(Breaking News) ଯଦି ରୁଚିକାଙ୍କୁ ରାଗିଙ୍ଗ କରାଯାଇନି , ତାହେଲେ ନିଜ ମୃତ୍ୟୁ ସମୟରେ କଣ ମିଛ ଚିଠି ଲେଖିଥିଲେ …ଦେଖନ୍ତୁ

ବିଶେଷ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆ-ତ୍ମ-ହ-ତ୍ୟା-କୁ ଏହାରି ଭିତରେ ୧୧ ଦିନ ବିତିଗଲାଣି। ସମୟ ଯେତେ ଗଢୁଛି ସେତେ ରହସ୍ୟ ବଢିବାରେ ଲାଗିଛି। ବେଶୀ ସନ୍ଦେହ ବଢାଉଛି ରୁଚିକାଙ୍କ ସୁଇସାଇଡ ନୋଟ। ରୁଚିକାଙ୍କ ଚିଠି ଯଦି ମିଛ ତେବେ ଚିଠିରେ ଲେଖା ରାଗିଂ କଥା ବି ମିଛ। କାରଣ ରାଗିଂ ନେଇ ପ୍ରମାଣ ନାହିଁ ବୋଲି ମନା କରିଦେଇଛନ୍ତି ଭୁବନେଶ୍ୱର ଡିସିପି।

ଯଦି କୌଣସି ପ୍ରମାଣ ମିଳିନାହିଁ ତେବେ ରୁଚିକା ଯାହା ସବୁ ଚିଠିରେ ଲେଖିଛନ୍ତି ତାହା କଣ ମିଛ? କାହା କଣ ସବୁ ରୁଚିକାଙ୍କ ମନଗଢା କାହାଣୀ? କଣ କେହି ଜଣେ ଏମିତି ମିଛ ଲେଖି ସଭିଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇପାରେ? ଏଭଳି କିଛି ପ୍ରଶ୍ନ ଡିସିପି ଙ୍କ ପ୍ରେସ ସମ୍ମିଳନୀ ପରେ ସାଧାରଣରେ ଉଠିବାରେ ଲାଗିଛି। ଯାହାପରେ ରୁଚିକାଙ୍କ ମୃତ୍ୟୁ କୁ ନେଇ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ।

ରୁଚିକାଙ୍କ ମୃତ୍ୟୁ କୁ ନେଇ ଏବେ ସାରା ଓଡ଼ିଶା ଉଠୁଛି ପଡୁଛି। ରୁଚିକାଙ୍କ ମୃତ୍ୟୁ ପଛରେ କଣ ସତ ତାହା ସମସ୍ତେ ଜାଣିବାକୁ ଚାହୁଛନ୍ତି। ଆଉ ଏହାରି ଭିତରେ ଡିସିପି ଙ୍କ ପ୍ରେସ ମିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ପ୍ରେସ ମିଟ୍ ରେ କୁହାଯାଇଛି ରୁଚିକାଙ୍କୁ ରାଗିଂ ନେଇ କୌଣସି ପ୍ରମାଣ ମିଳିନାହିଁ।

ଡିସିପି କହିଛନ୍ତି, ଏପର୍ଯ୍ୟନ୍ତ ୧୯୫ ଜଣ ଛାତ୍ରୀ, ସମ୍ପର୍କିୟ ଓ ସାଙ୍ଗ ମାନଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି। ରୁଚିକା ରହୁଥିବା ହଷ୍ଟେଲ ଓ କଲେଜ୍ ଷ୍ଟାପ ମାନଙ୍କୁ ମଧ୍ୟ ପଚରା ଯାଇଛି। ହେଲେ କଲେଜ୍ ରେ ରାଗିଂ ହେଉଥିବା ନେଇ କେହି ବି ସ୍ୱୀକାର କରିନାହାଁନ୍ତି।


ସବୁଠୁ ବଡ଼ କଥା ହେଲା, ଡିସିପି କହିଛନ୍ତି ଯେ ରୁଚିକା ଙ୍କ ମୋବାଇଲ ରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ। ତେଣୁ ମୋବାଇଲ ଡାଟା ପାଇବା ପାଇଁ ଆମେ ଚେଷ୍ଟା କରୁଛୁ। ଡାଟା ରିଟ୍ରାଇଭ୍ କରିବା ପାଇଁ ରୁଚିକା ଙ୍କ ମୋବାଇଲ ସିଙ୍ଗାପୁର ପଠାଯିବ ବୋଲି କହିଛନ୍ତି ଡିସିପି। ସେପଟେ ରୁଚିକା ଙ୍କୁ ନ୍ୟାୟ ଦେବା ଆଶାରେ ତାଙ୍କ ପରିବାର ଲୋକେ ଆଜି ଲୋୟର ପିଏମଜି ରେ ଧାରଣ ଦେଇଛନ୍ତି।

 

Leave a Reply

Your email address will not be published.