ନୂଆ ଅବତାର ରେ ଫେରିଲେ କମେଡିଆନ୍ ସୁନୀଲ ଗୋଭର୍ ଦେଖିଲେ ଆପଣ ବି ଆଶ୍ଚର୍ଯ ହେବେ !

ଖବର ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶ ହାସ୍ୟ ଅଭିନେତା ସୁନୀଲ ଗୋଭର ଙ୍କୁ ଜାଣିଥିବେ।ହାସ୍ୟ ଦୁନିଆ ରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି “ଦ କପିଲ୍ ଶର୍ମା ସୋ” ମାଧ୍ୟମରେ।ଅନେକ ଲୋକ ତାଙ୍କ କମେଡି ଦେଖି ହସି ହସି ବେଦମ୍ ହୋଇଯାଆନ୍ତି।ତେବେ ସୁନୀଲ ଗୋଭରଙ୍କ ଫ୍ୟାନ ମାନଙ୍କ ପାଇଁ ରହିଛି ଏକ ଖୁସି ଖବର।କିଛି ଦିନ ର ବ୍ୟବଧାନ ପରେ ସୁନୀଲ ଗୋଭର୍ ପୁଣି ଥରେ ମନୋରଞ୍ଜନ ଦୁନିଆରେ ପାଦ ଥାପିଛନ୍ତି। ରିଙ୍କୁ ଭାବି, ଡ. ମସହୁର ଗୁଲାଟି ଭଳି ଭୂମିକା ରେ ଅଭିନୟ କରି ସେ ଦର୍ଶକ ମାନଙ୍କ ଠାରୁ ଖୁବ୍ ପ୍ରଶଂସା ସାଉଁଟି ପାରିଛନ୍ତି ।କିନ୍ତୁ ଏବେ ଏକ ନୂଆ ରୂପ ରେ ମନୋରଞ୍ଜନ ଦୁନିଆ କୁ ଫେରୁଛନ୍ତି ସୁନୀଲ।

ତେବେ ଏ ପର୍ଯ୍ୟନ୍ତ ଧାରାବାହିକ ଟି ର ନାଁ ପ୍ରକାଶ ପାଇନଥିବା ବେଳେ ସୁନୀଲ ମଧ୍ୟ ଏହାକୁ ନେଇ କିଛି ତଥ୍ୟ ଦେଇନାହାନ୍ତି।ହେଲେ ସେ ନିଜର ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡ଼ିଓ କ୍ଲିପ୍ ସେୟାର କରିଥିଲେ ଯେଉଁଥିରେ ସେ ଏକ ଭିନ୍ନ ଅବତାର ରେ ନଜର ଆସୁଛନ୍ତି ।ଦର୍ଶକ ମାନେ ମଧ୍ୟ ତାଙ୍କର ଏହି ଅବତାର କୁ ଖୁବ୍ ପସନ୍ଦ କରିଛନ୍ତି।ତେବେ ସୂଚନା ଥାଉ କି, ପୂର୍ବ ରୁ ସୁନୀଲ “ଦ କପିଲ୍ ଶର୍ମା ସୋ”ରେ ଭିନ୍ନ ଭିନ୍ନ ଭୂମିକା ରେ ନଜର ଆସୁଥିଲେ।ହେଲେ କୌଣସି ବାଦ ବିବାଦ ପାଇଁ ତାଙ୍କୁ ଏହି ଶୋ ରୁ ହଟାଇ ଦିଆଯାଇଥିଲା।କିନ୍ତୁ ଏବେ ସେ ପୁଣି ଥରେ ନିଜର ଜୋକ୍ ମାଧ୍ୟମ ରେ ଦର୍ଶକ ମାନଙ୍କ ମୁଁହ ରେ ହସ ଫୁଟେଇବାକୁ ଫେରୁଛନ୍ତି।

ଆମାଜନ୍ ପ୍ରାଇମ ଭିଡ଼ିଓ ରେ ଏକ ନୂଆ ସିରିଜ “ଲୋଲ୍ ,ହସେ ତୋ ଫସେ” ରେ ସେ ନଜର ଆସିବାକୁ ଯାଉଛନ୍ତି। କରୋନା ମହାମାରୀ କାରଣ ରୁ ସାରା ଦେଶ ରେ ଲୋକ ଙ୍କ ମୁଁହ ରେ ହସ ନଥିବା ବେଳେ ସେ ନିଜର କମେଡି ମାଧ୍ୟମ ରେ ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।ତେବେ ସୁନୀଲ ଙ୍କ ର ଏହି ଶୋ ଏପ୍ରିଲ୍ ୩୦ କୁ ଓଟିଟି ପ୍ଲାଟଫର୍ମ ରେ ରିଲିଜ୍ ହେବାକୁ ଯାଉଛି।କିଛି ଦିନ ତଳେ ଏକ ସାକ୍ଷାତକାର ରେ ସେ କହିଥିଲେ ଯେ” ଏଭଳି କରୋନା ସମୟରେ ମନରେ ସକାରାତ୍ମକ ମନୋଭାବ ରହିବା ନିହାତି ଜରୁରୀ।

ଯେତେବେଳେ ଆମେ କିଛି ସକରାତ୍ମକ କଥା ଚିନ୍ତା କରୁଛେ ସେତେବେଳେ କିଛି ନା କିଛି ଭଲ ହୋଇଥାଏ।ତେଣୁ ଆମେ ଏହି ଭାବନା କୁ ଆଧାର କରି ଗୋଟିଏ ନୂଆ ଶୋ ଆଣିବାକୁ ଯାଉଛୁ।ଆମ ଟିମ୍ ର ଏକ ମାତ୍ର ଲକ୍ଷ୍ୟ ହେଉଛି ଲୋକ ଙ୍କ ମନ ରେ ଖୁସି ଆଣିବା।” ।ସୂଚନା ଅନୁଯାୟୀ ଏହି ଶୋ ରେ ଆହୁରି ଅନେକ ଲୋକପ୍ରିୟ ହାସ୍ୟ ଅଭିନେତା ମାନେ ମଧ୍ୟ ନଜର ଆସିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *