ଗୋଟେ ସ୍ତ୍ରୀ ତା ସ୍ଵାମୀ ଠାରୁ କଣ ଚାହିଁଥାଏ ? ଜାଣନ୍ତୁ

ବିଶେଷ

ବନ୍ଧୁ ଗଣ , ଆମ ଶାସ୍ତ୍ର ମତ ରେ ଯେଉଁ ଗୃହ ରେ ଏକ ନାରୀ ପୂଜା ପାଇଥାଏ ସେଠାରେ ଦେବତା ବାସ କରନ୍ତି । ଆମେ ସମସ୍ତେ ଏହା ଅବଶ୍ୟ ମାନିଥାଉ କିନ୍ତୁ କେହି ବି ଏହା କୁ ଗ୍ରହଣ କରି ନଥାଉ । ଆପଣ ଭାବୁଥିବେ କି ଆମେ ତ ସମସ୍ତଙ୍କୁ ସମ୍ମାନ ଦେଇଥାଉ ସେ ବିବାହରେ ହେଉକି ଜନ୍ମ ଦିବସରେ ଉପହାର ଦେଇଥାଉ ଆଦି । କିନ୍ତୁ ବନ୍ଧୁଗଣ ଆପଣ ମାନେ ଭାବନ୍ତୁ କଣ ଏହା ପର୍ଯ୍ୟାପ୍ତ ଅଟେ।


ଗୋଟେ ଘରେ ଏକ ସ୍ତ୍ରୀ ଲୋକ ଟି ନିଜ ପତି, ନିଜ ପିତା , ପୁତ୍ର ଭାଇ , କଣ କଣ କରିନଥାଏ । କିନ୍ତୁ କଣ ଆମେମାନେ ଖାଲି ଗୋଟେ ସାଧାରଣ ଉପହାର ଦେଇ ତାଙ୍କୁ ସନ୍ତୁଷ୍ଟ କରିପାରିବା । ଏକ ସ୍ତ୍ରୀକୁ ସୁନା ଗହଣା ଦରକାର ହୋଇନଥାଏ କି କୌଣସି ଦାମିକା ଜିନିଷ ଦରକାର ହୋଇନଥାଏ । ତାଙ୍କୁ ଦରକାର ହୋଇଥାଏ ତୁମଠୁ ସମ୍ମାନ, ସମସ୍ତଙ୍କ ସାମ୍ନାରେ ଆଉ ଏକାନ୍ତରେ ବି ମଧ୍ୟ ।

ତାଙ୍କୁ କେବଳ ଦରକାର ହୋଇଥାଏ ଆପଣଙ୍କ ସମୟ, ସମର୍ପଣ, ଟିକେ ଚେଷ୍ଟାକି ଆପଣଙ୍କ ଜୀବନରେ ତାଙ୍କର ଏକ ବହୁତ ଗୁରୁତ୍ଵ ରହିଛି ଓ ଏକ ସମ୍ମାନ ଜଣକ ସ୍ଥାନ ମଧ୍ୟ ରହିଛି । ସ୍ତ୍ରୀ ମାନଙ୍କୁ ଆଭାସ କରାଇବା ଦରକାରକି ଆପଣ ତାଙ୍କୁ ବହୁତ ସ୍ନେହ ପ୍ରେମ କରୁଛନ୍ତି । ଏହଠୁ ସେମାନେ ଅଧିକ କିଛି ଚାହାନ୍ତି ନହିଁ । ତାଙ୍କ ପାଇଁ ଏହାଠୁ ଅଧିକ ମୁଲ୍ଯବନ ଆଉ କିଛି ହୋଇନଥାଏ । ସ୍ତ୍ରୀ ମାନେ ବହୁତ କମରେ ଖୁସି ହୋଇଥାନ୍ତି, ସେ ତାଙ୍କ ଜୀବନରେ ଅଧିକ କିଛି ଚାହିଁନଥାନ୍ତି ।


ସ୍ତ୍ରୀ ଏମିତି ହୋଇଥାଏ ଜୀବନର ସବୁ କିଛି ଦେଇ ଟିକେ ଖୁସି ଖୋଜିଥାଏ ଯଦି ତାକୁ ସେତିକି ମିଳିଯାଏ ସେ ବହୁତ ଖୁସି ହୋଇଥାନ୍ତି । ଯଦି ଆମେ ଗୋଟେ ନାରୀକୁ ସନମାନ ଦେଇଥାଉ, ଭଗବାନଙ୍କ ଆଶୀର୍ବାଦ ରହିଥାଏ । ସେ ଆମ ଉପରେ ଖୁସି ହେଲେ ଆମ୍ର ବହୁତ ଉନ୍ନତି ମଧ୍ୟ ହୋଇଥାଏ । ଆଉ ଯଦି ଜଣେ ନାରୀ ମନରେ ଦୁଃଖ ଦେଇଥାଉ ଆଉ ତା ଆଖିରୁ ଲୁହ ବୋହିଲେ ବହୁତ ଖରାପ ହୋଇଥାଏ ଆଉ ଅଭିଶାପ ମଧ୍ୟ ପଡିଥାଏ ।


ନାରୀ ହେଉଛି ଧରିତ୍ରୀ ଆଉ ମା । ଯଦି ସ୍ତ୍ରୀ ଆକିରେ ଲିହ ଆସେ ସେଇ ଲୁହରେ ସାରା ସଂସାର ଭସ୍ମ ହୋଇଯାଏ । ନାରୀ ଆଖିରୁ ଲୁହ ବାହାରିଲେ କେହି ଖୁସିରେ ରହିପାରିବେ ନହିଁ । ନାରୀ ସବୁ କିଛି ସହିକି ସମସ୍ତଙ୍କ କଥା ବୁଝି ଓ ସମସ୍ତଙ୍କ ପାଇଁ ମା ପରି ସେବା କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *