ମୁହଁରେ କଳା ବ୍ରଣ ସମସ୍ଯା ଅଛି କି ? କରନ୍ତୁ ଏହି କାମ , ହୋଇଯିବେ ସମସ୍ୟାରୁ ମୂକ୍ତି

ଖବର ଜୀବନଚର୍ଯ୍ୟା

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଚନ୍ଦନ ହେଉଛି ଏଭଳି ଗୋଟିଏ ଜିନିଷ ଯାହାର ଅନେକ ଗୁଡ଼ିଏ ଉପଯୋଗୀତା ରହିଛି । ଚନ୍ଦନର ମନଲୋଭା ସୁଗନ୍ଧ ପାଇଁ ଏହା ଠାକୁର ମାନଙ୍କୁ ମଧ୍ୟ ଲେପନ କରାଯାଏ। ଇତିହାସ କୁହେ ପୂର୍ବକାଳରୁ ଚନ୍ଦନର ବ୍ଯବହାର କରାଯାଇଆସୁଛି। ଆଗକାଳରେ ରାଣୀ ମାନେ ନିଜର ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ଚନ୍ଦନର ବ୍ୟବହାର କରୁଥିଲେ।ଯେହେତୁ ଏହା କାଳରେ ଆଜିର ଯୁଗ ଭଳି ଏତେ ମାତ୍ରାରେ ପ୍ରଶାଧନର ସାମଗ୍ରୀ ନଥିଲା ସେମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରାକୃତିକ ଜିନିଷର ବ୍ୟବହାର କରୁଥିଲେ।ଚନ୍ଦନକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେତିକି ବ୍ୟବହାର କରାଯାଉଥିଲା, ଶରୀରର କୌଣସି ସ୍ଥାନ ଜଳିଗଲେ କିମ୍ବା ପୋଡ଼ିଗଲେ ମଧ୍ୟ ଚନ୍ଦନର ବ୍ୟବହାର କରାଯାଉଥିଲା।


ଚନ୍ଦନରେ ପ୍ରାକୃତିକ ଔଷଧୀୟ ଗୁଣ ଯଥେଷ୍ଟ ମାତ୍ରାରେ ଭରି ରହିଛି,ଯାହା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଆଜିକାଲି ପ୍ରାୟତଃ ସଭିଙ୍କ ଠାରେ ମୁଖବ୍ରଣ ଦେଖାଯିବା ଏକ ସାଧାରଣ କଥା ।ତେବେ ଯଦି ଆପଣ ଏହି ସମସ୍ୟାକୁ ଦୂର କରିବାକୁ ଚାହୁଛନ୍ତି ତେବେ ଚେହେରାରେ ଚନ୍ଦନର ଲେପ ଲଗାନ୍ତୁ।ଚନ୍ଦନ ହେଉଛି ଏକ ଆଣ୍ଟି ବାୟୋଟିକ୍ ତତ୍ତ୍ୱ ଯାହା ଚେହେରାକୁ ଅନେକ ପ୍ରକାରର ସମସ୍ୟାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଏପରିକି ନିୟମିତ ଭାବରେ ପ୍ରତିଦିନ ଚନ୍ଦନର ଲେପ ଲଗାଇବା ଦ୍ଵାରା ଶରୀରରେ ହେଇଥିବା ଖଣ୍ଡିଆ ଖାବରା ମଧ୍ୟ ଭଲ ହୋଇପାରିବ ।

ଖରାଦିନରେ ଆମ ଶରୀରରୁ ଅନେକ ମାତ୍ରାରେ ଝାଳ ବାହାରିଥାଏ ,ତେବେ ଯଦି ଆପଣ ଚନ୍ଦନ ପାଉଡରକୁ ପାଣିରେ ମିଶାଇ ମୁଁହରେ ଲଗାଇବେ ତେବେ ମୁହଁରୁ କମ୍ ଝାଳ ବାହାରିବା। ଯଦି ଆପଣଙ୍କ ମୁଁହରେ କଳଦାଗର ସମସ୍ୟା ଥାଏ ତେବେ କ୍ଷୀରରେ ଚନ୍ଦନ ପାଉଡର ସହିତ ଅଳ୍ପ କିଛି ହଳଦୀ ମିଶାନ୍ତୁ।ସେଥିରେ କିଛି ମାତ୍ରାରେ କର୍ପୁର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହି ପେଷ୍ଟକୁ ରାତିରେ ମୁଁହରେ ଲଗାଇ ରାତିସାରା ସେମିତି ରହିବାକୁ ଦିଅନ୍ତୁ ,ପରେ ସକାଳେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ।

କିଛି ଦିନ ଏପରି କରିବା ଦ୍ୱାରା ମୁଁହରେ ଥିବା କଳାଦାଗ ସମସ୍ୟା ଦୂର ହୋଇଥାଏ।ଆପଣ ଚାହିଁଲେ ହଳଦୀ ପାଉଡରକୁ ହଳଦୀ ଓ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇ ପାରିବେ।ଏହାକୁ ଲଗାଇ ଅଧଘଣ୍ଟା ରଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ।ଏହାଦ୍ଵାରା ଚେହେରା ନରମ ଓ ସୁସ୍ଥ ରହିଥାଏ। ସେହିଭଳି ଅଧ ଚାମଚ ହଳଦୀ ପାଉଡରରେ ଏକ ଚାମଚ ଚନ୍ଦନ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହାକୁ ଚେହେରାରେ ୧୫-୨୦ ମିନିଟ ଲଗେଇ ରଖିବା ପରେ ଏହାକୁ ଧୋଇଦିଅନ୍ତୁ।ଏଭଳି ଲଗାତାର କିଛି ଦିନ ରହିବା ଦ୍ୱାରା ମୁହଁରୁ କଳା ବ୍ରଣ ସମସ୍ୟା ଦୂର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *