ବିବାହ କଲେ ଗୀତା ମା’ ! ମଥାରେ ସିନ୍ଦୂର, ଲାଲ ସୁଟରେ ନଜର ଆସିଲେ

ଖବର ମନୋରଞ୍ଜନ

ଆଜି ବି ଚଳଚ୍ଚିତ୍ର ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜୀବନରେ ସଫଳତା ପାଇବା ସହିତ, ବେଶ ନାଁ କମାଇଛନ୍ତି ସତ, ହେଲେ ବିବାହ କରିନାହାଁନ୍ତି । ସେମାନଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୂର।ନିଜର କୋରିଓଗ୍ରାଫି ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିପାରିଛନ୍ତି ଗୀତା। ବଲିଉଡ୍ ରେ ନିଜର ସ୍ଵତନ୍ତ୍ର ନୃତ୍ୟ କଳା ପାଇଁ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।କିନ୍ତୁ ୪୮ ବର୍ଷ ବୟସରେ ମଧ୍ୟ ସେ ହାତ କୁ ଦୁଇ ହାତ ହୋଇପାରିନାହାନ୍ତି।

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୂର୍, ଗୀତା ମା’ ନାମରେ ମଧ୍ୟ ଖୁବ୍ ଜଣାଶୁଣା। ଇଣ୍ଡଷ୍ଟ୍ରି ର ସଭିଏଁ ତାଙ୍କୁ ମା’ ବୋଲି ସମ୍ବୋଧିତ କରିଥାଆନ୍ତି। ତେବେ ଗୀତାଙ୍କୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି।ସୋସିଆଲ ମିଡିଆରେ ତାଙ୍କର ଏଭଳି କିଛି ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଗୀତ ମା ଙ୍କର ଲୁଚା ଛପା ରେ ବାହାଘର ସରିଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଗୀତା ମଥାରେ ନାଲି ଟିକିଲି ,ସିନ୍ଥିରେ ଲାଲ ସିନ୍ଦୁର ଲଗାଇ, ଏକ ଲାଲ ରଙ୍ଗର ଡ୍ରେସରେ ନଜର ଆସୁଛନ୍ତି ।

ଏହା ସହିତ ତାଙ୍କ ଗଳାର ନେକଲେସ ଓ କାନର ଝୁମୁକା ମଧ୍ୟ ରହିଛି। ତେବେ ଏହି ଫଟୋ ଟିକୁ ଗୀତା ନିଜେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି। ଗୀତାଙ୍କର ଏହି ଲୁକ୍ ଦେଖି ଲୋକମାନେ କହୁଛନ୍ତି ଯେ କୋରିଓଗ୍ରାଫର୍ ଗୁପ୍ତ ବିବାହ କରିଛନ୍ତି । ଗୀତାଙ୍କ ଫଟୋରେ ଲୋକମାନେ କମେଣ୍ଟ କରି ପଚାରୁଛନ୍ତି , ତାଙ୍କ ମଥାରେ ସିନ୍ଦୂର ସେ କାହା ନାମରେ ଲଗାଇଛନ୍ତି ?। ତେବେ ସୂଚନା ଥାଉକି ଗୀତା ମା’ ଜି ଟିଭିର ଲୋକପ୍ରିୟ ନାଚ ରିଆଲିଟୀ ଶୋ ଡିଆଇଡି ରେ ଜଜ୍ ଭାବରେ ନଜର ଆସନ୍ତି।

 

ଅନେକ ସମୟରେ ବାହାଘର ସମ୍ବନ୍ଧରେ ପ୍ରଶ୍ନ କରାଗଲେ ଗୀତା ଏହାକୁ ଏଡାଇ ଦିଅନ୍ତି। ତେବେ ଗୀତା ପୂର୍ବରୁ କୋରିଓଗ୍ରାଫର ରାଜୀବ ଚିଞ୍ଚି ଙ୍କ ସହ ରିଲେସନରେ ଥିବା ଶୁଣିବାକୁ ମିଳୁଥିଲା।କିନ୍ତୁ ଏ ବିଷୟରେ ତାଙ୍କୁ ପଚରା ଯିବାରୁ ସେ ଏହାକୁ ଗୁଜବ ବୋଲି କହି ଏଡାଇ ଦେଇଥିଲେ । ହେଲେ ବର୍ତ୍ତମାନ ଫଟୋ ସେୟାର କରିବା ପରେ ଗୀତା ବିବାହିତ କି ନୁହେଁ, ସେ ନିଜେ ହିଁ ଏହା ଉପରୁ ପରଦା ଉଠାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *