ଆଜିକାଲିର ଦୁନିଆ ହେଉଛି ଡିଜିଟାଲ ଦୁନିଆ । ପିଲା ଠୁ ଆରମ୍ଭ କରି ବୃଦ୍ଧ ପର୍ୟ୍ୟନ୍ତ ପ୍ରାୟ ସମସ୍ତେ କୌଣସି ନା କୌଣସି କାମ ପାଇଁ ସ୍ମାର୍ଟ୍ ଫୋନ୍ ବ୍ୟବହାର କରନ୍ତି। ଦିନ ତମାମ ଯେତେ କାମରେ ବ୍ୟକ୍ତ ରହିଲେ ବି ଏହାରି ଭିତରେ ସ୍ମାର୍ଟ ଫୋନ୍ ଚଲାଇବା ପାଇଁ କେହି ଭୁଲନ୍ତି ନାହିଁ। କିଛି ନ ହେଲେ ବି ରାତିରେ କିଛି ସମୟ ଫୋନ୍ ନ ଚଲାଇଲେ ଲୋକଙ୍କୁ ନିଦ ଆସିନାହିଁ। କୌଣସି ଜରୁରୀ କାମରେ ହେଉ କିମ୍ବା ଟାଇମ ପାସ୍ ପାଇଁ ଲୋକ ମାନେ ସ୍ମାର୍ଟ ଫୋନ ର ବ୍ୟବହାର ବହୁଳ ଭାବରେ କରୁଛନ୍ତି। ହେଲେ ଏବେ ଏକ ଅଧ୍ୟୟନରୁ ଏଭଳି କିଛି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଏକ ଅଧ୍ୟୟନରେ କୁହାଯାଇଛି ଯେ ପ୍ରତି ଦିନ କେବଳ ୧୭ ମିନିଟ୍ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ଚଲାଇବା ଦ୍ଵାରା ଶରୀରରେ କ୍ୟାନ୍ସର ଓ ଟ୍ୟୁମର ଭଳି ସମସ୍ୟା ହୋଇପାରେ । ଏଭଳି କିଛି ଚିନ୍ତାଜନକ ତଥ୍ୟ ସମ୍ନାକୁ ଆସିଛି ସ୍ମାର୍ଟ ଫୋନକୁ ନେଇ ୟୁସି ବେର୍କେଲେ ଦ୍ଵାରା କରାଯାଇଥିବା ଏକ ରିସର୍ଚ୍ଚରୁ। ଡେଲି ମେଲରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ରେ କୁହାଯାଇଛି, ସ୍ମାର୍ଟଫୋନରୁ ବାହାରୁଥିବା ସିଗ୍ନାଲ ମଣିଷର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସ୍ମାର୍ଟଫୋନର ସିଗ୍ନାଲ ରେଡିଏସନ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଏହାର ରେଡିଏସନ ଏତେ କ୍ଷତିକାରକ ହୋଇଥାଏ ଯେ ଏହା ଦ୍ଵାରା ମଣିଷ ଶରୀରର ଡିଏନଏ ନଷ୍ଟ ହୋଇପାରେ।
ଯଦି ଜଣେ ବ୍ୟକ୍ତି ୧୦ ବର୍ଷ ପର୍ଯ୍ୟନ୍ତ ଦିନକୁ କେବଳ ୧୭ ମିନିଟ ପାଇଁ ବି ସ୍ମାର୍ଟ ଫୋନ୍ ବ୍ୟବହାର କରୁଚି ତେବେ ତା ଶରୀରରେ ଆଗକୁ ଯାଇ କ୍ୟାନସର ଭଳି ସମସ୍ୟା ଦେଖାଦେଇପାରେ। ଏହାର ସମ୍ଭାବନା ପାଖାପାଖି ୬୦ ପ୍ରତିଶତ ଲୋକ ମାନଙ୍କ ଠାରେ ରହିଛି। ଯଦି କୌଣସି ବ୍ୟକ୍ତି ୧୦୦୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରିବେ ତେବେ ତାଙ୍କ ଶରୀରରେ ଟ୍ୟୁମର ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସ୍ମାର୍ଟ୍ ଫୋନରୁ ନିର୍ଗତ ହେଉଥିବା କ୍ଷତିକାରକ ରେଡିଏସନ୍ ଶରୀରର ସେଲ୍ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାର କ୍ଷମତା ରଖିଥାଏ। ରେଡିଏସନ୍ ଯୋଗୁଁ ଶରୀରରେ ଷ୍ଟ୍ରେସନ୍ ପ୍ରୋଟିନ୍ ସୃଷ୍ଟି ହୋଇଥାଏ ଯାହା ଶରୀରର ଡିଏନଏକୁ ଡ୍ୟାମେଜ୍ କରିଥାଏ ଏବଂ ଟ୍ୟୁମର କରିଥାଏ । ତେଣୁକରି ଯେତେ ଦୂର ସମ୍ଭବ ସ୍ମାର୍ଟ ଫୋନ କୁ କମ୍ ବ୍ୟବହାର କରିବା ଉଚିତ୍।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।