(Breaking News) ବହୁତ ବଡ ଦୁଃଖ ଖବର : ସାଉଥ୍ ଷ୍ଟାର ବିକ୍ରମ(Vikram) ଙ୍କ ଦେହ ଅସୁସ୍ଥ , ଗୁରୁତର ହୋଇ ମେଡିକାଲ ରେ ଭର୍ତି …

ବିଶେଷ

ହାର୍ଟ ଆଟାକ୍ ର ଶିକାର ହେଲେ ସାଉଥ୍ ଷ୍ଟାର ବିକ୍ରମ। ହସ୍ପିଟାଲ୍ ରେ ହେଲେ ଭର୍ତି। ଡାକ୍ତର କରିଲେ ଏନଜିଓଗ୍ରାଫି। ତୁରନ୍ତ ସୁସ୍ଥ ହେବା ନେଇ ଫ୍ୟାନ୍ସ ଙ୍କ ପ୍ରାର୍ଥନା। ବିକ୍ରମ ଙ୍କୁ ହାର୍ଟ ଆଟାକ୍ ଆସିବାରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତି ହୋଇଛନ୍ତି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ୫୬ ବର୍ଷୀୟ ବିକ୍ରମ ଙ୍କର ଏନଜିଓଗ୍ରାଫି କରାଯାଇଛି। ଆଉ ଗୋଟିଏ ଦିନରେ ହିଁ ସେ ଡିସଚାର୍ଜ ହୋଇଯିବେ।

ବିକ୍ରମ ଙ୍କ ମ୍ୟାନେଜର ଟୁଇଟ କରି ବିକ୍ରମ ଙ୍କର ହେଲ୍ଥ ଅପଡେଟ୍ ସେୟାର କରିଛନ୍ତି। ଆଉ କହିଛନ୍ତି ବିକ୍ରମ ଏବେ ସୁସ୍ଥ ହେଉଛନ୍ତି। ଏହା ସହିତ ବିକ୍ରମ ଙ୍କ ସ୍ବାସ୍ଥ୍ୟ କୁ ନେଇ କୌଣସି ଅପପ୍ରଚାର ନ କରିବାକୁ ସେ ଫ୍ୟାନ୍ସ ଓ ୟୁଜର ମାନଙ୍କୁ ଅନୁରୋଧ କରିଛନ୍ତି। ବିକ୍ରମ ଜଲଦି ସୁସ୍ଥ ହୋଇ ଫେରନ୍ତୁ ବୋଲି ଫ୍ୟାନ୍ସ ମାନେ ପ୍ରାର୍ଥନା କରିଛନ୍ତି।

ତେବେ ଏହି ୫୬ ବର୍ଷୀୟ ଅଭିନେତା ବିକ୍ରମ ଙ୍କର ଆଗାମୀ ଫିଲ୍ମ ପୋନିୟିନ ସେଲ୍ଭାନ ପାର୍ଟ-୧ ର ଟ୍ରେଲର ଲଂଚ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ନିକଟରେ ମଣିରତ୍ନନ ଙ୍କ ନିର୍ଦ୍ଦେଶିତ ଚଳଚିତ୍ର ପୋନିୟିନ ସେଲ୍ଭାନ ପାର୍ଟ-୧ ର ନୂଆ ପୋଷ୍ଟର ମଧ୍ୟ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି।

ପୋନିୟିନ ସେଲ୍ଭାନ ପାର୍ଟ-୧ ରେ ସାଉଥ୍ ସୁପରଷ୍ଟାର ବିକ୍ରମ ଙ୍କ ବ୍ୟତୀତ ସାଉଥ୍ ଇଣ୍ଡଷ୍ଟ୍ରି ର ଆହୁରି ଅନେକ ପ୍ରମୁଖ ଅଭିନେତା ମାନେ ନଜର ଆସିବାକୁ ଯାଉଛନ୍ତି। ହାଇଦ୍ରାବାଦ ଓ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସହରରେ ଏହି ଫିଲ୍ମ ର ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୩୦ ସେପ୍ଟେମ୍ବର ରେ ସାରା ବିଶ୍ବରେ ମୁକ୍ତିଲାଭ କରିବ।

ବିକ୍ରମ ହେଉଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତା। ସେ ପୂର୍ବରୁ ମଧ୍ୟ ଦର୍ଶକ ମାନଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ସାଉଥ୍ ଇଣ୍ଡଷ୍ଟ୍ରି ର ଅନେକ ଜଣାଶୁଣା କଳାକାର ମାନେ ମଧ୍ୟ ବିକ୍ରମ ଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published.