ଗୋଟେ ଗୀତ ଗାଇବା ପାଇଁ ଓଡିଆ ସିଙ୍ଗର ମାନେ ଏତିକି ଟଙ୍କା ନେଇଥାନ୍ତି ! ଜାଣିଲେ ଆଶ୍ଚର୍ଯ ହେବେ

ମନୋରଞ୍ଜନ

ଆଜ୍ଞା ହଁ ବନ୍ଧୁ ଗଣ ଯେପରି ଆପଣ ମାନେ ସମସ୍ତେ ଜାଣିଥିବେ ଯେ ବଲୀଉଡ ର ସବୁ ଫେମସ ସିଙ୍ଗର ଯେପରିକି ନେହା କକ୍କର, ଅରିଜିତ ସିଂ’, ବାଦଶାହ ଏମାନେ ପରତି ସଂଗୀତ ପିଛା ୧୧ ରୁ ଆରମ୍ଭ କରି ୧୬ ଲକ୍ଷ୍ୟ ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି। ସେହି ପରି ଆପଣ ମାନଙ୍କର ନିଶ୍ଚିନ୍ତ ଭାବରେ ଜାଣିବାକୁ ଈଚ୍ଛା ହେଉଥିବ କି ଆମର ଅଲିଉଡ ର ଫେମସ ସିଙ୍ଗର ମାନେ ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ନିଅନ୍ତି । ଏବେ ଏଥିପାଇଁ ଆମର ଏହି ଅର୍ଟିକିଲ ଟିକୁ ସମ୍ପୂର୍ଣ ଭାବରେ ପଢନ୍ତୁ |


ଆଜି ପର୍ଯ୍ୟନ୍ତ ଆମର ଓଡିଆରେ ସବୁଠାରୁ ଫେମସ ଗୀତ ଯାହାକୁ ସବୁଠାରୁ ଅଧିକ ଭିଉ ମିଳିଛି ତାହା ହେଉଛି ଜିଗର ବାଲା । ଯେଉଁ ଗୀତକୁ ଗାଇଛନ୍ତି ମଣ୍ଟୁ ଛୁରିଆ ଆଉ ଅସୀମା ପଣ୍ଡା । ଏହା ଏକ ସମ୍ବଲପୁରୀ ଗୀତ ହେଲେ ମଧ୍ୟ ୭ କୋଟି ଲୋକ ଏହାକୁ ଦେଖି ସାରିଛନ୍ତି ।

ଏହି ଭଳି ସୁପର ହିଟ ଗୀତ ଗାଈବାରେ ଓଡିଶାର ଫେମସ ସିଙ୍ଗର ମାନଙ୍କର ଲିଷ୍ଟ ରେ ପ୍ରଥମ ନାମଟି ଆସେ ମଣ୍ଟୁ ଛୁରିଆଙ୍କର । ସେ ଓଡିଆରେ ଯାହା ବି ଗୀତ ଗାଆନ୍ତି ସେ ଗୀତ ସବୁଠୁ ସୁପର ଡୁପର ହିଟ ହୋଇଥାଏ । ମଣ୍ଟୁ ଛୁରିଆ ଗୋଟିଏ ଗୀତ ଗାଇବା ପାଇଁ ପାଖା ପାଖି ୩୫-୪୦ ହଜାର ଟଙ୍କା ନେଇଥାନ୍ତି । ଆପଣ ଦେଖିଥିବେ ମଣ୍ଟୁ ଛୁରିଆ ସ୍ଟେଜ ସୋ, ମେଲୋଡି ମଧ୍ୟ କରନ୍ତି ଓ ସେ ଗୋଟିଏ ମେଲୋଡି କୁ ଯିବା ପାଇଁ ପାଖାପାଖି ୮୦ ହାଜାର ରୁ ୧ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି ।


ଏହା ପରେ ଆସୁଛନ୍ତି ଓଲିଉଡ ର ଆଉ ଏକ ଫେମସ ନାମ ସେ ହେଉଛନ୍ତି ହ୍ୟୁମାନ ସାଗର । ତାଙ୍କର ବହୁ ଚର୍ଚିତ ସବୁଠୁ ଫେମସ ଗୀତ ‘କେମିତି ଭୁଲିବି ସେ ଅଭୂଲା ଦିନ’, ‘ତୁ ବିକଳ ହେବୁ ମୋ ପ୍ରେମ ପାଇଁ’ ଆପଣମାନେ ଦେଖିଥିବେ । ହ୍ୟୁମାନ ସାଗର ଗୋଟିଏ ଗୀତ ଗାଇବା ପାଇଁ ପାଖା ପାଖି ୪୦ ହଜାର ଟଙ୍କା ନେଇଥାନ୍ତି । ସେ ପ୍ରାୟତଃ ଓଡିଆ ଫିଲ୍ମ ରେ ଗୀତ ଗାଆନ୍ତି ଓ ତାଙ୍କୁ ଆମ ଅଲିଉଡ ର ବା ଓଡିଶାର ଅରିଜିତ ସିଂହ ମଧ୍ୟ କୁହାଯାଏ ।

ତୃତୀୟରେ ଆସୁଛନ୍ତି କୁଲଦୀପ ପଟ୍ଟନାୟକ । ତାଙ୍କର ଏବେ ଏକ ଗୀତ ଫେମସ ହୋଇଥିଲା ‘ଓ ରଙ୍ଗବତୀ’ ଓ ‘ମୋ ଘର ବାଟ ଦେଇ’ । ସେ ଗୋଟିଏ ଗୀତ ଗାଇବା ପାଇଁ ୨୫-୩୦ ହଜାର ଟଙ୍କା ନେଇଥାନ୍ତି ।


ଚତୁର୍ଥରେ ଆସୁଛନ୍ତି ଆମ ଓଡିଶାର ସବୁଠୁ ଫେମସ ସିଙ୍ଗର ଅସୀମା ପଣ୍ଡା । ଅସୀମା ପଣ୍ଡା ଗୋଟିଏ ଗୀତ ଗାଇବା ପାଇଁ ପାଖା ପାଖି ୪୦-୫୦ ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି । ତାଙ୍କର ସବୁଠୁ ଫେମସ ଗୀତ ଆପଣ ମାନେ ଶୁଣିଥିବେ ତାହା ହେଉଛି ମୋ ହଳଦୀ ଗିନା ଓ ମାୟାରେ ବାୟା ଗୀତ ମଧ୍ୟ ସୁପର ହିଟ ହୋଇଥିଲା । ଜିଗରବାଲା ରେ ମଣ୍ଟୁ ଛୁରିଆଙ୍କ ସହିତ ତାଙ୍କ ଯୋଡି ସବୁଠୁ ସୁପର ହିଟ ହୋଇଥିଲା ।

ପଞ୍ଚମରେ ଆସିଲେ ଅମୃତା ନାୟକ ଯାହାଙ୍କର ସବୁ ଯାକ ଗୀତ ସୁପର ହିଟ ହୋଇଥାଏ । ସେ ଗୋଟିଏ ଗୀତ ଗାଇବା ପାଇଁ ପାଖା ପାଖି ୩୫ ହଜାର ଟଙ୍କା ନେଇଥାନ୍ତି । ସେ ଫିଲ୍ମ ଗୀତ ସହିତ ଆଲବମ ଗୀତ ମଧ୍ୟ ଗାଆନ୍ତି ଓ ସେ କିଛି ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି । ତାଙ୍କର ଗୋଟିଏ ୟୁଟ୍ଯୂବ ଚ୍ଯାନେଲ ମଧ୍ୟ ଅଛି ଯେଉଁଥିରେ ୧୩ ଲକ୍ଷ ଲୋକ ସବସ୍କ୍ରାଇବର ଅଛନ୍ତି ।

ଶେଷରେ ଦିପ୍ତିରେଖା ପାଢି ଯାହାଙ୍କୁ ଆମ ଓଡିଶାର ଶ୍ରେୟା ଘୋଷାଲ କୁହାଯାଏ ସେ ଗୋଟିଏ ଗୀତ ଗାଇବା ପାଇଁ ପାଖାପାଖି ୨୮-୩୨ ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *