କଂଗ୍ରେସ ର ପ୍ରତିବାଦ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଫିଲ୍ମ ଶୁଟିଂ କରାଇ ଦେବୁନି !

ବିଶେଷ

ଦେଶରେ ବଲିଉଡ୍‌ ଷ୍ଟାର୍‌ମାନେ ବଢ଼ୁଥିବା ତୈଳଦର ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବହୁତ ଟାର୍ଗେଟ୍‌ କରୁଥିଲେ ହେଲେ ଆଜି ସେମାନେ ପୁରା ଚୁପ ରହିଛନ୍ତି। ତେବେ ଏହି ଷ୍ଟାର୍‌ମାନଙ୍କର ନୀରବ ଦ୍ରଷ୍ଟା ଯୋଗୁଁ ମହାରାଷ୍ଟ୍ର ର କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ କଡ଼ା ପଦକ୍ଷେପ ନେଇଛି କଂଗ୍ରେସ।
ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ ମାନଙ୍କୁ ମହାରାଷ୍ଟ୍ର କଂଗ୍ରେସର ମୁଖ୍ୟ ନାନା ପାଟୋଲେ ଫିଲ୍ମ ଶୁଟିଂ ନ କରାଇ ଦେବାକୁ ଚେତାବନୀ ଦେଇଛନ୍ତି ।

ଏବେ ପର୍ଯ୍ୟନ୍ତ ଏହି ଷ୍ଟାର୍‌ମାନେ ତୈଳଦର ବୃଦ୍ଧି ସମ୍ପର୍କରେ ପଦୁଟିଏ ବି ନିଜର ମତ ରଖୁନାହାନ୍ତି । ଯାହା ସେମାନେ ପୂର୍ବରୁ ଅନେକ ଥର କରୁଥିଲେ। ତେବେ ରାଜ୍ୟ କଂଗ୍ରେସ ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ମୁମ୍ବାଇର ଏହି ଷ୍ଟାର୍‌ମାନଙ୍କର ଫିଲ୍ମ ଶୁଟିଂ କରାଇ ଦିଆଯିବ ନାହିଁ ବୋଲି ।


ଷ୍ଟାର୍‌ମାନଙ୍କର ଏଭଳି ଆଭିମୁଖ୍ୟକୁ ନେଇ ସେ କହିଛନ୍ତି “ତୈଳଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି । ମନମୋହନ ସିଂହଙ୍କ ସରକାର ବେଳେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ମାନେ ଟ୍ୱିଟ୍ କରୁଥିଲେ, ହେଲେ ଆଜି ସେମାନେ ନୀରବ କାହିଁକି ?? ମୋଦି ସରକାରଙ୍କର ଏକଛତ୍ରବାଦ ଶାସନ ବିରୋଧରେ କ’ଣ ସେମାନଙ୍କର ସ୍ୱର ଉତ୍ତୋଳନ କରିବାର ସହାସ ନାହିଁ ?”


ଆହୁରିମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ “ ମହାରାଷ୍ଟ୍ରରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର ଅଭିନୟ କରୁଥିବା ଫିଲ୍ମ ଶୁଟିଂ କରାଇ ଦେବୁନି। ଆପଣମାନେ ମୋଦି ସରକାରଙ୍କ ଦେଶ ବିରୋଧୀ ପଲିସି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ, ନହେଲେ ଆମେ ଫିଲ୍ମ ଶୁଟିଂ ବନ୍ଦ କରିଦେବୁ।”
କଂଗ୍ରେସର ଏଭଳି ଏକ ଆଚମ୍ବିତ କଲା ପରି ଧମକ ପରେ ବଲିଉଡ୍‌‌ ଷ୍ଟାର୍‌ମାନଙ୍କର ସମର୍ଥନରେ ବାହାରିଛି ବିଜେପି। ରାଜ୍ୟ ବିଜେପି ନେତା ରାମ କଦମ କହିଛନ୍ତି ଯ କଂଗ୍ରେସ ଦେଶର ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଧମକ୍ ଦେଇଛି। ଭାରତ ସପକ୍ଷରେ ଟ୍ୱିଟ୍ କରିବା କଣ ଅପରାଧ ବୋଲି ରାମ କଦମ ଏକ ଭିଡିଓରେ ପ୍ରଶ୍ନ କରିଛନ୍ତି। ରାମ କଦମଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *