ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତା ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ଦ୍ୱାରା ୯୦ ଦଶକ ରୁ ଆରମ୍ଭ କରି ଅଦ୍ୟାବଧି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଶ୍ରୀତମ ଦାସ। ଶ୍ରୀତମ ଦାସ ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ !! ଅନେକ ଗୁଡ଼ିଏ ଓଡ଼ିଆ ସିନେମାରେ ସେ ଦମଦାର ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି।
ନିଜର ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଅନେକ ସିନେମାରେ ସେ ପାର୍ଶ୍ଵ ଅଭିନେତା, ଖଳନାୟକ ଆଦି ଭୂମିକାରେ ନଜର ଆସିଛନ୍ତି। ତାଙ୍କୁ ଦିଆଯାଇଥିବା ପ୍ରତିଟି ଚରିତ୍ରକୁ ସେ ଜୀବନ୍ତ ଭାବରେ ପରଦା ଉପରେ ପରିବେଷଣ କରନ୍ତି। ନିଜର ଅଭିନୟର ଯାଦୁରେ ସେ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ହୃଦୟ ଜିତିଛନ୍ତି।
ତେବେ ଯେପରିକି ସମସ୍ତେ ଜାଣିଥିବେ, ଶ୍ରୀତମ ଦାସ ଙ୍କର ଗୋଟିଏ ଝିଅ ଅଛି ଯାହାଙ୍କ ନାଁ ହେଉଛି ଲିପାକ୍ସି ଦାସ। ତେବେ ଖୁବ୍ ଶୀଘ୍ର ଲିପାକ୍ସିଙ୍କୁ ଓଡ଼ିଶାର ଦର୍ଶକ ମାନେ ବଡ ପରଦାରେ ଦେଖିବାକୁ ପାଇବେ। ନିକଟରେ ଏକ ଓଡ଼ିଆ ସିନେମାରେ ଶିଶୁ କଳାକାର ଭାବରେ ନିଜର ଡେବ୍ୟୁ କରିଛନ୍ତି ଲିପାକ୍ସି ଦାସ। ପ୍ରଥମ ଥର ପାଇଁ ଲିପାକ୍ସି ନିଜ ବାପା ଶ୍ରୀତମ ଙ୍କ ସହ ପରଦା ଉପରେ ଅଭିନୟ କରୁଥିବାର ନଜର ଆସିବେ।
ନିକଟରେ ଏକ ଓଡ଼ିଆ ଚଳଚ୍ଚିତ୍ର ‘ ମହାବାହୁ ‘ ର ସୁଟିଂ ସରିଛି। ଯାହାକି ଜଗନ୍ନାଥ ଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ର। ଖୁବ୍ ଶୀଘ୍ର ଏହା ମୁକ୍ତିଲାଭ କରିବ। ତେବେ ଏଥିରେ ଶ୍ରୀତମ ଦାସ, ଉସଶି ମିଶ୍ର, ପୁନମ୍ ଓ ହରିହର ଙ୍କ ସମେତ ଶିଶୁ କଳାକାର ଭାବରେ ଲିପାକ୍ସି ଦାସ ମୁଖ୍ୟ ଭୂମିକାରେ ନଜର ଆସିବେ। ପ୍ରଥମ ଥର ପାଇଁ ଦର୍ଶକ ମାନେ ପରଦା ଉପରେ ଲିପାକ୍ସି ଙ୍କ ଅଭିନୟ ଦେଖିବାକୁ ପାଇବେ।
ପ୍ରଥମ ଥର ପାଇଁ ଅଭିନୟ କରି ବେଶ୍ ଖୁସି ଥିବା କହିଛନ୍ତି ଲିପାକ୍ସି। ଅଭିନୟ ସହିତ ସେ ନିଜର ପାଠ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି। ତେବେ ବଡ଼ ହୋଇ ଗୋଟେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଡାକ୍ତର ହୋଇ ରୋଗୀ ମାନଙ୍କ ସେବା କରିବେ ବୋଲି ସେ ଲକ୍ଷ ରଖିଥିବା ଏକ ଇଣ୍ଟରର୍ଭ୍ୟୁ ରେ କହିଛନ୍ତି।