(Breaking News) ବାବୁସାନ ଙ୍କ ବଡ ବୟାନ , ମୋ ପୁଅ ମୋ ପାଖକୁ ଆସିବ , ହେଲେ ମୋ ସ୍ତ୍ରୀ … ଦେଖନ୍ତୁ

ବିଶେଷ

କିଛି ଦିନ ହେବ ତୃପ୍ତି, ବାବୁଶାନ୍ ଓ ପ୍ରକୃତି ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ରାଜ୍ୟ ବାସୀ ବେଶ୍ ଭଲ ଭାବରେ ଅବଗତ । ଏହି ବିବାଦକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ମଧ୍ୟ ଦୁହିଁଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି।

ଆପଣମାନେ ଜାଣିଥିବେ ଏହି ଘଟଣା ପରେ ଗତ ୨୭ ତାରିଖରେ ବାବୁଶାନ୍ ଚେନ୍ନାଇ ରୁ ନିଜ ଘରକୁ ଫେରିଛନ୍ତି। ଏବେ ସେ ନିଜ ପରିବାର ସହିତ ରହୁଛନ୍ତି। ଅନ୍ୟ ପଟେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ନିଜ ପରିବାର ପାଖରେ ରହୁଥିବା ସୂଚନା ମିଳିଛି। ତେବେ ଚେନ୍ନାଇରୁ ଫେରିବା ପରେ ଗତକାଲି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାବୁଶାନ।

ଗତକାଲି ସକାଳ ସମୟରେ ସେ ନିଜ ମାଆ ଅପରାଜିତା ମହାନ୍ତିଙ୍କ ସହିତ ଘରର ବାଲକୋନିକୁ ଆସିଥିଲେ। ଫ୍ୟାନ୍‌ଙ୍କୁ ବାବୁସାନ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି। ଠିକ ସମୟରେ ଠିକ ଜିନିଷ କହିବି। ଏହା ସହିତ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ମାଆ ଅପରାଜିତା କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। ଦୁଇ ଦିନ ପରେ ଗଣମାଧ୍ୟମକୁ ଭେଟିବେ।


ସେହିଭଳି ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ମିଡିଆ ପ୍ରତିନିଧି ମାନେ ବାବୁଶାନ୍ ଙ୍କ ଘର ଆଗରେ ଛିଡା ହୋଇଥିବାର ଦେଖି ବାବୁଶାନ୍ ତଳକୁ ଆସିଥିଲେ। ଆଉ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖାଇଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ପ୍ରତିନିଧି ମାନଙ୍କୁ ସେ ଘର ଆଗରେ ଏଭଳି ଅପେକ୍ଷା ନ କରିବା ପାଇଁ କହିଥିଲେ।

ସେ କହିଥିଲେ,’ ଆପଣ ଯାଆନ୍ତୁ, କଣ ଖାଇ ଦିଅନ୍ତୁ। ଏଭଳି ଛିଡ଼ା ହୁଅନ୍ତୁ ନାହିଁ। ମତେ ଖରାପ ଲାଗୁଛି ଆପଣ ମାନଙ୍କୁ ଏଭଳି ଛିଡ଼ା ହେବାର ଦେଖି। ଆପଣ ମାନେ ଯାଇ ନିଜ ନିଜ ପରିବାର ପାଖରେ ରୁହନ୍ତୁ। ପୋଲିସ ର ପଚରାଉଚରା ସରୁ, ମୁଁ ଠିକ୍ ସମୟରେ ସମସ୍ତଙ୍କୁ ଡାକି ବାଇଟ୍ ଦେବି। ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ।’ ତେବେ ବାବୁସାନ୍ ଏହି ମାମଲାରେ ନିଜର କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା।

 

Leave a Reply

Your email address will not be published.