ଆକାଶଛୁଆଁ ହେବ ଖାଇବା ତେଲ ଦର ।ଲୋକଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ। ବର୍ତ୍ତମାନ ଦେଶରେ ଯେଉଁଭଳି ଭାବରେ ଦରଦାମ ବୃଦ୍ଧି ହେବାରେ ଲାଗିଛି ତାକୁ ନେଇ ସାଧାରଣ ଲୋକଙ୍କ ମନରେ କେବଳ ଗୋଟିଏ କଥା, ଆମେ ବଞ୍ଚିବୁ କେମିତି?? କେତେ ଟଙ୍କା ରୋଜଗାର କଲେ ପରିବାର ଚଳାଇବୁ?।
ସାଧାରଣ ଲୋକଙ୍କ ମନରେ ଏଭଳି ଭାବନା ସେତେବେଳେ ଆସୁଛି ଯେତେବେଳେ ଦେଶରେ ପ୍ରତିଟି ଜିନିଷର ମୂଲ୍ୟ ଅହେତୁକ ବୃଦ୍ଧି ପାଉଛି। ପେଟ୍ରୋଲ ଡିଜେଲ କଥା ତ ଛାଡ଼ ରୋଷେଇ ଗ୍ୟାସ ର ଦର ପ୍ରତି ମାସରେ ବୃଦ୍ଧି ପାଉଛି। ଆଉ ଏହାରି ଭିତରେ ଆଗକୁ ଖାଇବା ତେଲ ଦର ବୃଦ୍ଧି ହେବା ନେଇ ଆସିଥିବା ଖବର ଚିନ୍ତାକୁ ଦ୍ଵିଗୁଣିତ କରିଦେଇଛି।
ଚଳିତ ବର୍ଷ ଦେଶରେ ଖାଇବା ତେଲ ଦର ଆକାଶଛୁଆଁ ହେବ। ଏହାର ମୁଖ୍ୟ କାରଣ ହେଉଛି କଞ୍ଚା ମାଲର ଅଭାବ। ଯାହା ବଜାରରେ ଦର ବୃଦ୍ଧି ଘଟାଇବ। ଏନେଇ ସତର୍କ କରାଇଛି ସୌରାଷ୍ଟ୍ର ଅଏଲ୍ ମିଲରସ୍ ଆସୋସିଏସନ ବା ଏସଓଏମଏ। ଚଳିତ ବର୍ଷ ଖାଇବା ଦର ଢେର୍ ବୃଦ୍ଧି ପାଇବ ବୋଲି ସଂଘ ଆକଳନ କରିଛି।
ବାଦାମ ତେଲ ର ୧୬ ଲିଟର ବିଶିଷ୍ଟ ଟିଣ ର ମୂଲ୍ୟ ୨୭୫୦ ଟଙ୍କାରେ ପହଞ୍ଚିଥିବା ବେଳେ କପା ମଞ୍ଜି ତେଲ ୨୭୦୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ପରିସ୍ଥିତି ଏତେ ଜଟିଳ ହେବାରେ ଲାଗିଛି ଯେ ଚାଷୀ ଙ୍କ ପାଖରେ ବାଦାମ ଭଳି କଞ୍ଚା ମାଲ ଷ୍ଟକ ନଥିବାରୁ ଏହା ଆଗକୁ ଦେଶରେ ଖାଇବା ତେଲ ଦର ବୃଦ୍ଧି କରିବ ବୋଲି ଏସଓଏମଏ ଚେତାଇ ଦେଇଛି।
ସଂଘ ଆହୁରି ମଧ୍ୟ କହିଛି ଯେ, ନଭେମ୍ବର ମାସରେ ବାଦାମର ନୂଆ ଷ୍ଟକ୍ ଆସିଲେ ବି ବଜାରରେ ତୈଳ ଦର ହ୍ରାସ ହୋଇନପାରେ। କାରଣ ଚଳିତ ବର୍ଷ ଜୁନ ୩୦ ତାରିଖ ସୁଦ୍ଧା ୧୦ ଲକ୍ଷ ହେକ୍ଟର ରେ ବାଦାମ ଚାଷ ହୋଇଥିଲା। ଅନ୍ୟବର୍ଷ ମାନଙ୍କରେ ବାଦାମ ପ୍ରାୟ ୧୪ ଲକ୍ଷ ହେକ୍ଟର ଚାଷଜମି ରେ ଚାଷ ହୋଇଥାଏ। ତେଣୁ ବଜାରକୁ ପ୍ରଚୁର ପରିମାଣରେ ଷ୍ଟକ ମିଳିଯାଇଥାଏ।
କିନ୍ତୁ ଚଳିତ ଥର ବାଦାମ ବଦଳରେ ଚାଷୀ ବେଶୀ ପରିମାଣରେ କପା ଚାଷ କରିଛି। ଯେଉଁଥି ପାଇଁ ଏଥର ବାଦାମ ଷ୍ଟକ କମିଛି। ଆଉ ଏହି କାରଣରୁ ଚଳିତ ଥର ତେଲ ଦର ଆକାଶଛୁଆଁ ହେବ ବୋଲି ଜଣାପଡିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ