ଭାରତ କୁ ସାହାଯ୍ୟ କରିବ ଚୀନ୍! ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଚିଠି ଲେଖିଲେ ଜିନ ପୀଙ୍ଗ।

ବିଶେଷ ରାଜ୍ୟ

ସାରା ଦେଶ ରେ ଏବେ କରୋନା ର ଭୟାବହତା ଦେଖିବାକୁ ମିଳୁଛି।ସାରା ଦେଶ ର ଜନତା ଙ୍କ ନିଦ ହଜେଇଲାନି କରୋନା ର ଦ୍ଵିତୀୟ ଲହରୀ।ଏହି ସମୟରେ ଅକ୍ସିଜେନ୍ ର ଅଭାବ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଭାବେ ଉପୁଜିଛି। ଭାରତ ର ଏଭଳି ପରିସ୍ଥିତି କୁ ଦେଖି ବିଶ୍ଵ ସମୁଦାୟ ର ହୃଦୟ ତରଳିଛି।ଭାରତ ପାଇଁ ବିଦେଶ ରୁ ସହାୟତାର ସୁଅ ଛୁଟିଛି। ବିଶ୍ଵ ର ଋଷ ରୁ ଆରମ୍ଭ କରି ଇଂଲଣ୍ଡ ପର୍ଯ୍ୟନ୍ତ, ଆମେରିକା ରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ , ଏହିପରି ପ୍ରାୟ ଛୋଟ ବଡ଼ ୪୦ ଟି ଦେଶ ଭାରତ କୁ ସାହାଯ୍ୟ ର ହାତ ବଢାଇଛନ୍ତି।ସମସ୍ତେ ଭାରତ ର ଏଭଳି ସ୍ଥିତି କୁ ନେଇ ସମବେଦନା ଜଣାଇବା ସହିତ ସାହାଯ୍ୟ ମଧ୍ୟ କରୁଛନ୍ତି।

ଭାରତ ରେ କରୋନା ସଂକ୍ରମଣ ର ଭୟାବହତା କୁ ଦେଖି ଚୀନ ର ରାଷ୍ଟ୍ରପତି ଜିନ ପିଙ୍ଗ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ପତ୍ର ଲେଖିଛନ୍ତି।ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ଏହି ସୂଚନା ଦେଇଛନ୍ତି। ଚିଠି ମାଧ୍ୟମ ରେ ଜିନ ପିଙ୍ଗ ଲେଖିଛନ୍ତି କରୋନା ବିରୁଦ୍ଧ ରେ ଲଢୁଥିବା ଯୁଦ୍ଧ ରେ ଭାରତ କୁ ଚୀନ ନିଜର ସକ୍ଷମତା ଅନୁଯାୟୀ ସାହାଯ୍ୟ କରିବ ।କିଛି ଦିନ ପୂର୍ବ ରୁ ଚୀନ ର ବିଦେଶ ମନ୍ତ୍ରୀ ଭାରତ କୁ ସାହାଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ସେ କହିଥିଲେ କରୋନା ଯୁଦ୍ଧ ରେ ଭାରତ ସହ ଚୀନ କାନ୍ଧ କୁ କାନ୍ଧ ମିଶେଇ ଲଢେଇ କରିବ ।

ଏହା ସହିତ କାରୋନା ର ମୁକାବିଲା ପାଇଁ ଅନେକ ଆବଶ୍ୟକୀୟ ଜିନିଷ କୁ ଭାରତ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହା ସହିତ ଚିଠିି ମାଧ୍ୟମରେ ସେ ଭାରତ ପ୍ରତି ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି।
ସେହିଭଳି ଭାରତ ର ମିତ୍ର ରାଷ୍ଟ୍ର ଭାବରେ ଜଣାଶୁଣା ଋଷିଆ ମଧ୍ୟ ଭାରତ ର ଏଭଳି ପରିସ୍ଥିତି ରେ ଭାରତକୁ ସାହାଯ୍ୟ କରିଛି।ଏକ ବିମାନ ଯୋଗେ ୨୦୦ ଅକ୍ସିଜେନ୍ କନସନଟ୍ରେଟର ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ମେଡିକାଲ ଉପକରଣ ମଧ୍ୟ ପଠେଇଛି।

ସବୁଠୁ ବଡ଼ କଥା ହେଉଛି ଋଷ ନିଜର କରୋନା ସଂଜୀବନୀ ସ୍ପୁଟିକ୍ – v କୁ ମଧ୍ୟ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭାରତକୁ ପଠେଇଛି।ସେହି ଭଳି ଆମେରିକା ମଧ୍ୟ ଅନେକ ପରିମାଣ ରେ ମାସ୍କ, ଅକ୍ସିଜେନ୍ ସିଲିଣ୍ଡର୍ ସହିତ ଅନ୍ୟାନ୍ୟ ଜରୁରୀ କାଳୀନ ମେଡିକାଲ ଉପକରଣ କୁ ଭାରତକୁ ଏକ ବିମାନ ଯୋଗେ ପଠେଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Please follow and like us:

Leave a Reply

Your email address will not be published. Required fields are marked *