ବନ୍ଧୁଗଣ ଆମେ ମାନେ ଆପଣଙ୍କ ଏକ ଶୁଭକାଙ୍କୀ ହିସାବରେ ଆପଣ ମାନଙ୍କୁ ଏକ ବିନମ୍ର ନିବେଦନ କରୁଛୁ କି ଯେ କେବେ ହେଲେ ବି ବିପଦ ସଙ୍କୁଳ ଅବସ୍ଥା ରେ ସେଲଫି ଜମାରୁ ବି ନିଅନ୍ତୁ ନାହିଁ କାରଣ ଆପଣଙ୍କର ଟିକିଏ ଅସାବଧନତା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହୁଏ ତ ଅନ୍ଧାର ମୁହଁ କୁ ଠେଲିଦେବ | ଏହିଭଳି ଏକ ବିପଦ ଏବଂ ଆତଙ୍କ ଜନକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ର ତଲସରା ଇବ୍ ନଦୀରେ ବୁଡି ଯୁବତୀଙ୍କ ମୃତ୍ୟୁ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।
ଯୁବତୀ ଜଣଙ୍କ ସେଲ୍ଫି ନେଉଥିବା ବେଳେ କେମିତି ପାଣି ଭିତରକୁ ଖସି ପଡିଥିଲେ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଜୋର ରେ ଭାଇରାଲ୍ ହେବାକୁ ଲାଗିଛି ।
ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ରବିବାର ଦିନ ଭୋଜି କରିବାକୁ ଆସିଥିଲେ ରାଜଗାଙ୍ଗପୁରର ଅନ୍ନପୂର୍ଣ୍ଣା ପ୍ରଜାପତି । ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡରେ ଭୋଜି କରୁଥିଲେ ଅନ୍ନପୂର୍ଣ୍ଣା । ତେବେ ସାଙ୍ଗମାନଙ୍କ ସହିତ ସେଲଫି ନେଉଥିବା ବେଳେ ଗୋଡ଼ ଖସି ଯାଇଥିଲା । ଯାହା ଫଳରେ ଯୁବତୀ ପାଣିରେ ପଡିଯାଇଥିଲେ ।
ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଅନ୍ନପୂର୍ଣ୍ଣାଙ୍କ ପାଖକୁ ଆସୁଥିବା ବେଳେ ତାଙ୍କ ହାତ ବାଜି ସେ ପାଣି ସୁଅରେ ଭାସି ଯାଇଥିଲେ । ଦୀର୍ଘ ୨୨ଘଣ୍ଟା ପରେ ଅର୍ଥାତ୍ ୪ ତାରିଖରେ ଅଗ୍ନିଶମ ବିଭାଗ ଓ ପୋଲିସ ଖୋଜାଖୋଜି କରି ନିକଟସ୍ଥ ସାତଘରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |