ପାକିସ୍ତାନ ରେ ଭ-ୟ-ଙ୍କ-ର ବୋମା ବି-ସ୍ଫୋ-ର-ଣ , ଚୀନ ଇଂଜିନିୟରଙ୍କ ସମେତ ୧୩ ମୃତ

ଖବର ବିଶେଷ

ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ଏକ ବଡ଼ ଧରଣର ବୋମା ବି-ସ୍ଫୋ-ର-ଣ ହୋଇଛି। ଗତକାଲି ସକାଳ ସାତ ଘଣ୍ଟିକା ସମୟରେ ଉତ୍ତର ପାକିସ୍ତାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଏହା କୌଣସି ଆତଙ୍କବାଦୀ ସଂଗଠନର କାର୍ଯ୍ୟ ହୋଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖାଇବର ପଖତୁନଖ୍ବାବା ପ୍ରଦେଶରେ ନିର୍ମାଣାଧିନ ଦାସୁ ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟକୁ ଯାଉଥିବା ଏକ ବସରେ ବୋ-ମା ବି-ସ୍ଫୋ-ର-ଣ ଫଳରେ ଏହି ହୃ-ଦ-ୟଥ-ରା ଘଟଣାଟି ଘଟିଛି। କୌଣସି ଆ-ତ-ଙ୍କ-ବା-ଦୀ ଏହି ବସ୍ ରେ ବୋମା ଖଞ୍ଜି ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ବିସ୍ଫୋରଣ ସମୟରେ ଏହି ବସ୍ ରେ ଯାତ୍ରା କରୁଥିବା ୧୩ ଜଣ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ତେବେ ମୃ-ତକଙ୍କ ମଧ୍ୟରୁ ୯ ଜଣ ଚୀନ ଇଂଜିନିୟର ଥିବା ଜଣାପଡ଼ିଛି । ଆତଙ୍କବାଦର ଗଡ଼ କୁହାଯାଉଥିବା ପାକିସ୍ତାନରେ ହୋଇଥିବା ଏହି ବଡ଼ ଧରଣର ବୋମା ବି-ସ୍ଫୋ-ର-ଣ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବୁନରେ ପ୍ରକାଶିତ ଖବର ଅନୁଯାୟୀ, ଜୁଲାଇ ୧୪ ତାରିଖ ସକାଳ ସାଢେ଼ ୭ ଘଟିକା ସମୟରେ ପାକିସ୍ତାନୀ ସେନାର ଯବାନଙ୍କ ସମେତ ଚୀନ ଇଂଜିନିୟର ଓ ଶ୍ରମିକ ମାନଙ୍କୁ ମିଶାଇ ମୋଟ ୩୦ ଜଣ ଏକ ବସ୍ ଯୋଗେ ଖାଇବର ପଖତୁନଖ୍ବାବା ପ୍ରଦେଶରେ ନିର୍ମାଣାଧିନ ଦାସୁ ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟକୁ ଯାଉଥିବା ସମୟରେ ବସରେ ଖଞ୍ଜାଯାଇଥିବା ଆଇଇଡି ବି-ସ୍ଫୋ-ର-ଣ ହୋଇଥିଲା।

ତେବେ ଘଟଣା ସ୍ଥଳରେ ୧୩ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ କିଛି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ତେବେ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଅଧିକାରୀ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି । ଏବେ ବି ଜଣେ ଚୀନ ଇଂଜିନିୟର ଓ ଜଣେ ଯବାନ ନିଖୋଜ ଅଛନ୍ତି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ବିସ୍ଫୋରଣର ମୂଳ ଉଦ୍ଦେଶ୍ୟ କଣ? ଓ ଏହା ପଛରେ କାହାର ହାତ ଅଛି ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଏପର୍ୟ୍ୟନ୍ତ ଦାୟୀ ମଧ୍ଯ କରିନାହାନ୍ତି । କିନ୍ତୁ ଏହା ଏକ ପୂର୍ବ ପ୍ରସ୍ତୁତ ଯୋଜନା ବୋଲି ଜଣାପଡିଛି। ତେବେ ପାକିସ୍ତାନ ସରକାର ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *