(Exclusive) ଅଭିନେତ୍ରୀ ବିଦୂସ୍ମିତା (Bidusmita) ଙ୍କୁ ଧୋକା – ଲୁଟିନେଲେ ୧୫ ଲକ୍ଷ ଟଙ୍କା … ଦେଖନ୍ତୁ ଭିଡିଓ

ବିଶେଷ

ଅଭିନେତ୍ରୀ ବିଦୁସ୍ମିତା ଙ୍କୁ ଧୋକା। ଠକେଇ ର ଶିକାର ହେଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା। ଜମି କିଣେଇ ଦେବାକୁ କହି ଅଭିନେତ୍ରୀ ବିଦୁସ୍ମିତା ଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଛି ଜଣେ ଦଲାଲ। ଏନେଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା।

ତେବେ ମିଳିଥିବା ଖବର ଅନୁଯାୟୀ, ଗତ ୨୦୧୯ ମସିହାରେ ଜମି କିଣିବା ପାଇଁ ରିୟଲ ଡେଭେଲପରସ୍ ଆଣ୍ଡ କନଷ୍ଟ୍ରକ୍ସନ ଲିମିଟେଡ ନାମକ ଏକ ସଂସ୍ଥା ସହ ବିଦୁସ୍ମିତା ଯୋଗାଯୋଗ କରିଥିଲେ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣ ଜ୍ୟୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିହାରରେ ଏକ ଜମି କିଣେଇ ଦେବେ ବୋଲି କହିଥିଲେ।

ଚୁକ୍ତି ମୁତାବକ ଜମି କିଣିବା ପୂର୍ବରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ଏବଂ ପଞ୍ଜିକରଣ କରିବା ପରେ ବକୀୟା ଟଙ୍କା ବିଦୁସ୍ମିତା ସଂସ୍ଥା କୁ ଦେବେ ବୋଲି ନିଷ୍ପତି ହୋଇଥିଲା। ଆଉ ଯେଉଁଥି ପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ଉକ୍ତ ସଂସ୍ଥା କୁ ଦେଇଥିଲେ ବିଦୁସ୍ମିତା।
ଟଙ୍କା ଦେବାର ଦୁଇ ମାସ ଭିତରେ ତାଙ୍କର ପଞ୍ଜିକରଣ କରାଯିବ ବୋଲି ଅରୁଣ ଜ୍ୟୋତି କହିଥିଲେ।

 

ମାତ୍ର ଦୁଇ ମାସ ଯାଇ ଦୁଇ ବର୍ଷ ବିତି ଗଲାଣି ହେଲେ ଅରୁଣ ବିଦୁସ୍ମିତା ଙ୍କର ପଞ୍ଜିକରଣ କଲେ ନାହିଁ କି ବିଦୁସ୍ମିତା ଙ୍କୁ ଟଙ୍କା ଫେରାଇଲେ ନାହିଁ। ଏମିତିକି ଉକ୍ତ ସଂସ୍ଥା ଆଉ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର କଲ କରିଥିଲେ ଅଭିନେତ୍ରୀ ବିଦୁସ୍ମିତା। ତଥାପି କେହି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଆଜିକାଲି କହି ବାରମ୍ବାର ସେମାନେ ଦିନ ଗଡ଼ାଇ ଚାଲିଥିଲେ ।

ତେଣୁ କରି ଶେଷରେ ବାଧ୍ୟ ହୋଇ ବିଦୁସ୍ମିତା ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହେଇଛନ୍ତି। ତାଙ୍କ ଅଭିଯୋଗ କୁ କେନ୍ଦ୍ର କରି ଖଣ୍ଡଗିରି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଦେଖିବା ବାକି ରହିଲା ବିଦୁସ୍ମିତା ଙ୍କୁ ଧୋକା ଦେଇଥିବା ଅରୁଣ ଜ୍ୟୋତି ପଟ୍ଟନାୟକ ଙ୍କୁ କେବେ ଗିରଫ କରୁଛି ପୋଲିସ।

Leave a Reply

Your email address will not be published.