କେବଳ ଏହି କାରଣ ପାଇଁ ବଲିଉଡ୍ ହିରୋଙ୍କୁ ବିବାହ କରିନଥିଲେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲା।

ଖବର ମନୋରଞ୍ଜନ

ବଲିଉଡ୍ ଜଗତର ଅଭିନେତ୍ରୀ ମାନେ ସର୍ବଦା ନିଜର ବ୍ୟକ୍ତିଗତ ଜୀବନ ଓ ଜିବନଚର୍ଯ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ସବୁବେଳେ ଅଭିନେତ୍ରୀ ମାନେ ନିଜର ବ୍ୟକ୍ତିଗତ ଜୀବନର କିଛି ଘଟଣାକୁ ନିଜର ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ସେହିଭଳି ବଲିଉଡ୍ ଚଳଚ୍ଚିତ୍ରର ଆଗଧାଡିର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲା ନିଜର ବ୍ୟକ୍ତିଗତ ବୈବାହିକ ଜୀବନକୁ ନେଇ ଖୁଲାସା କରିଛନ୍ତି। ଏଭଳି ମଧ୍ୟ ଗୋଟେ ସମୟ ଥିଲା ଯେଉଁଠି ଏହି ଦୁଇ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲା ନିଜର ଅଭିନୟ ଓ ସୌନ୍ଦର୍ଯ୍ୟ ବଳରେ ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିଲେ।

ସେମାନଙ୍କ ସିନେମା ଥିଏଟରରେ ଆସିବା କ୍ଷଣି ସେଠାରେ ଅନେକ ଲୋକଙ୍କ ଭିଡ଼ ଜମୁଥିଲା। ଆଜି ବି ସେମାନଙ୍କ ପାଇଁ ଲୋକ ମାନଙ୍କ ମଧ୍ୟରେ କ୍ରେଜ କମିନାହିଁ। ଏହି ଦୁଇ ଶ୍ରେଷ୍ଠ ଅଭିନେତ୍ରୀ ନିଜ ନୃତ୍ୟକଳା ପାଇଁ ମଧ୍ୟ ବେଶ୍ ପରିଚିତ ଥିଲେ। ଅନେକ ସମୟରେ ବଲିଉଡ୍ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ସେହି ଇଣ୍ଡଷ୍ଟ୍ରିର ଅଭିନେତା ବା ନିର୍ଦେଶକ ମାନଙ୍କୁ ବାହାହେବାର ଦେଖାଦେଇଛି। କିନ୍ତୁ ଏହି ଦୁଇ ଅଭିନେତ୍ରୀ ମାନଙ୍କ କାହାଣୀ ସଂପୂର୍ଣ୍ଣ ଭିନ୍ନ। ଗୋଟେ ସମୟ ଏପରି ବି ଥିଲା ଯେଉଁଠି ଅନେକ ହିରୋ ଏହି ଅଭିନେତ୍ରୀ ମାନଙ୍କ ପଛରେ ପାଗଳ ଭଳି ପଡ଼ିଥିଲେ ଓ ବିବାହ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ।

ହେଲେ ଏମାନେ କୌଣସି ହିରୋଙ୍କୁ ବିବାହ କରିବା ପାଇଁ ରାଜି ହୋଇନଥିଲେ। ମାଧୁରୀ ୧୯୯୯ ମସିହାରେ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ ।ଏବେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି। ସେହିଭଳି ଜୁହି ୧୯୯୫ ମସିହାରେ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। ତେବେ ବଲିଉଡ୍ ହିରୋ ମାନଙ୍କୁ ଛାଡ଼ି ଏମାନେ କଣ ପାଇଁ ଇଣ୍ଡଷ୍ଟ୍ରି ବାହାରେ ବିବାହ କରିଥିଲେ ସେନେଇ ଏବେ ଖୁଲାସା କରିଛନ୍ତି। ୨୦୧୪ରେ ମାଧୁରୀ ଏବଂ ଜୁହି କରନ ଜୋହରଙ୍କ ଲୋକପ୍ରିୟ ଚାଟ ଶୋ “କଫି ଉଇଥ୍‌ କରନ” ରେ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ଶୋ ରେ କରନ ଦୁହିଁକୁ ପ୍ରଶ୍ନ କରିଥିଲେ ଯେ ‘ତୁମେ ଏତେ ବଡ ତାରକାଙ୍କ ସହ ଇଣ୍ଡଷ୍ଟ୍ରିରେ କାମ କରିଥିଲ, କିନ୍ତୁ କେଉଁ ତାରକାଙ୍କ ସହ ବିବାହ କାହିଁକି କଲ ନାହିଁ।ତେବେ ଏହାର ଉତ୍ତରରେ ମାଧୁରୀ କହିଥିଲେ , ‘ମୁଁ ଶାହାରୁଖ ଖାନ, ସଲମାନ୍ ଖାନ୍ ଓ ଅମିରଙ୍କ ଭଳି ବଡ଼ ବଡ଼ ତାରକା ମାନଙ୍କ ସହିତ ଅଭିନୟ କରିଥିଲେ ମଧ୍ୟ ଏହି ତାରକାମାନଙ୍କୁ ଏତେ ପସନ୍ଦ କରି ନ ଥିଲି ଏବଂ ବିବାହ କରିବାକୁ ଚିନ୍ତା କରି ନ ଥିଲି। ମୋ ସ୍ବାମୀ ହିଁ ମୋର ହିରୋ ’।ତେବେ ଏହି ସମାନ ପ୍ରଶ୍ନର ଉତ୍ତରରେ ଜୁହି କହିଥିଲେ, ‘ମୁଁ ଜୟଙ୍କୁ ବହୁତ ପସନ୍ଦ କରୁଥିଲି। ସେ ମୋର ମୋର ହୃଦୟ ଜିତି ନେଲେ।’

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *