ନମସ୍କାର ବନ୍ଧୁଗଣ, ଆଜି ଏହି ଆର୍ଟିକିଲ ରେ ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ କିଛି ଘରୋଈ ଟିପ୍ସ ଯାହା କୁ ଆପଣାଇ ଆପଣ ମାନେ ସମ୍ପୂର୍ଣ ଘରୋଈ ତାରିକାରେ ନିଜର ତଥା ନିଜ ପରିବାର ରେ ଏହି ସବୁ ରୋଗ ର ଉପସମ କରାଇ ପାରିବେ | ଯଦି ଆପଣ ମାନଙ୍କର ଗୋଡ ଫାଟୁଥାଏ ତେବେ ତେନ୍ତୁଳୀ ମଞ୍ଜିକୁ ବାଟି ଗୋଡରେ ଲଗାଇବା ଦ୍ଵାରା ଏହା ବହୁତ ଶୀଘ୍ର ଦୂରେଇଯାଏ।
ଯଦି ଆପଣ ମାନଙ୍କର ଦାନ୍ତ ରୋଗ ଭଲ ହେଉନଥାଏ ତେବେ ପଇଡ ପାଣିକୁ ଦିନକୁ ଦୁଇଥର କୁଳି କରିବା ଦ୍ଵାରା ଏହା ମଧ୍ୟ ଦୂର ହୋଇଥାଏ । ଯଦି ଦାନ୍ତ ପୋକ ଖାଉଥାଏ ତେବେ ରସୁଣକୁ ଛେଚି ପୋକରା ଦାନ୍ତରେ ଚାପି ରଖିଲେ ଉପସମ ମିଳିଥାଏ ।
ଯଦି ଆପଣମାନଙ୍କ ଗୋଡରୁ ଅଧିକ ଝାଳ ବାହାରୁଥାଏ ତେବେ ଦୁଦୁରା ପତ୍ରର ରସକୁ ପାଦରେ ଲବାଇବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି କେହି ମୂର୍ଚ୍ଛା ହୋଇଛନ୍ତି ତେବେ ତାଙ୍କ କାନକୁ ଫୁଙ୍କିଲେ ଓ ମଥାରେ ପାଣି ମାରିବା ଦ୍ଵାରା ଚେତା ଫେରି ଆସିଥାଏ । ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିନ କାଠଚମ୍ପା ଫୁଲକୁ ଶୁଙ୍ଘିଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ।
ଯଦି ବାରମ୍ବାର ଯାଦୁ ହେଉଥାଏ ତେବେ କାଠଚମ୍ପା କ୍ଷୀରରେ ଲୁଣ ମିଶାଇ ଯାଦୁରେ ମାରିବା ଦ୍ଵାରା ତାହା ଦୂର ହୋଇଥାଏ ।ଯଦି କମ୍ପଜ୍ଵର ଆସୁଥାଏ ତେବେ ପାଟିରେ ଆଙ୍ଗୁଠି ପୁରାଇ ବାନ୍ତି କରନ୍ତୁ ଏବଂ କ୍ଷୀରରେ ବେଲପତ୍ର ରସ ମିଶାଇ ପିଇଲେ ତାହା ଦୂର ହୋଇଥାଏ ।ଯଦି ଦେହରେ ଅଧିକ ଲୋମ ଉଠୁଥାଏ ତେବେ ଗେଣ୍ଡୁଫୁଲ ମଞ୍ଜିକୁ ବାଟି ଲଗାଇଲେ ତାହା ଉଠିନଥାଏ ।
ଆପଣଙ୍କର କିଛି ଗୁରୁତ୍ବପୂର୍ଣ କାର୍ଯ୍ୟ ପାଇଁ ବାହାରକୁ ଯିବାର ଥାଏ ତେବେ ବୁଧବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଗଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ।ଛୁତିଖିଆ କିମ୍ବା ଅଣଶୁଦ୍ଧିଆ ରେ କେଉଁ ଜାଗାକୁ ଜାଗାକୁ ଯାତ୍ରା କରନ୍ତୁ ନାହିଁ ଏହା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିନଥାଏ ।
ଯାତ୍ରା ସମୟରେ ଯଦି ଗାଈ ଲାଞ୍ଜ ଉପରେ କାଉ ବସିଥିବାର ଦେଖନ୍ତି ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ ।ସକାଳୁ ଦକ୍ଷିଣ ଦିଗରେ ଯଦି କାଉ ରାବ ଦିଏ ତେବେ ଏହା ରୋଗ ଓ ଶୋକ ର ବୃଦ୍ଧିର ସୂଚନା ଦେଇଥାଏ ।ଯଦି କାଉ ସକାଳୁ ପଶ୍ଚିମ ଦିଗରେ ରାବ ଦିଏ ତେବେ ଏହା ବର୍ଷା ହେବାର ସୂଚନା ଦେଇଥାଏ ।
ଯଦି କାଉ ଉତ୍ତର ଦିଗରେ ରାବ ଦେବାର ସୁନିଠାନ୍ତି ତେବେ ଏହା ଧନକ୍ଷୟ ର ସୂଚନା ଦେଇଥାଏ । କାଉ ଯଦି ଦକ୍ଷିଣ ପୂର୍ବ ଦିଗରେ ରବିଲେ ତାହା ମାନ ସମ୍ମାନ ଓ ଯଶବୃଦ୍ଧିର ସୂଚନା ଦେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |