ମହାରଥୀ ଙ୍କ ପରେ ପିପିଲି ଅସନରୁ ଠିଆ ହେବେ ଏହି ବଡ ନେତା !! ଜିତିବା ଟା ପକ୍କା

ବିଶେଷ

ଏବେ ପ୍ରଥମ ଥର କରି ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି ଶାସକ ଦଳର ଟିକେଟ ପାଇଁ ଏକ ରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଦିବଙ୍ଗତ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପର ଠାରୁ ପିପିଲି ଆସନ ଖାଲିପଡ଼ିଛି ।

ତେବେ ଏଠି ସବୁ ପାଇଁ ଦେଖାଦେଇଛି ଟିକେଟ୍‌ ଆଶାୟୀଙ୍କ ଲମ୍ବା ତାଲିକାରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପତ୍ନୀ ଡକ୍ଟର ପ୍ରତିଭା ମହାରଥୀ, ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ, ବିଜେଡି ନେତା ତଥା ମୁମ୍ଵାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧକ୍ଷ ତଥା ବିଜେଡିର ଆଗ ଧାଡ଼ିର ନେତା ସଞ୍ଜୟ ଦାସ ବର୍ମାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରୁଛି । କିନ୍ତୁ ସବୁ ବେଳେ ଚକମା ଦେଖାଇ ଆସୁଥିବା ବିଜେଡି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟ ମନ୍ତ୍ରୀ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ପିପିଲି ବିଧାୟକଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବାକୁ ଦଳୀୟ ନେତା ଓ କର୍ମୀମାନେ ଜିଲ୍ଲା ସଭାପତିଙ୍କ ସମେତ ଦଳୀୟ ମୁଖିଆଙ୍କୁ ପତ୍ର ମାଧ୍ୟମରେ ଜଣାଇଥିବାର ସୂଚନା ମିଳିଛି ।


ଯଦିଓ ମହାରଥୀଙ୍କ ପରିବାରରୁ କାହାରିକୁ ଦଳୀୟ ପ୍ରାର୍ଥୀ କରାଯିବା ଉପରେ ଚର୍ଚ୍ଚା ଚାଲିଛି, ତଥାପି ପ୍ରାର୍ଥୀତ୍ଵକୁ ନେଇ ବିବାଦ ବଢ଼ି ଚାଲିଥିବା ପରି ଲାଗୁଛି । ସୂତ୍ରଙ୍କ ଅନୁସାରେ ବିଜେଡିର ଯୁବ ଗୋଷ୍ଠୀ ମହାରଥୀଙ୍କ ପୁଅ ରୁଦ୍ରଙ୍କ ସପକ୍ଷରେ ଥିବା ବେଳେ ଦଳର ବରିଷ୍ଠମାନଙ୍କ ସମେତ ପିପିଲି-ଡେଲାଙ୍ଗ ବ୍ଲକ୍‌ ବିଜେଡି ସଭାପତି ଓ ବ୍ଲକ୍‌ ଅଧକ୍ଷ ପ୍ରତିଭାଙ୍କୁ ଟିକେଟ ମିଳୁ ବୋଲି ବୋଲି ଆଶା କରୁଛନ୍ତି । ବିଜେଡି ଟିକେଟ ଲବିରେ ଦୀର୍ଘ ବର୍ଷ ଧରି ଥିବା ଆଶାୟୀ ପ୍ରାର୍ଥୀ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଏହାର ଫାଇଦା ଉଠାଇବାକୁ ଚାହିଁଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।


ଦୀର୍ଘ ବର୍ଷ ଧରି ପିପିଲି ଆସନରୁ ସନ୍ଧ୍ୟାବତୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରୁ ବୋଲି ଆଶା ରଖିଥିବା ତାଙ୍କ ସମର୍ଥକ ମାନେ ମା-ପୁଅଙ୍କ କଳି ଯୋଗୁଁ ଦଳ ଏ ଥର ସନ୍ଧ୍ୟାବତୀଙ୍କୁ ସୁଯୋଗ ଦେବ ବୋଲି ଆଶା ରଖିଛନ୍ତି । ଏଥି ପାଇଁ ଗତ କିଛି ଦିନ ଧରି ସନ୍ଧ୍ୟାବତୀଙ୍କୁ ପିପିଲିର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିବା ଚର୍ଚ୍ଚା ଜୋର ଧରିଛି ।


ବିଜେଡି ନେତା ଅରୂପ ପଟ୍ଟନାୟକ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ପିପିଲିରୁ ଟିକେଟ ଦେଇ ବିଜେଡି ସୁପ୍ରିମୋ ପାରିବାରିକ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି ବି ଚର୍ଚ୍ଚା ଜୋର ଧରିଛି । ବିଜେଡିର ଗଡ଼ ଭାବରେ ପରିଚିତ ପିପିଲିରେ କିନ୍ତୁ ଆସନ୍ତା ଉପନିର୍ବାଚନରେ ବିଦ୍ରୋହୀ ନେତାମାନେ ଶାସକ ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟିବେ ବୋଲି ଦଳର ଆଗ ଧାଡ଼ିର ନେତାମାନେ ଅନୁମାନ କରୁଥିବା ଜଣାପଡ଼ିଛି ।

ଗତ ନିର୍ବାଚନରେ ମାତ୍ର ୧୦,୦୦୦ ଭୋଟ ବ୍ୟବଧାନରେ ବିଜେଡିର ପ୍ରଦୀପ ମହାରଥୀ ଏଠାରେ ଜୟଲାଭ କରିଥିବା ବେଳେ ତୃତୀୟ ସ୍ଥାନରୁ ଉଠି ବିରୋଧୀ ଭୂମିକା ତୁଲାଇଥିଲା ବିଜେପି । ଏହାର ମୁଖ୍ୟ କାରଣ ଥିଲା ବିଜେଡିର କିଛି ଗୋଷ୍ଠୀଙ୍କ ଦ୍ୱାରା ବିଜେପି ନେତା ଆଶ୍ରିତଙ୍କୁ କରିଥିବା ଖୋଲା ସହଯୋଗ । ଆସନ୍ତା ଉପନିର୍ବାଚନରେ ମଧ୍ୟ ଏହି ନେତାମାନେ ପୁଣି ଥରେ ଆଶ୍ରିତଙ୍କୁ ସହଯୋଗ କରିପାରନ୍ତି ବୋଲି ବିଜେଡିର ଅନେକ ନେତା ଆଶଙ୍କା କରୁଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *