ବିବାହ କୁ ନେଇ ଏମିତି କହିଲେ ରାନୀ , ମତେ ମ୍ୟାଚ କଲା ଭଳି ମଣିଷ କେହି ନାହାନ୍ତି ,ସାରା ଜୀବନ ଏକା ରହିବି

ବିଶେଷ

ରାନୀ ପଣ୍ଡା ଯାହାଙ୍କ ନାଁ ଆସିଲେ ସବୁବେଳେ ବିବାଦ କଥା ମନେ ପଡ଼ିଥାଏ । ଖାଲି ବିବାଦ ନୁହେଁ ରାନୀ ପଣ୍ଡା ମଧ୍ୟ କରୋନା ଭଳି ମହାମାରୀ ସମୟରେ ବହୁତ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚା ରେ ରହିଥିଲେ । ରାନୀ ପଣ୍ଡା ଯାତ୍ରା ଜଗତରେ ବି ବିବାଦରେ ରହିଥିଲେ ।


ତେବେ କିଛି ମାସ ତଳେ ସେ ଓଡିଶା ଛାଡ଼ି ମୁମ୍ବାଇ ଚାଲି ଯାଇଥିଲେ ଆଉ ସେଠାରେ ନିଜ କ୍ୟାରିଅର ଗଢିବେ ବୋଲି ମଧ୍ୟ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହା ସହିତ ସେଠାରୁ ଆଉ ଓଡିଶା ଫେରି ନପାରନ୍ତି ବୋଲି ମଧ୍ୟ କହିଥିଲେ। କିନ୍ତୁ କିଛି ମାସ ବ୍ୟବଧାନରେ ରାନୀ ପଣ୍ଡା ପୁଣି ଫେରିଛନ୍ତି ଓଡ଼ିଶାକୁ। ଏତିକି ନୁହେଁ ସେ ସାବିତ୍ରୀ ବ୍ରତ ପାଇଁ ରାଜଧାନୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ମିଶି ରାସ୍ତାରେ ସାବିତ୍ରୀ ଉପଲକ୍ଷେ ମହିଳା ମାନଙ୍କୁ ଶାଢ଼ୀ ଓ ଫଳମୂଳ ବଣ୍ଟନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।


ତେବେ ଏହି ଅବସରରେ ସୁର ରାଉତରାୟ ମିଡିଆ ଆଗରେ ରାନୀ ପଣ୍ଡାଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ରାନୀ ଶୀଘ୍ର ବିବାହ କରି ସାବିତ୍ରୀ ବ୍ରତ କରନ୍ତୁ ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ, ରାନୀ ଜଣେ ଏ କ୍ଲାସର କଳାକାର। ତେଣୁ ତାଙ୍କୁ ଗୋଟେ ଏ କ୍ଲାସର ସ୍ବାମୀ ମିଳିବା ନିହାତି ଦରକାର । ସେ ହାତକୁ ଦି’ ହାତ ହେଇଗଲେ କଥା ସରିଲା। ଏମିତି କହି ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଉତ୍ସାହିତ କରିଛନ୍ତି ବିଧାୟକ ସୁର ରାଉତରାୟ।


ତେବେ ଏହାର ଉତ୍ତର ଦେବାକୁ ଯାଇ ରାନୀ ପଣ୍ଡା କହିଛନ୍ତି, ‘ମତେ ମୋ ପସନ୍ଦର ସ୍ବାମୀ ମିଳିବା କଷ୍ଟକର। ମୋ ଲାଇଫ ରେ ମତେ ମୋ ମନ ପସନ୍ଦର ସ୍ବାମୀ ମିଳିବ କି ନାହିଁ ତାହା ମଧ୍ୟ ମୁଁ ଜାଣିନାହିଁ। ଏ ସଂସାରରେ ମତେ ମ୍ୟାଚ କଲାଭଳି କେହି ବୋଧେ ଜନ୍ମ ହୋଇନାହାନ୍ତି। ‘ ଏହି ସମୟରେ କଥା କଥାରେ ନିଜର ମନକଥାକୁ ଖୋଲି ରାନୀ କହିଛନ୍ତି ‘ମତେ ମ୍ୟାଚ କଲା ଭଳି ମଣିଷ ଜଣେ ଥିଲେ ସ୍ବର୍ଗତ ପ୍ରଦୀପ ମହାରଥୀ, ହେଲେ ସିଏ ତ ଆଉ ନାହାନ୍ତି। ଆଉ ତାଙ୍କ ଭଳି କିଏ ଆସିବ ନାଁ ମତେ ବାହାହେବ! ଯଦି ସେମିତି କେହି ମିଳିଲା ତ ଭଲ ନହେଲେ ମୁଁ ସାରା ଜୀବନ ଏକା ରହିବି। ‘

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *