ଭକ୍ତ ର ଭଗବାନ ! ମହାପ୍ରଭୁଙ୍କ ସେବା କରିବା ଉଦ୍ଦେଶ୍ୟରେ ଚାକିରି ଛାଡ଼ି ଆସିଲେ ଉଚ୍ଚ ଶିକ୍ଷିତ ଯୁବକ

ଖବର ବିଶେଷ

ଓଡ଼ିଆ ମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶାର ଗର୍ବ ଓ ଗୌରବର ପରିଚୟ। ପୁରୀ ଶ୍ରୀମନ୍ଦିରରେ ବର୍ଷ ତମାମ ଲାଗି ରହିଥାଏ ଅନେକ ନୀତିକାନ୍ତି ଓ ବେଶଭୂଷା । ବିଶେଷ କରି ରଥଯାତ୍ରା ଆସିଗଲେ ଆରମ୍ଭ ହୋଇଯାଏ ଦୁଇ ମାସ ଆଗରୁ ପ୍ରସ୍ତୁତି। ରଥ ନିର୍ମାଣ ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଗୁଣ୍ଡିଚା ବିଜେ ଓ ସେଠାରୁ ପୁଣି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସେବା ପାଇଁ ନିୟୋଜିତ ହୋଇଥାଆନ୍ତି ଭିନ୍ନ ଭିନ୍ନ ସେବକ ମାନେ। କେଉଁ ରାଜା ମହାରାଜା ମାନଙ୍କ କାଳରୁ ଏହି ନୀତି ସେବକ ମାନଙ୍କ ମଧ୍ୟରେ ବଣ୍ଟା ଯାଇଛି। ପିଢ଼ି ପିଢ଼ି ଧରି ଏହି ସେବକ ମାନେ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି।

ଏହି ପରମ୍ପରା ଆଗକୁ ମଧ୍ୟ ରହିବ। ଯିଏ ଯେତେ ଶିକ୍ଷିତ ହେଲେ ବି ମହାପ୍ରଭୁଙ୍କ ସେବାରେ ନିଶ୍ଚିନ୍ତ ମନ ଦେଇଥାଏ। କାରଣ ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। ସେହିଭଳି ଜଣେ ମହାପ୍ରଭୁଙ୍କ ସେବକ ହେଉଛନ୍ତି ପୁରୀର କମାର ସେବାୟତ ଦାଶରଥି ମହାରଣା। ସେ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ବାଣୀବିହାର ୟୁନିଭରସିଟି ରେ ଅର୍ଥନୀତିରେ ସ୍ନାତକୋତ୍ତର ମଧ୍ୟ। ବର୍ତ୍ତମାନ ସେ ମୁମ୍ବାଇର ଏକ ନାମୀଦାମୀ କମ୍ପାନୀରେ କାର୍ଯ୍ୟରତ ଥିଲେ। ଆଉ ସେଠାରେ ଭଲ ବେତନ ମଧ୍ୟ ପାଉଥିଲେ। ହେଲେ ମହାପ୍ରଭୁଙ୍କ ସେବା ପାଇଁ ସେ ଚାକିରି ଛାଡି ଏବେ କମାରଶାଳରେ।

ଦିନକୁ ଘଣ୍ଟା ଘଣ୍ଟା ଧରି କାମ କରି ତିନି ରଥ ପାଇଁ ତିନି ଟନ୍ କଣ୍ଟା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ସେବକ ଜଣକ। ଏହା ସହିତ ମହାପ୍ରଭୁଙ୍କ ଅଣସର ସମୟରେ ମଧ୍ୟ ତାଙ୍କର ଅନେକ ନୀତି ରହିଛି। ଆଜକୁ ପ୍ରାୟ ୩୦ ବର୍ଷ ଧରି ସେ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି। ତେବେ ଚାକିରି ଛାଡ଼ିବା କଥାରେ ସେ କୁହନ୍ତି, ‘ଅନ୍ୟ ଚାକିରି କଲେ ଟଙ୍କା ମିଳିବ ସତ ହେଲେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଯେଉଁ ଆନନ୍ଦ ମିଳୁଛି ତା ତୁଳନାରେ ସେ ଦରମା କିଛି ନୁହେଁ।

ପ୍ରଭୁଙ୍କର ସେବା କରିବାର ସୁଯୋଗ ମିଳିବା ହେଉଛି ପୂର୍ବ ଜନ୍ମରେ ପୁଣ୍ୟର ଫଳଶ୍ରୁତି। ଏହାକୁ ପ୍ରଭୁଙ୍କ ଆଶୀର୍ବାଦ କହିଲେ ମଧ୍ୟ ଅତୃପ୍ତି ହେବନାହିଁ। ମହାପ୍ରଭୁଙ୍କ ସେବା କରିବା ପାଇଁ ଲୋକମାନେ ଖୋଜୁଛନ୍ତି ।କିନ୍ତୁ ଆମେ ନିଜକୁ ଭାଗ୍ୟବାନ ଭାବୁଚୁ ଯେ ଆମର ବଂଶକୁ ଏହି ସେବା କରିବାର ସୁଯୋଗ ମିଳିଛି।ତେବେ ଦୁଃଖ ଲାଗୁଛି ଯେ ଯେଉଁ ଶ୍ରମଦାନ ସହ ରଥ ପ୍ରସ୍ତୁତ ହେଉଛି, ସେ ରଥକୁ ପ୍ରତ୍ୟକ୍ଷ କରିବା ଲାଗି ଭକ୍ତମାନଙ୍କ ଆଗମନ ହେଉନାହିଁ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *