ଆପଣ ମାନେ ଜାଣିଥିବେ ପ୍ରଭୁ ଭୋଳାନାଥ ଙ୍କର ଅନେକ ମହିମା ରହିଛି।ତାଙ୍କ ଉପରେ ଯେଉଁମାନେ ବିଶ୍ୱାସ କରନ୍ତି ଓ ଭକ୍ତି କରନ୍ତି ସେମାନଙ୍କ ଉପରକୁ ସହଜରେ ବିପଦ ଆସେ ନାହିଁ।ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଲୌକିକ ଲୀଳା ପ୍ରଭୁ ମହାଦେବ ଙ୍କର କହିବୁ ଆପଣ ମାନେ ଜାଣି ନଥିବେ।ଆପଣ ମାନେ ଗୋରଖ ନାଥ ମନ୍ଦିର ଜାଣିଥିବେ ଏହି ମନ୍ଦିର ସବୁଠାରୁ ଅଲଗା।ଏହି ମନ୍ଦିର ବିଷୟରେ ଯେତେ କହିଲେ ବି କମ ହୋଇଯିବ।ତେବେ ଆସନ୍ତୁ ଜାଣିବା ପ୍ରଭୁ ଙ୍କର ଅଲୌକିକ ଲୀଳା।
ପ୍ରତିଦିନ ଏହି ଗୋରଖ ନାଥ ମନ୍ଦିର କୁ ଅନେକ ଭକ୍ତ ଆସୁଛନ୍ତି। ଏହି ମନ୍ଦିର ର ପୂଜକଙ୍କ କହିବା କଥା ଏହି ଗୋରୋନାଥ ମହାଦେବ ଙ୍କ ମହିମା ତ୍ରେତୟା ଯୁଗରେ ଦେଖିବାକୁ ମିଳିଥିଲା।ଯେତେବେଳେ ରାମଚନ୍ଦ୍ର ସୀତାଙ୍କୁ ଖୋଜିବାକୁ ବାହାରିଥିଲେ ସେ ଅନେକ ସମୟ ଜଙ୍ଗଲ ରେ ବିତାଇଥିଲେ।ସେହି ସମୟରେ ସୀତାଙ୍କୁ ପାଇବା ପାଇଁ ରାମଚନ୍ଦ୍ର ନିଜେ ଗୋରେଖ ନାଥ ସ୍ମରଣ କରି ପୂଜାର୍ଚ୍ଚନା କରିଥିଲେ।ଆଉ ଗୋରେଖ ନାଥ ନିଜେ ଆବିର୍ଭାବ ହୋଇ ରାମଚନ୍ଦ୍ର ଙ୍କୁ ଆଶୀର୍ବାଦ ଦେଇଥିଲେ।
ଏହି ଗୋରେଖ ନାଥ ମନ୍ଦିରରେ ପ୍ରଭୁ ଙ୍କର ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳେ।ମନ୍ଦିର ପାଖକୁ ଲାଗିରହିଛି ଏକ ବଟ ବୃଷ ।ଏହି ବୃକ୍ଷ ଲୋକମାନେ ଦେଖି ମାନସିକ ରଖନ୍ତି ।ଆଉ ସବୁ ମାନସିକ ସଫଳ ହେଉଥିବାର ଅନେକ ଭକ୍ତ କହିଛନ୍ତି।ସେହିପରି ଲୋକମାନଙ୍କ ବିଶ୍ୱାସ ଅଛି କି ସର୍ପ ଦର୍ଶନ କଲେ ଲୋକ ଏହି ମନ୍ଦିର କୁ ଗଲେ ବିଷ ଝଡି ଯାଇଥାଏ।
ଅନେକ ବିଷଧର ସାପ ଦଂଶନ କରିଥିଲେ ମଧ୍ୟ ଯଦି ବାବା ଙ୍କର ବେଲପତ୍ର ଓ ବିଭୁତି ଲଗାଯାଏ ତାହେଲେ ବାବା ଙ୍କ କୃପାରୁ ଲୋକ ଟି ଭଲ ହୋଇଯାଏ। ଏଠାରେ ଅନେକ ମାରାତ୍ମକ ରୋଗ ହୋଇଥିବା ବ୍ୟକ୍ତି ଭଲ ହୋଇଛନ୍ତି ବୋଲି ମନ୍ଦିର ପୂଜାରୀ କହିଛନ୍ତି।ଏପରି ବହୁତ ଅଲୌକିକ ଲୀଳା ପ୍ରଭୁ ଙ୍କର ଲାଗି ରହିଛି।
ପିଲା ଛୁଆ ହେଉନଥିବା ବ୍ୟକ୍ତି ମାନେ ଏଠିକି ଯାଇ ମାନସିକ ରଖନ୍ତି ତାଙ୍କ ମାନସିକ ପୂରଣ ମଧ୍ୟ ହୁଏ।ଆପଣ ମାନେ ଏହି ଗୋରେଖ ନାଥ ମନ୍ଦିର କୁ ଯାଇ ଦର୍ଶନ କରି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |