ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ମେଥି ପାଣିର ଉପକାର ବିଷୟରେ କହିବାକୁ ଯାଉଛି।ଆପଣ ମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମେଥି କେବଳ ଏକ ମସଲା ଜାତୀୟ ଜିନିଷ ନୁହେଁ ,ଏହା ହେଉଛି ଏଭଳି ଏକ ଜିନିଷ ଯାହାର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମେଥି ଖାଇବା ଦ୍ୱାରା ଆମକୁ କଣ ସବୁ ଲାଭ ମିଳିଥାଏ |
୧. ବନ୍ଧୁଗଣ ଯେଉଁ ମାନଙ୍କର ଓଜନ କମାଈବାର ଥିବ ସେମାନେ ମେଥି ପାଣି ପିଇ ଓଜନ ହ୍ରାସ କରିପାରିବେ। କାରଣ ମେଥି ର ପାଣି ପିଈଲେ ତାହା ଭୋକ କମାଇ ଦେଇଥାଏ ଏବଂ ଏହା ଖାଦ୍ୟପେୟ ରେ ନିୟନ୍ତ୍ରଣ ମଧ୍ୟ ରହିଥାଏ । ବନ୍ଧୁଗଣ ମେଥି ପାଣି କୁ ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ସେବନ କରିବେ ତେବେ ତାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏହା ସହିତ ମେଥି ଦାନା ର ସେବନ କରିବା ଦ୍ୱାରା ଶରୀରର ଚର୍ବି କମିଥାଏ। ତେଣୁ ଓଜନ ହ୍ରାସ କରିବା ନିମନ୍ତେ ମେଥି ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।
୨. ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କୁ ଗଣ୍ଠି ବିନ୍ଧା ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ।ମେଥି ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଏବଂ ଏହାର ପ୍ରୟୋଗ କରିବା ଦ୍ୱାରା ତାହା ଗଣ୍ଠି ବିନ୍ଧା ରେ ଲାଭ ଦାୟକ ହୋଇଥାଏ।
୩. ଏହାର ସେବନ ଦ୍ଵାରା ଦେହରେ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ। ଏହା ଖରାପ କୋଲେଷ୍ଟ୍ଲଲ କୁ ଶରୀର ରୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ ଏବଂ କୋଲେଷ୍ଟ୍ରଲ ର ମାତ୍ରା ନିୟନ୍ତ୍ରଣ ରେ ରହିଥାଏ ଯାହା ଡା ହୃଦ୍ଘାତ ର ଭୟ ରହି ନଥାଏ। ତେଣୁ ଏହାର ସେବନ ନିତ୍ୟାନ୍ତ ଆବଶ୍ୟକ।
୪. ବନ୍ଧୁଗଣ ମେଥିରେ ଥିବା ଉପାଦାନ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ ରେ ରଖିଥାଏ। ଏହାର ବ୍ୟବହାର କରିବା ଦ୍ୱାରା ରକ୍ତଚାପ ସମସ୍ୟା ର ସାମାଧନ ହୋଇଥାଏ ଏବଂ ରକ୍ତଚାପ ନିୟନ୍ତ୍ରିତ ରହିଥାଏ।
୫. ବନ୍ଧୁଗଣ ମେଥିର ସେବନ କ୍ୟାନ୍ସର ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ମେଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ତେଣୁ ଏହାର ସେବନ ଦ୍ଵାରା ଏହା ଶରୀର ରେ ଥିବା ବିଷାକ୍ତ ପଦାର୍ଥ କୁ ନିଷ୍କାସିତ କରିଥାଏ। ଯାହାଫଳରେ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ ରହିଥାଏ।
୬. ବନ୍ଧୁଗଣ ମେଥିର ସେବନ ଦ୍ଵାରା ତାହା ହଜମ କ୍ରିୟାରେ ସହାୟକ ହୋଇଥାଏ। ବନ୍ଧୁଗଣ ଯଦି ଆପଣ ଖାଦ୍ୟ ଖାଇବାର ବହୁତ ସମୟ ପରେ ମଧ୍ୟ ଖାଦ୍ୟ ହଜମ ହେଉ ନାହିଁ ତେବେ ଆପଣ ଗରମ ପାଣିରେ ଏକ ଚାମଚ ମେଥି ମିଶାଇ ସେବନ କରନ୍ତୁ। ଏହାଦ୍ବାରା ଖାଦ୍ୟ ହଜମ ହୋଇଥାଏ ଏବଂ ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
୭. ମେଥିର ବ୍ୟବହାର ବିଭିନ୍ନ ପ୍ରକାର ତ୍ୱଚା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।ବଥ, ପୋଡ଼ା ଦାଗ, ଘା ଆଦି ସମସ୍ୟା ରୁ ମୁକ୍ତି ଦେଇଥାଏ ଏବଂ ଏହା ସହିତ ମେଥିର ବ୍ୟବହାର କରିବା ଦ୍ୱାରା ଏହା କେଶ ଜନିତ ବିଭିନ୍ନ ପ୍ରକାର ସମସ୍ୟା ଯଥା ଶୁଷ୍କ କେଶ, ରୂପୀ,କେଶ ଝଡ଼ିବା ଆଦି ସମସ୍ୟା ରୁ ମୁକ୍ତି ଦେଇଥାଏ। ନଡ଼ିଆ ତେଲ ରେ ଏକ ଚାମଚ ମେଥି ମିଶାଇ ତାକୁ ଗରମ କରନ୍ତୁ ଏବଂ ଏହାକୁ ଥଣ୍ଡା କରି ଏକ ପାତ୍ରରେ ରଖି ବ୍ୟବହାର କରିବା ଦ୍ୱାରା ଆପଣ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |