ନମସ୍କାର ବନ୍ଧୁଗଣ, ଯଦି ଆପଣ ମାନେ ଶାସ୍ତ୍ର ଅଧୟନ କରୁଥିବେ ତେବେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଶୁକ୍ରଚାର୍ଯ୍ୟ ଙ୍କୁ ତେବେ ସେହି ଦାନବ ଗୁରୁ ଶୁକ୍ରଚାର୍ଯ୍ୟଙ୍କ ନୀତି ଅନୁସାରେ ମନୁଷ୍ୟକୁ ଏହି ସବୁ କଥା ସବୁବେଳେ ଅନ୍ୟମାନଙ୍କ ପାଖରେ ଗୁପ୍ତ ରଖିବା ଉଚିତ । ଯିଏ ଯେତେ ଆପଣାର ହେଲେ ମଧ୍ୟ ଏହି ଗୁପ୍ତ କଥା କାହାକୁ କହିବା ଉଚିତ ନୁହେଁ । କଥା କଥାରେ କିଛି ବ୍ୟକ୍ତି କିଛି ଏପରି ନିଜର ଗୁରୁତ୍ୱପୂର୍ଣ୍ଣ ଗୁପ୍ତ କଥା ଅନ୍ୟକୁ ଅଥବା ନିଜର ବ୍ୟକ୍ତି ମାନଙ୍କୁ କହି ଦେଇଥାନ୍ତି ଯାହାକୁ ଆଧାର କରି ଅନ୍ୟମାନେ ସେହି ବ୍ୟକ୍ତିକୁ ବହୁତ ହଇରାଣ କରିଥାନ୍ତି ତ ଏବେ ଆସନ୍ତୁ ଜାଣିବା ସେହି ସବୁ ଗୁପ୍ତ କଥା ବିଷୟରେ ।
୧। ବନ୍ଧୁଗଣ, କୌଣସି ବୁଦ୍ଧିମାନ ବ୍ୟକ୍ତି କୁ ନିଜର ବୟସ ବିଷୟରେ ଅନ୍ୟ ମାନଙ୍କ କେବେବି ଜଣାଇବା ଉଚିତ ନୁହେଁ । କାହିଁକି ନା ଆୟୁ ମାଧ୍ୟମ ରୁ ମନୁଷ୍ୟର କ୍ଷମତା ବିଷୟ ରେ ଜାଣି ହୋଇଯାଇଥାଏ । ଯଦି ବୟସରେ ବ୍ୟକ୍ତି ବଡ଼ ହୋଇ କୌଣସି କାର୍ଯ୍ୟରେ ଅକ୍ଷମ ହୋଇଥାଏ ତେବେ ତାକୁ ଅପମାନିତ କାରାଯାଇଥାଏ । ଆୟୁ ବା ବୟସରୁ ହିଁ ତାର ବୁଦ୍ଧିମତା ବିଷୟରେ ଜଣା ପଡେ । ଏଥିପାଇଁ ଛୋଟ ଆୟୁର ବ୍ୟକ୍ତିଙ୍କ ଠାରୁ ବି ଅପମାନିତ ହେବାକୁ ପଡିପାରେ । ଏଥିପାଇଁ ମନୁଷ୍ୟକୁ ନିଜର ଆୟୁକୁ ସମସ୍ତଙ୍କ ଠାରୁ ଗୁପ୍ତ ରଖିବା ଉଚିତ ।
୨। ମନୁଷ୍ୟ ନିଜ ଘରର କଲି କୁ ବାହାରେ ପ୍ରକାଶ କରିଦିଏ ବା କାହାଠାରୁ ଏହା ବିଷୟରେ ପରାମର୍ଶ ନେଇଥାଏ । ଏହା କରିବା ଦ୍ୱାରା ଅନ୍ୟମାନେ ଏହାର ଫାଇଦା ଉଠାଇ ଆପଙ୍କ ଘରେ ଆହୁରି ସମସ୍ୟା ସୃଷ୍ଟି କରି ପାରନ୍ତି ।
୩। ମନୁଷ୍ୟକୁ ନିଜର ରୋଜଗାର ବା ଧନ ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ । ଧନରୁ ହିଁ ପରିଚୟ ମିଳିଥାଏ । ଯଦି ଆପଣଙ୍କର ରୋଜଗାର କାମ ଅଛି ତେବେ ଲୋକ ମାନେ ଆପଣଙ୍କୁ ତୁଚ୍ଛ ମନେ କରନ୍ତି । ଅଧିକ ରୋଜଗାର ଥିଲେ ଲୋକ ମସନେ ଉଧାର ମାଗିବାକୁ ଆସିପାରନ୍ତି । ଔଷଧ ମନୁଷ୍ୟକୁ ନିଜର ଔଷଧ ବା ଗମ୍ଭୀର ରୋଗ ବିଷୟରେ କାହାକୁ କହିବା ଉଚିତ ନୁହେଁ କାହିଁକି ଏହାଦ୍ୱାରା ଆପଣଙ୍କୁ ଲୋକମାନେ ଘୃଣା କରିପାରନ୍ତି ।
୪। କୌଣସି ଦେଇଥିବା ଦାନକୁ ଗୁପ୍ତ ରଖିବା ଉଚିତ କାହିଁକି ନା ଅନ୍ୟକୁ ଦେଇଥିବା ଦାନ ପ୍ରକାଶ କରିଲେ ଏହାର କୌଣସି ଲାଭ ମିଳେ ନାହିଁ ।
୫| ମନୁଷ୍ୟକୁ ନିଜ ଗୁରୁ ଦ୍ୱାରା ଦେଇଥିବା ମନ୍ତ୍ରକୁ ଅନ୍ୟକୁ କହିଦେଲେ ସେହି ମନ୍ତ୍ରର ପ୍ରଭାବ କମି ଯାଇଥାଏ ।
୬। ମନୁଷ୍ୟକୁ ନିଜ ମାନ ସମ୍ମାନକୁ ଅନ୍ୟ ଆଗରେ ଦେଖେଇହେବା ଉଚିତ ନୁହେଁ କାରଣ ଯଦି ଆପଣ କୌଣସି ଭୁଲ କରି ବସନ୍ତି ତେବେ ଅନ୍ୟ ମାନେ ଆପଣଙ୍କୁ ବହୁତ ଦବନାମ କରିବେ ।
୭। ମନୁଷ୍ୟକୁ ଅପମାନ ବିଷୟରେ କାହାକୁ କହିବା ଉଚିତ ନୁହେଁ । କାହିଁକି ନା ଏହା ସମାଜରେ ପ୍ରଚାର ହୋଇଗଲେ ଆପଣ କାହାକୁ ମୁହଁ ଦେଖାଇ ପାରିବେ ନାହିଁ ।
୮| ମନୁଷ୍ୟକୁ ନିଜ ସ୍ତ୍ରୀ ସହ ଅନ୍ତରଙ୍ଗ ସମ୍ପର୍କ ବା ପ୍ରେମ ସମ୍ପର୍କ କାହାକୁ କହିବା ଉଚିତ ନୁହେଁ । ସ୍ୱାମୀ ଦ୍ୱାରା ସ୍ତ୍ରୀ ଯଦି ସନ୍ତୁଷ୍ଟ ନୁହେଁ କିମ୍ବା ସ୍ତ୍ରୀ ର ବ୍ୟବହାର ଅତ୍ୟନ୍ତ କାମୁକ ପ୍ରାକୃତିର ହୋଇଥାଏ , ଏହା ବାହାରେ ପ୍ରକାଶ ହୋଇଗଲେ ଅନର୍ଥ ହୋଇଥାଏ । ଏଥିପାଇଁ ଏହି ୯ ଟି ଗୁପ୍ତ କଥା ମନୁଷ୍ୟ କାହାକୁ କହିବା ଉଚିତ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |