ରାଫିକ ପୋଲିସ ଜଣକ ପ୍ରଥମେ ଗାଡ଼ି କାହାର ବୋଲି ପଚାରିଲେ ହେଲେ କେହି ବି ସାମ୍ନାକୁ ଆସିଲେ ନାହିଁ। ଯେତେବେଳେ କେହି ଆସିଲେ ନାହିଁ ତେଣୁ ସେ କାର ଚକରେ ଜାମ୍ ଲଗାଇଦେଲେ।

ଏହାର ଠିକ୍ ପରେ ଏହି ଦୁଇ ଜଣ ଦମ୍ପତି ଦୌଡ଼ି ଆସି ଟ୍ରାଫିକ ପୋଲିସ ଜଣକୁ ଖୁବ୍ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ଏହି ଖବର ପାଇବା ପରେ ସ୍ଥାନୀୟ ନୟାନଗର ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ଦମ୍ପତି ଦ୍ବୟଙ୍କୁ ଗିରଫ କରିନେଲେ। ତେବେ ସବୁଠୁ ମଜା କଥା ହେଉଛି ଟ୍ରାଫିକ ପୋଲିସ ଅଧିକାରୀଙ୍କ ଉପରେ ଦାଦାଗିରି ଦେଖାଉଥିବା ଯୁବକ ଜଣକ ଥାନାକୁ ଯିବା ପରେ ହାଜତ ଭିତରେ ବସି କାନ୍ଦିବାକୁ ଲାଗିଲେ। ତେବେ ଦୁହିଁଙ୍କ ବିରୁଦ୍ଧରେ ଏବେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *