ସରକାରଙ୍କ ବଡ ନିଷ୍ପତି ! ପିଲାଙ୍କୁ ଭିକ ମଗାଇଲେ ମିଳିବ ଦଣ୍ଡ

ବିଶେଷ

ଆଜ୍ଞା ହଁ, ଛୋଟ ପିଲା ମାନଙ୍କ ଦ୍ଵାରା ବିକ ମଗାଇବା ଏବେ ପଡିବ ମହଙ୍ଗା। ଭିକ ମଗାଉଥିବା ଲୋକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏପରି କହିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର । ଏଥିପାଇଁ ଯୋଗୀ ସରକାର ଖୁବ ଶୀଘ୍ର ବହୁତ ନୂଆ ଯୋଜନା ନେଇଆସିବେ।


ଯେପରି ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଆଜି ର ଶିଶୁ କାଲି ଏକ ନାଗରିକ ହେବ ଆହୁରି ମଧ୍ୟ ସେ ଦେଶ ର ଭବିଷ୍ୟତ। ଶିଶୁଙ୍କୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ସହ ସେମାନଙ୍କର ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରିଛନ୍ତି ସରକାର । ତଥାପି କିଛି ଲୋକେ ସରକାରଙ୍କ ଏହି ଫାଇଦା ନେବା ପରିବର୍ତ୍ତେ ନିଜର ପିଲାଙ୍କୁ ଭିକ ମଗାଇବା ବୃତ୍ତିରେ ଲଗାଉଛନ୍ତି ।ଏହି ପିଲାଙ୍କ ଦ୍ୱାରା ହୁଏତ ସେମାନେ ଦୈନିକ ରୋଜଗାର ପାଉଛନ୍ତି ।


ହେଲେ ଦେଶର ଆଗାମୀ ପୀଢ଼ିକୁ ବରବାଦ କରୁଥିବା ଭଳି ଅପରାଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ଶିଶୁମାନଙ୍କୁ ପଢ଼ାଇବା ସହ ସେମାନଙ୍କର ପିତା ମାତାଙ୍କୁ ରୋଜଗାର ଦେବାକୁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ସରକାର ।
ତେବେ ଏହା ସତ୍ତ୍ୱେ ଯଦି କେହି ପିଲାଙ୍କୁ ଭିକ ମଗାଇବା ବୃତ୍ତିରେ ନିୟୋଜିତ କରନ୍ତି ।


ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପ୍ରକାଶ କରିଛନ୍ତି । କାରଣ ଏହି ଲୋକମାନେ ଶିଶୁଙ୍କର ପିଲାଦିନକୁ ତାଙ୍କ ଠାରୁ ଛଡ଼ାଇ ନେଉଛନ୍ତି । ତେଣୁ ଏହି ଭିକ ମଗାଉଥିବା ଲୋକଙ୍କୁ ଖୋଜି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଉଥିବା ଜଣାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *