ଦୀର୍ଘ ୭ ମାସ ର ସମୟ ସୀମା ପରେ ମଙ୍ଗଳ ଭୂମିରେ ସଫଳତାର ସହ ଅବତରଣ କଲା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ ଏଚଡି କ୍ଲାଲିଟିର କଲର୍ ଫଟୋ ପଠାଇଛି।
ଆହୁରିମଧ୍ୟ ରୋଭରଟି ଲ୍ୟାଣ୍ଡିଂ ସାଇଟ୍ର ଫଟୋ ମଧ୍ୟ ପଠାଇଛି । ଏହି ହାଇ ରିଜୋଲ୍ୟୁସନ୍ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି। ଏହାଛଡା ରୋଭରଟି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍ ସେଲଫି ମଧ୍ୟ ସେୟାର କରିଛି । ତେବେ ରୋଭର୍ ମଙ୍ଗଳଗ୍ରହର ପୃଷ୍ଠକୁ ଛୁଇଁବାର ୬.୪ଫୁଟ ଉପରୁ ସେଲ୍ଫି ଉଠାଇଛି । ଏହି ହାଇ ରିଜୋଲ୍ୟୁସନ୍ ଫଟୋକୁ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି ନାସା।
ନାସା ବୈଜ୍ଞାନିକମାନଙ୍କୁ ‘ଇନ୍-ସିଟୁ ରିସୋର୍ସ ୟୁଟିଲାଇଜେସନ୍’ ମାଧ୍ୟମରେ ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରୁଛି ଯେଉଁଥିରେ ପୃଥିବୀରେ ସାଧାରଣ ବସ୍ତୁଗୁଡ଼ିକୁ ବଦଳାଇବା ଅନ୍ତର୍ଭୁକ୍ତ। ଏହି ବସ୍ତୁଗୁଡ଼ିକ ମଙ୍ଗଳ ଗ୍ରହରେ ଏକ ସମ୍ପ୍ରଦାୟ ପ୍ରତିଷ୍ଠା ପାଇଁ ବ୍ୟବହୃତ ହେବ ଏବଂ ପୃଥିବୀର ସମସ୍ତଙ୍କର ଚାଷ ଆବଶ୍ୟକତା ମଧ୍ୟ ପୂରଣ ହେବ ।
ଏବେ ମାର୍ସରେ ଚାଷ ଉପଯୋଗୀ ମାଟି କେମିତି ପହଞ୍ଚିପାରିବ ସେନେଇ ବୈଜ୍ଞାନିକମାନେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଯଦି ଏମିତି ସମ୍ଭବ ହେବ ତେବେ ମହାକାଶ ଗବେଷଣା କ୍ଷେତ୍ରରେ ପୃଥିବୀର ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିପାରିବ। ମାର୍ସରେ ଥିବା ମାଟିରେ ଅଧିକ ପରିମାଣରେ ପୋଷକ ତତ୍ତ୍ବ ରହିଛି। ବିଶେଷ କରି ପୋଟାସିୟମ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୂର ଥିବା ସତ୍ବେ ଏହା ଅଧିକ ଅକ୍ସିଡାଇଜ୍ଡ ହୋଇଥିବାରୁ ଏହା ଚାଷପୋଯୋଗୀ ହୋଇପାରିବ କି ନାହିଁ ଚିନ୍ତା କରୁଛନ୍ତି ବୈଜ୍ଞାନିକ।
ଯଦିଓ ମଙ୍ଗଳ ପୃଷ୍ଠର ମାଟିରେ ବହୁ ଦରକାରୀ ତତ୍ତ୍ବ ରହିଛି କିନ୍ତୁ ଏହାର ଉପକାରୀତା ଓ ଅପକାରୀତା ରହିଛି ବୋଲି ବୈଜ୍ଞାନିକାମନେ ମତ ଦେଇଛନ୍ତି। ତେବେ ପୂର୍ବରୁ ଏନେଇ ଚିନ୍ତା କରାଯାଇଥିବା ବେଳେ ଟେକ୍ନୋଲୋଜିର ଅଗ୍ରଗତି ହୋଇନଥିଲା। କିନ୍ତୁ ଅଧିକ ବିକାଶ ହେବା ପରେ ମାର୍ସରେ ଫାର୍ମିଂ ସମ୍ଭବ ହୋଇପାରିବ ବୋଲି ଫ୍ଲୋରିଡାର ମେରାଇନ୍ ସାଇନ୍ସ ପ୍ରଫେସର ଆଣ୍ଡ୍ରିଓ ପାଲମର କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |