ଦେଖନ୍ତୁ ଭିଡିଓ – କେମିତି ସେଲଫି ନେବା ସମୟରେ ଯୁବତୀ ନଦୀକୁ ପଡି ଯାଇଥିଲେ, ଏହା ତାଙ୍କ ଶେଷ ସେଲଫି ହୋଇଗଲା

ରାଜ୍ୟ

ଆପଣ ମାନେ ଜାଣିଥିବେ ଯୁବକ ଓ ଯୁବତୀ ମାନେ ସେଲ୍ଫି ନେବାକୁ ବହୁତ ପସନ୍ଦ କରିଥାନ୍ତି ।କିନ୍ତୁ ଏହି ସେଲ୍ଫି ନେବା ପାଇଁ ଏମିତି ପାଗଳ ହୋଇଯାନ୍ତି ଯେ ଶେଷରେ ବହୁତ ଅସୁବିଧାର ସ ସମ୍ମୁଖୀନ ହୋଇଥାନ୍ତି।କିଏ ସେଲ୍ଫି ନେଲାବେଳେ ଛାତ ଉପରେ ପଡ଼ିଯାଏ ତ ଆଉ କିଏ ସେଲ୍ଫି ନେଉ ନେଉ ପାହାଡ ଉପରୁ ପଡ଼ିଯାଏ।ଆଜି ଏମିତି ଏକ ଖବର କହିବୁ ଆପଣ ମାନଙ୍କୁ ସେଲ୍ଫି ନେଉ ନେଉ ମୃ ତ୍ୟୁହୋଇଗଲା।ତାହେଲେ ଆସନ୍ତୁ ଜାଣିବା ଖବର ଟି।

ଖବର ଟି ହେଉଛି ସୁନ୍ଦରଗଡ଼ ଇବ ନଦୀରେ ସେଲ୍ଫି ନେଉ ନେଉ ବୁଡି ଗଲେ ଯୁବତୀ।ଏହି ଘଟଣା ର ଗୋଟିଏ ଭିଡ଼ିଓ ସାମ୍ନା କୁ ଆସିଛି।ଯୁବତୀ ଜଣଙ୍କ କେମିତି ସେଲ୍ଫି ନେଉ ନେଉ ଖସି ପଡ଼ିଥିଲେ ସେହି ଭିଡ଼ିଓ ଏବେ ସାମ୍ନା କୁ ଆସିଛି।ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି।ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଟି ଜାଣିବା ଆଉ ଭିଡ଼ିଓ ଟି ଦେଖିବା।

ଖବର ମୁତାବକ ଗତ ୩ ତାରିଖ ରବିବାର ଦିନ ଭୋଜି କରିବାକୁ ଆସିଥିଲେ ରାଜଗାଙ୍ଗପୁରର ଅନ୍ନପୂର୍ଣ୍ଣା ପ୍ରଜାପତି ।ଇବ ନଦୀର କନାକୁଣ୍ଡ ରେ ଭୋଜି କରୁଥିଲେ ତାଙ୍କ ସାଙ୍ଗମାନଙ୍କ ସହ।ତେବେ ସେ ଆଉ ତାଙ୍କ ସାଙ୍ଗମାନେ ସେଲ୍ଫି ନେଉଥିଲେ ।ସେଲ୍ଫି ନେବା ସମୟରେ ଅନ୍ନପୂର୍ଣ୍ଣା ଙ୍କ ଗୋଡ ଖସିଯାଇଥିଲା ଯାହା ଫଳରେ ସେ ନଦୀରେ ପଡିଯାଇଥିଲେ।ନଦୀ ରେ ବହୁତ ଜୋରେ ସ୍ରୋତ ହେଉଥିଲା ।ଫଳରେ ତାଙ୍କୁ ଉଦ୍ଧାର କରି ପାରିନଥିଲେ ତାଙ୍କ ସାଙ୍ଗମାନେ।

ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଅନ୍ନପୂର୍ଣ୍ଣା ଙ୍କ ପାଖକୁ ଆସୁଥିବା ବେଳେ ତାଙ୍କ ହାତ ବାଜି ଯାଇଥିଲା ଫଳରେ ସେ ଭାସି ଯାଇଥିଲେ ।ଦୀର୍ଘ 24 ଘଣ୍ଟା ପରେ ଅର୍ଥାତ 4 ତାରିଖରେ ଦମକଳ ବିଭାଗ ଓ ସ୍ଥାନୀୟ ପୋଲିସ ଖୋଜା ଖୋଜି କରି ଯୁବତୀଙ୍କମୃ ତ ଦେହ ଉଦ୍ଧାର କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *