ଲୋକପ୍ରିୟ ଗାୟିକା ଇରା ମହାନ୍ତି ଙ୍କ ପରିବାର ଓ କିଛି ଅଜଣା କଥା

ମନୋରଞ୍ଜନ

ଯଦି ଆପଣମାନେ ଓଲିଉଡ ଜଗତର ଫିଲ୍ମ ଏବଂ ଓଡିଆ ଗୀତ ଶୁଣିବାରେ ରୁଚି ରଖୁଥିବେ ତେବେ ଆପଣମାନେ ଇରା ମହାନ୍ତି ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ | ସେ ତାଙ୍କ ଗୀତ ମାଧ୍ୟମରେ ସମଗ୍ର ଓଡିଶାବାସୀ ଙ୍କ ହୃଦୟ କୁ ଜିତି ପାରିଛନ୍ତି |

ଆଜିବି ତାଙ୍କର ପୁରୁଣା ଠାରୁ ଆରମ୍ଭ କରି ନୂଆ ପର୍ଯ୍ୟନ୍ତ ସମସ୍ତ ଗୀତ କୁ ଶୁଣିବା ପାଇଁ ଲୋକମାନେ ବହୁତ ବ୍ଯାକୁଳ ହୋଇଥାନ୍ତି | ତେବେ ସେ ତାଙ୍କ ଗୀତ ଦ୍ଵାରା ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି |


ତେବେ ସେ ଭୁବନେଶ୍ବରର ବାସିନ୍ଦା ଅଟନ୍ତି | ସେ ଅନେକ ଓଡିଆ ଫିଲ୍ମ ରେ ଗୀତ ଗାଇଛନ୍ତି | ସେ ଗୀତ ଗାଇଥିବା ସମସ୍ତ ଗୀତ ସୁପରହୀଟ ହୋଇଛି | ସେ ତାଙ୍କ ବ୍ୟକ୍ତି ଗତ ସମୟରେ ନିଜ ପରିବାର ସହ ସମୟ ବିତାଇବାକୁ ଭଲ ପାଆନ୍ତି |

ସେ ତାଙ୍କ ଟ୍ଯାଲେନ୍ଟ ବଳରେ ଓଲିଉଡ଼ ଦୁନିଆ ରେ ଏତେ ବଡ ସଫଳତା ପାଇଛନ୍ତି | ସେ ଫିଲ୍ମ ରେ ଗୀତ ଗାଇବା ସହ ବହୁତ ଓଡିଆ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି |ତାଙ୍କ ଓଡିଆ ଆଲବମ ମଧ୍ୟ ସୁପରହିଟ ହୋଇଛି |ତାଙ୍କ ବାପା ଙ୍କ ନାମ ଜୈତେନ୍ଦ୍ର ମହାନ୍ତି ଏବଂ ମାତା କଳ୍ପନା ମହାନ୍ତି ଙ୍କ ଝିଅ ମଧୁମିତା ମହାନ୍ତି ଅଥବା ଇରା ମହାନ୍ତି ଅଟନ୍ତି |


ତାଙ୍କ ବାପା ଖୋର୍ଦ୍ଦା ଜିଲ୍ଲା ର ବାଳକାଟୀ ଅଞ୍ଚଳ ର ବାସିନ୍ଦା ଅଟନ୍ତି | ସେ ତାଙ୍କ ର ପ୍ରାରମ୍ଭିକ ବିଦ୍ୟା ସୁଭଦ୍ରା ମହାଦେବ ବାଳିକା ଉଚ ବିଦ୍ୟାଳୟ ରେ ଶେଷ କରିଥିଲେ | ବିଜେବି ମହାବିଦ୍ୟାଳୟ ରେ ଉଚବିଦ୍ୟା ଗ୍ରହଣ କରିଥିଲେ | ସେ ବିଜେବି ରେ ପାଠ ପଢିବା ବେଳେ ସଂଗୀତ ଶିକ୍ଷା କୁ ଗୋଟେ ବିଷୟ ଭାବେ ଗ୍ରହଣ କରିଥିଲେ |


ତେବେ ତାଙ୍କୁ ତାଙ୍କ ମାଆ ବାପା ଗାଇବା ପାଇଁ ବହୁତ ଉଶ୍ଚାହିତ କରିଥିଲେ | ଆହୁରିମଧ୍ୟ ସଂଗୀତ ନିର୍ଦେଶକ ବାଳକୃଷ୍ଣ ଦାସ ତାଙ୍କୁ ସଙ୍ଗୀତ ଗାଇବା ପାଇଁ ବହୁତ ପ୍ରେରିତ କରିଥିଲେ | ମାତ୍ର ଚାରି ବର୍ଷ ବୟସରେ ସେ ହୃଦୟର ଏହି ଶୂନ୍ୟତା କୁ ଗୀତ କୁ ଗାଇ ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଦେଇଥିଲେ |

ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *