ଲକ୍ଷ ଲକ୍ଷ ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଜଗନ୍ନାଥ। ଭାରତ ବର୍ଷ ଓ ହିନ୍ଦୁ ମାନଙ୍କର ଗର୍ବ ଓ ଗୌରବର ପ୍ରତୀକ। ପ୍ରଭୁ ଜଗନ୍ନାଥଙ୍କୁ କଳି ଯୁଗର ଚଳନ୍ତି ଠାକୁର ବୋଲି ବିଶ୍ୱାସ କରାଯାଏ। କାହିଁ କେଉଁ କାଳରୁ ପ୍ରଭୁ ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର ରେ ପୂଜା ପାଇ ଆସୁଛନ୍ତି। ମହାପ୍ରଭୁ ଙ୍କର ଲୀଳା ବଡ ଅଜବ। ପ୍ରଭୁ ଙ୍କର ଚମତ୍କାରିତା କୁ ବୁଝିବା କଷ୍ଟକର।
ପୁରୀ ଶ୍ରୀମନ୍ଦିର ରେ ଏବେ ବି ଏଭଳି ଅନେକ ଚମତ୍କାରିତା ଘଟଣା ଘଟିଥାଏ ଯାହାର ରହସ୍ୟ କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରିନାହାଁନ୍ତି। ଶ୍ରୀମନ୍ଦିର ରେ ଘଟୁଥିବା ଅନେକ ଚମତ୍କାରିତା ଭିତରୁ ଗୋଟିଏ ହେଉଛି ଶ୍ରୀମନ୍ଦିର ର ବାନା ପବନ ର ବିପରୀତ ଦିଗରେ ଉଡ଼ିବା। ଏଭଳି କଣ ପାଇଁ ଘଟିଥାଏ ତାହାର ଉତ୍ତର କାହାରି ପାଖରେ ବି ନାହିଁ। ଏହାକୁ କେବଳ ମହାପ୍ରଭୁ ଙ୍କ ଚମତ୍କାରିତା ବୋଲି ହିଁ କହିହେବ।
ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଭିଡିଓ ରେ ଦେଖିବାକୁ ମିଳୁଛି, ଶ୍ରୀମନ୍ଦିର ଓ ଏହା ର ପାଖରେ ଥିବା ଏକ ମନ୍ଦିରରେ ବାନା ଉଡୁଛି। ହେଲେ ପାଖରେ ଥିବା ଛୋଟ ମନ୍ଦିର ର ବାନା ଟି ଡାହାଣ ପାର୍ଶ୍ଵ କୁ ଉଡୁଥିବା ବେଳେ ଶ୍ରୀମନ୍ଦିର ର ବାନା ବାମ ପାର୍ଶ୍ୱକୁ ଉଡୁଛି ।
ଯେତେବେଳେ କି ପବନ କେବଳ ଗୋଟିଏ ଦିଗରୁ ବହୁଛି , ଯଦି ବାନା ଉଡ଼ିବା କଥା ଆସେ ତେବେ ଉଭୟ ବାନା କେବଳ ଗୋଟିଏ ଦିଗରେ ଉଡ଼ିବା କଥା। ହେଲେ ଭିଡିଓ ରେ ସମ୍ପୂର୍ଣ ଅଲଗା ଦୃଶ୍ୟ ଦେଖିବାକୁ ମିଳୁଛି। ମହାପ୍ରଭୁ ଙ୍କ ବାନା ବାମ ଦିଗକୁ ଉଡୁଥିବା ବେଳେ ଅନ୍ୟ ମନ୍ଦିର ଟିର ବାନା ଡାହାଣ ପାର୍ଶ୍ଵ କୁ ଉଡୁଛି।
ସତରେ ମହାପ୍ରଭୁ ଙ୍କ ଲୀଳା ପୁରା ନିଆରା। ପବନର ଦିଗକୁ ମଧ୍ୟ ପରିବର୍ତ୍ତନ କରିଦେଇପାରନ୍ତି ମହାପ୍ରଭୁ। ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ଜଣେ ବଙ୍ଗଳା ପର୍ଯ୍ୟଟକ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି।