ଇତିହାସ ରଚିଲେ ଭାରତୀୟ ଝିଅ ଜୋୟା,ପ୍ରାୟ ଲଗାତାର ୧୭ ଘଣ୍ଟା କାଳ ଆକାଶରେ ବିମାନ ଉଡାଇ କାଟିଲେ ରେକର୍ଡ!

ଖବର ବିଶେଷ

ଦର୍ଶକ ବନ୍ଧୁ ଜୋୟ ଅଗ୍ରୱାଲ ଙ୍କୁ ଆପଣ ନିଶ୍ଚୟ ଜାଣିଥିବେ ସେ ଭାରତର ସବୁଠାରୁ କନିଷ୍ଠ କ୍ୟାପଟେନ ଭାବରେ ବେଶ ପରିଚିତ।ସେ ତାଙ୍କର ନିଷ୍ଠା ଫଳରେ ସାରା ଦେଶରେ ଇତିହାସ ରଚି ପାରିଛନ୍ତି।ମାତ୍ର ଏବେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଯେଉଁ ଖବର ଟି ଭାଇରାଲ ହେବାରେ ଲାଗିଛି ସେ ଖବର ଟି ଶୁଣିଲେ ନିଶ୍ଚୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ହଁ ଆଜ୍ଞା ଏତେ କମ ବର୍ଷ ରେ ଜଣେ ମହିଳା କ୍ୟାପଟେନ ଭାବେ ନିଜ ଦେଶକୁ ଗର୍ବିତ ତ କରାଇସାରିଛନ୍ତି। ମାତ୍ର ଏବେ ସେ ତାଙ୍କ କାମରେ ସାରା ଦେଶରେ ରେକର୍ଡ କଟିଛନ୍ତି। କେବଳ ଘଣ୍ଟେ କି ଦୁଇଘଣ୍ଟା ନୁହେଁ ଲଗାତାର ୧୭ ଘଣ୍ଟାକାଳ ଆକାଶରେ ବିମାନ ଉଡାଇ ଇତିହାସ ରଚିପାରିଛନ୍ତି।

ସୂଚନା ଅନୁସାରେ ସାଂଫ୍ରାନ ସିସ୍କୋ ରୁ ବେଙ୍ଗାଳୁରୁ କୁ ବିମାନ ଚଲାଇ ଏହି ରେକର୍ଡ କାଟିଛନ୍ତି।କେବଳ ଏତିକି ନୁହେଁ ଆଗରୁ ମଧ୍ୟ ସେ ରେକର୍ଡ କାଟି ସାରିଛନ୍ତି।ଜୋୟା ୨୦୧୩ ମସିହାରେ Boeing-777 ଙ୍କୁ ପ୍ରଥମ ମହିଳା ପାଇଲଟ୍‌ ଭାବେ ଉଡ଼ାଇ ରେକର୍ଡ଼ କରିଥିଲେ। ତାଙ୍କର ଏତେ ସବୁ ସଫଳତା ପଛରେ ରହିଛି ବହୁ ବର୍ଷ ର ନିଷ୍ଠା ଓ ପରିଶ୍ରମ ଏତେ ସହଜରେ ସେ ସଫଳତା ହାସଲ କରିନାହାନ୍ତି।ଜୋୟା ଦିଲ୍ଲୀ ର ଏକ ମଧ୍ୟବିତ ପରିବାରରେ ଜନ୍ମ।ଯେତେବେଳେ ତାଙ୍କୁ ଏକ ଇଣ୍ଟରଭିୟୁ ରେ ପଚରାଯାଇଥିଲା ତାଙ୍କର ଏତେସବୁ ସଫଳତା ପଛରେ ଥିବା କାହାଣି ବିଷୟରେ ସେ କହିଥିଲେ ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି ସେ ସମୟରୁ ହିଁ ମୋର ସ୍ୱପ୍ନ ଥିଲା ।

ମୁଁ କେମିତି ଆକାଶରେ ଉଡ଼ନ୍ତି,ଅନେକ ସମୟ ଛାତ ଉପରେ ବସି ସେ ଜହ୍ନ କୁ ଚାହିଁ ରହେ ଆଉ ଭାବେ କାଶ ମୁଁ ତାକୁ ଯାଇ ଛୁଇଁ ପାରନ୍ତି,କିନ୍ତୁ ଏହା ତ ସମ୍ଭବ ନୁହେଁ, ଯେତେବେଳେ ଟିକେ ଜାଣିବାର ହେଲି ପାଠ ପଢ଼ିଲି ଜାଣିବାକୁ ପାଇଲି ଗୋଟେ ପାଇଲେଟ ହିଁ ଚାହିଁଲେ ଆକାଶରେ ଉଡି ପାରିବ ବହୁତ ଦୂରକୁ ଯାଇପାରିବ।ସେ ଦିନ ଠାରୁ ତାଙ୍କର ଗୋଟିଏ ମାତ୍ର ସ୍ୱପ୍ନ କେମିତି ବଡ଼ ହୋଇ ଗୋଟେ ବଡ଼ ପାଇଲେଟ ହେବେ। ତାପରେ ଦଶମ ଶ୍ରେଣୀ ସରିବା ପରେ ସେ ବାପା ଙ୍କୁ କହିଲେ ତାଙ୍କ ଇଛା ଅବଶ୍ୟ ବାପା ଝିଅ ଖୁସି କୁ ପୂରଣ କରିବାକୁ ଚାହୁଁଥିଲେ କିନ୍ତୁ ଗୋଟିଏ ହିଁ ପ୍ରତିବନ୍ଧକ ଥିଲା ସେଇଟା ହେଉଛି ଟଙ୍କା।

କାରଣ ସେ ଏକ ମଧ୍ୟବିତ ପରିବାରର ଲୋକ। ଆଉ ପାଇଲେଟ ର ଟ୍ରେନିଂ ପାଇଁ ଦରକାର ବହୁତ ଟଙ୍କା। କିନ୍ତୁ ପରେ ବାପା ଲୋନ କରି ତାଙ୍କୁ ପଠା ପଢ଼ାଇଲେ ଏବଂ ଶେଷରେ ତାଙ୍କ ସ୍ୱପ୍ନ ପୁରା ହେଲେ। ୨୦୦୪ ମସିହାରେ ସେ ଜଯୋଗ ଦେଲେ ଭାରତୀୟ ଏୟାରଫୋର୍ସ ରେ। ତାଙ୍କ ସଫର ସେହିଠାରୁ ହିଁ ଆରମ୍ଭ ହୋଇ ଆଜି ଏତେବାଟ ପହଁଚି ପାରିଛି ବୋଲି କହିଛନ୍ତି ଜୋୟା।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.