ଜାଣନ୍ତୁ , ବାବୁସାନ ମହାନ୍ତି ଙ୍କ ସମ୍ପତି ଓ ପରିବାର

ମନୋରଞ୍ଜନ

ହଁ ବନ୍ଧୁ ଆଜି ଆମେ ଜାଣିବା ଉଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ଙ୍କ ପରିବାର ଓ ଲାଇଫ ଷ୍ଟାଇଲ , ସମ୍ପତ୍ତି ବିଷୟ ରେ । ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ସେ ଅଭିନେତା ହଉଛନ୍ତି ଉଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ ମହାନ୍ତି । ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି। ବାବୁଶାନ୍ ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି ।

ସେ ଅନେକ ଫିଲ୍ମ୍ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଥିଲା ।ସେ ଉଲିଉଡ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ଭୂମିକା, ଶିବାନୀ,ଏଲିନା, ରୀୟା ଆଦି ଅଭିନେତ୍ରୀ ମାନ ଙ୍କ ସହିତ ଅଭିନୟ କରିଛନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ତାଙ୍କ ବାପା ଉଲିଉଡ୍ ର ସୁପର ଷ୍ଟାର୍ ଉତ୍ତମ ମହାନ୍ତି ଓ ମା ହେଉଛନ୍ତି ଅପରାଜିତା ମହାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଉଳୀଉଡ୍ ର ନମ୍ବର ୱାନ ଯୋଡ଼ି । ଏହି ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ପୁଅ ବାବୁଶାନ୍ ମହାନ୍ତି ।

ଦର୍ଶକ ବନ୍ଧୁ ବାବୁଶାନ୍ ତାଙ୍କ ପିଲା ବେଳ ର ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ସେ ବହୁତ୍ ଖୁସି ଥିବାର ଜଣାପଡିଛି ।ବାବୁଶାନ୍ ଓ ତାଙ୍କ ସ୍ତ୍ରୀ ସ୍କୁଲ୍ ସମୟ ରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ ତା ପରେ ଦୁଇ ଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବାବୁଶାନ୍ ଜନ୍ମ ହୋଇଥିଲେ ୩୦ ଜୁଲାଇ ୧୯୮୯ ମସିହା ଭୁବନେଶ୍ୱର ରେ । ଦର୍ଶକ ବନ୍ଧୁ ତାଙ୍କ ବାପା ଜଣେ ସୁପର ଷ୍ଟାର୍ ହୋଇଥିଲେ ମଧ୍ୟ ବାବୁଶାନ୍ ଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆଣିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ହର ପଟ୍ଟନାୟକ ।

ତାପରେ ସେ ୨୦୦୯ ରେ ଓଡ଼ିଆ ଫିଲ୍ମ୍ ରୋମିଓ ଦ ଲଭର ବୟେ ପ୍ରଥମେ ଡେଵ୍ୟୁ କରିଥିଲେ । ଏହି ଫିଲ୍ମ୍ ଟି କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଥିଲେ ଓ ଏହି ଫିଲ୍ମ୍ ଟି ମଧ୍ୟ ସୁପର୍ ହିଟ ହୋଇଥିଲା । ବାବୁଶାନ୍ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୩୭ ଟି ଫିଲ୍ମ୍ ରେ ଅଭିନୟ କରି ସାରିଛନ୍ତି ଓ ତାଙ୍କର ୩୮ ନମ୍ୱର୍ ଫିଲ୍ମ୍ ଆସିବାକୁ ଯାଉଛି ଖୁବ୍ ଶୀଘ୍ର ଯାହାର ନାମ ହେଉଛି ଓ ଵିଦ୍ୟାରାଣ ।

୬ ଜୁଲାଇ ୨୦୧୪ ମସିହାରେ ସେ ତୃପ୍ତି ଙ୍କୁ ବିବାହ କରିଥିଲେ । ତାହାଲେ ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ବିଷୟ ରେ ବାବୁଶାନ୍ ଙ୍କ ପାଖ ରେ ୬୦ ଲକ୍ଷ ଟଙ୍କାର ଏକ ଅଡି କାର ଅଛି ଓ ୧୭ ଲକ୍ଷ ଟଙ୍କାର ଏକ ବାଇକ ଅଛି ।ସେ ଗୋଟେଓଡିଆ ଫିଲ୍ମ୍ କରିବା ପାଇଁ ୨୦ ରୁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି ଓ ସେ ଗୋଟେ ଗୀତ ଗାଇବାପାଇଁ ୧.୫ ରୁ ୨ ଲକ୍ଷ ଟଙ୍କା ନେଇଥାନ୍ତି । ସେ ବିଭିନ୍ନ ବ୍ରାଣ୍ଡ ର ପ୍ରମୋସନ୍ ପାଇଁ ୩ ରୁ ୪ ଲକ୍ଷ ଟଙ୍କା ନେଇଥାନ୍ତି । ମୋଟ ତାଙ୍କ ସମ୍ପତ୍ତି କହିଲେ ୨ ରୁ ୩ କୋଟି ଟଙ୍କା ହେବ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *