ଏହି ଉପାୟ ଦ୍ଵାରା ମାତ୍ର ୭ ଦିନ ରେ ୭ କେଜି ଓଜନ ହ୍ରାସ କରନ୍ତୁ

ଜୀବନଚର୍ଯ୍ୟା

ବର୍ତ୍ତମାନ ସମୟ ରେ ସ୍ୱାସ୍ଥ୍ୟ କୁ ନେଇ ସମସ୍ତେ ବହୁତ ସଚେତନ ହେଲେଣି ସେଥିପାଇଁ କିଏ ଓଜନ କମାଇବା ପାଇଁ ମର୍ଣ୍ଣିଂ ଓ୍ବାକ୍ ଯାଉଛନ୍ତି ତ ଆଉ କେହି କେହି ଜିମ୍ ମଧ୍ୟ ଯାଉଛନ୍ତି । କିନ୍ତୁ ବିନା ଏସବୁ କରି ଆପଣ ମଧ୍ୟ ଓଜନ କମାଇପାରିବେ। ଯଦି ଆପଣ ନିଜର ବଢୁଥିବା ଓଜନକୁ ନେଇ ଯଦି ଚିନ୍ତିତ ରହିଛନ୍ତି ତେବେ ଏହି ସବୁ ଉପାୟରେ ୭ଦିନରେ କମାଇ ପାରିବେ ୭କେଜି ଓଜନ । ମାତ୍ର ଏକ ସପ୍ତାହରେ ୭କେଜି ଓଜନ କମାଇପାରିବେ । ଏହାଦ୍ବାରା ଶରୀରରେ ବଢୁଥିବା ଜୈବିକ ପଦାର୍ଥ ଏବଂ ଦୂଷିତ ପଦାର୍ଥ କମିବ, ଶରୀରର ପାଚନକ୍ରିୟା ବୃଦ୍ଧି ପାଇବ, ଶରୀରରେ ଫ୍ୟାଟ୍ ମଧ୍ୟ କମିବ ।


ଡାଏଟ୍ ପ୍ଲାନ୍ କୁ ୭ଦିନରେ ବିଭକ୍ତ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ନିୟମ ରହିଛି । ଆପଣ ସଂପୂର୍ଣ୍ଣ ଦିନର ଖାଦ୍ୟ ସହ ପ୍ରତ୍ୟେକ ଦିନ ୮-୧୨ଗ୍ଲାସ୍ ପାଣି ପିଇବା ଉଚିତ୍ । ଏହି ସବୁ ଖାଦ୍ୟ ଦ୍ବାରା ଆପଣଙ୍କୁ ଓଜନ କମାଇବା ପାଇଁ କୌଣସି ଅଭ୍ୟାସ କରିବାକୁ ପଡିବ ନାହିଁ ।

7 ଡେ ଡାଏଟ୍ ପ୍ଲାନ୍ :
ପ୍ରଥମ ଦିନରେ କେବଳ ଫଳ ଖାଆନ୍ତୁ । କଦଳୀକୁ ଛାଡି ଅନ୍ୟ ସମସ୍ତ ଫଳ ଖାଇପାରିବେ । ଅଧିକ ମାତ୍ରାରେ ଫଳ ଖାଇପାରିବେ ନାହିଁ । ଡାଏଟ୍ ରେ ଅଧିକ ତରଭୁଜ ଖାଇବା ଆବଶ୍ୟକ ।


ଦ୍ବିତୀୟ ଦିନରେ କେବଳ ପରିବା ଖାଆନ୍ତୁ । କଞ୍ଚା ପରିବା କିମ୍ବା ରନ୍ଧାଯାଇଥିବା ପରିବା ଖାଇପାରିବେ । ଅଧିକ ମାତ୍ରାରେ ପରିବା ଖାଇ ପାରିବେ ନାହିଁ । କମ୍ ଆଳୁ ଖାଆନ୍ତୁ ।

ତୃତୀୟ ଦିନରେ ଫଳ ଏବଂ ପରିବା ମିଶାଇ ଖାଆନ୍ତୁ । ତେବେ କଦଳୀ ଏବଂ ଆଳୁ ଖାଆନ୍ତୁ ନାହିଁ । ଅଧିକ ମାତ୍ରାରେ ଫଳ କିମ୍ବା ପରିବା ଖାଇବାରେ ମଧ୍ୟ କଟକଣା ନାହିଁ ।


ଚତୁର୍ଥ ଦିନରେ କେବଳ କଦଳୀ ଏବଂ କ୍ଷୀର ଖାଆନ୍ତୁ । ୬-୮ଟି କଦଳୀ ଖାଇପାରିବେ । ୩ ଗ୍ଲାସ୍ କ୍ଷୀର ପିଇପାରିବେ ।

ପଞ୍ଚମ ଦିନରେ ଚିକେନ୍, ମାଛ କେବଳ ୨୫୦ଗ୍ରାମ ଖାଆନ୍ତୁ । ମାଂସ ବ୍ୟତୀତ ଆପଣ ୬ଟି ଟମାଟୋ ଖାଇପାରିବେ । ଶାକାହାରୀମାନେ ମାଂସ ବ୍ୟତୀତ ବ୍ରାଉନ୍ ରାଇସ୍ କିମ୍ବା ଦେଶୀ ଲହୁଣୀ ଖାଇପାରିବେ । ଅତିରିକ୍ତ ୟୁରିକ୍ ଏସିଡି ବାହାରକରିବା ପାଇଁ ଅଧିକ ଦୁଇ ଗ୍ଲାସ୍ ପାଣି ପିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *