ଜାଣନ୍ତୁ ,କେଉଁ କାରଣରୁ ହୋଇଥାଏ ଅର୍ଶ ଓ ଏହାର ଲକ୍ଷଣ ଏବଂ ନିରାକରଣ

ଖବର ଜୀବନଚର୍ଯ୍ୟା

ଶରୀର ଥିଲେ ରୋଗ ଅଛି ଏବଂ ରୋଗ ଥିଲେ ତାହାର ଉପସମ ମଧ୍ୟ ଅଛି | ତେବେ ଏମିତି କିଛି ରୋଗ ଅଛି ଯାହାକୁ ଲୋକ ମାନେ ଲୁଚାଇ ଥାନ୍ତି | ତେବେ ଲୁଚାଇ ଲୁଚାଇ ରୋଗକୁ ବଡ କରିଦେଇଥାନ୍ତି ସେହି ଲୋକମାନେ | ଲ ଜ୍ୟା କୁ ଗହଣା ବୋଲି ଭାବି ନିଅନ୍ତି ଏବଂ ସେହି ରୋଗକୁ କାହାରି ଆଗରେ ପ୍ରକାଶ କରନ୍ତି ନାହିଁ | ଆମ ଦେଶ ର ଜନ ସଂଖ୍ୟା କୁ ଯଦି ହିସାବ କରାଯାଏ ତାହାଲେ ପ୍ରତେକ ମନୁଷ୍ୟ କୁ ପ୍ରାୟ ୪୦ ପ୍ରକାର ରୋଗ ହୋଇଥାଏ | ତେବେ ଆଜି ଆମେ ଅର୍ଶ ରୋଗ ବିଷୟରେ ଏହି ଆର୍ଟିକ୍ଲ ରେ ଆଲୋଚନା କରିବା | ତେବେ ଫାଇଲ୍ସ , ଅର୍ଶ ଏବଂ ବାବାସିଲ ତିନୋଟି ଯାକ ଏକ ଜିନିଷ |

ତେବେ କିଛି ଲୋକ ଲାଜ କରି କାହାକୁ କିଛି ନକହି ରାସ୍ତା ରେ ମରାଯାଇଥିବା ପୋସ୍ଟର କୁ ଦେଖି କିଛି ଗୋଟେ ମେଡିସିନ ଖାଇଦିଅନ୍ତି | ଏବଂ ଔଷଧ ର ରିୟ୍ଯାକଶନ ବଳରେ ଏହି ରୋଗ ଟି ଆହୁରି ବଢି ଯାଇଥାଏ | ଧୀରେ ଧୀରେ ବଢିବା ଫଳରେ ଏହା ଅପରେଶନ ଆଡକୁ ଗତି କରିଥାଏ | ଏବଂ ସେହି ଲୋକ ଟିର ମୃ ତ୍ୟୁ ମଧ୍ୟ ହୋଇପାରେ | ତେବେ ଅର୍ଶ ରୋଗ ହେଉଛି ମଳ ଦ୍ଵାର ରେ ଥିବା ଏକ ଶିର ଫୁଲିଯାଇଥାଏ | ତେବେ ଫୁଲିବା ପରେ କଷ୍ଟ ହୋଇଥାଏ ଏବଂ ବେଳେ ବେଳେ ସେହି ଜାଗା ର -କ୍ତ ମଧ୍ୟ ପଡିଥାଏ | ଏବେ ଆଗକୁ ଜାଣିବା ତାହାର ଲକ୍ଷଣ , କାରଣ ଏବଂ ନିରାକରଣ | ଯଦି ଆପଣଙ୍କର ପେଟ ଦୋଷ ଅଛି କି ଯଦି ଆପଣ ଠିକ ଭାବରେ ପାଣି ପିଉ ନାହାନ୍ତି , କି ଯଦି ଆପଣ ମୋଟା ଅଛନ୍ତି | ଏବଂ ଆପଣଙ୍କର ଯଦି ପେଟ ଦୋଷ ଜନିତ ଅଲଗା କିଛି ରୋଗ ଅଛି |

ତେବେ ସତର୍କ ରୁହନ୍ତୁ ଆପଣଙ୍କୁ ଅର୍ଶ ହେବାର ସମ୍ଭାବନା ଅଛି | ଆହୁରି ମଧ୍ୟ ଖାଦ୍ଯ ରେ ଯଦି ଫାଇବର କମ ଅଛି ଆପଣଙ୍କୁ ଅର୍ଶ ହେବାର ସମ୍ଭାବନା ଅଛି | ଏହା ଛଡା କେବଳ ସାଧାରଣ ଲୋକ ମାନଙ୍କୁ ନୁହେଁ ପ୍ରେଗନେଣ୍ଟ ଲେଡି କୁ ମଧ୍ୟ ଅର୍ଶ ହେବାର ସମ୍ଭାବନା ଅଛି | ଏବେ ଜାଣିବା ଏହି ରୋଗର ଲକ୍ଷଣ ଏହି ରୋଗଆତି ଦୁଇ ପ୍ରକାରର ଗୋଟିଏ ଭିତର ପାର୍ଶ୍ଵରେ ଥାଏ ଏବଂ ଅନ୍ଯଟି ବାହାର ପାର୍ଶ୍ଵରେ ଥାଏ | ଭିତର ପାର୍ଶ୍ଵରେ ଥିବା ଅର୍ଶ ର ଲକ୍ଷଣ ହେଉଛି କଷ୍ଟ ହେବା, ରକ୍ତ ପଡିବା ଏବଂ ମଝିରେ ମଝିରେ ଫୁଲିଯିବା | ତେବେ ବାହାର ପାର୍ଶ୍ଵରେ ଥିବା ଅର୍ଶ ର ଲକ୍ଷଣ ହେଉଛି ସମୟ ସମୟ ରେ ଏହା କୁଣ୍ଡେଇ ହୋଇ ଫୁଲି ଯାଏ | ଏବଂ ରକ୍ତ ପଡେ |

ତେବେ ଏହା ଅଧିକ ଫୁଲି ଗଲେ ବାହାରକୁ କିଛି ଅଂଶ ବାହାରି ଆସିଥିବାର ମଧ୍ୟ ଅନୁଭବ ହୁଏ | ଏବଂ ରକ୍ତ ମଧ୍ୟ ଜମାଟ ବାନ୍ଧିଥାଏ | ତେବେ ଏବେ ଜାଣିବା ଏହାର ନିରାକରଣ ବିଷୟରେ ତେବେ ଏହି ରୋଗରୁ ବଞ୍ଚିବା ପାଇଁ ନିଜର ଖାଦ୍ଯ ପେୟ ରେ ଠିକ ରଖନ୍ତୁ କାରଣ ଖାଦ୍ଯ ପେୟ ରେ ଠିକ ନରହିଲେ ପେଟ ଖରାପ ହୋଇଥାଏ | ସବୁବେଳେ ତଟକା ପାଣି ପାରିବ ଶାଗ ,ଫଳମୂଳ ଆଦି ଖାଆନ୍ତୁ | ତେବେ ଆପଣ ମଧ୍ୟ ସେଠାରେ ଆଇସ ପାକ ମରିପାରିବେ ,ଯଦି କମୁ ନାହିଁ | ତାହାଲେ ଗରମ ପାଣିରେ ସେପ୍ଟିକ ପକାଇ ସେଥିରେ ବସନ୍ତୁ | ଏବଂ ଯଦି ଏହା ପରେ ନକମୁଛି ତେବେ ଆପଣ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *