ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଚର୍ଚ୍ଚିତ ଓ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା ଙ୍କୁ କିଏ ବା ନଜାଣେ! ନିଜର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ।
ବର୍ଷା ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ପରିଶ୍ରମ ଓ ଦକ୍ଷତା ବଳରେ ସିନେ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି। ଖୁବ୍ କମ୍ ବୟସରୁ ସିନେ ଜଗତରେ ପାଦ ଥାପିଥିବା ବର୍ଷା ଏବେ ଓଲିଉଡ଼ ର ଜଣେ ସଫଳ ଅଭିନେତ୍ରୀ ଭାବରେ ପରିଚିତ। ଓଡ଼ିଆ ଦର୍ଶକ ମାନେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି।।
ତେବେ ନିଜର ଅଭିନୟ ପାଇଁ ବର୍ଷା ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ନିଜର ବୈବାହିକ ଜୀବନକୁ ନେଇ। ସ୍ବାମୀ ଅନୁଭଵ ମହାନ୍ତି ଙ୍କ ସହିତ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ବିଷୟରେ ଆପଣମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ଏହି ଷ୍ଟାର ଦମ୍ପତି ପରସ୍ପର ଠାରୁ ଅଲଗା ରହୁଛନ୍ତି। ଆଉ ଦୁହିଁଙ୍କ ଛାଡ଼ପତ୍ର ମାମଲା ବର୍ତ୍ତମାନ କୋର୍ଟ ରେ ବିଚାରଧୀନ ଅଛି।
ତେବେ ଏହାରି ଭିତରେ ବର୍ଷା ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। କାରଣ ଦୀର୍ଘ ସମୟ ପରେ ଏହି ଭିଡିଓରେ ବର୍ଷା ପ୍ରିୟଦର୍ଶିନୀ ବର୍ଷାରେ ଓଦା ହୋଇ ଜବରଦସ୍ତ ନାଚୁଥିବର ନଜର ଆସୁଛନ୍ତି। ଏହି ଭିଡିଓ ରେ ବର୍ଷା ବେଶ୍ ଖୁସି ଥିବା ନଜର ଆସୁଛନ୍ତି।
ତେବେ ବର୍ଷା ଙ୍କର ଏହି ଭିଡିଓ ଭାଇରାଲ ହେବାପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ଷା ଙ୍କର ଏହି ସୁନ୍ଦର ଭିଡିଓ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ବର୍ଷା ଙ୍କ ଫ୍ୟାନ୍ସ୍ ମାନେ ତାଙ୍କୁ ସବୁବେଳେ ଏଭଳି ଭାବରେ ଖୁସି ରହିବା ପାଇଁ କହିଛନ୍ତି